ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭାଗ୍ୟର ଖେଳ

       ‘ଦଶ’ ସଂଖ୍ୟାକୁ ମନେ ମନେ ଘୋଷି ଘୋଷି ଚାଲିଲା । ମନେ ମନେ ଭାବୁଥାଏ, “ଆଜିଠାରୁ ମୁଁ ଧନୀ ହୋଇଗଲି । ଏହି ପଇସାକୁ ବିବାହ ପୂର୍ବରୁ ଖର୍ଚ୍ଚ କରିବି ନାହିଁ । ବିବାହ କଥା ଚିନ୍ତା କରିବାରୁ ତା’ର ମନ ଦୁଃଖ ହୋଇଗଲା । ପ୍ରକୃତରେ ସେ ଆଉ କେତେଦିନ ଏମିତି ଏକା ଏକା ତାର କୁଡିଆ ଘରେ ରହିବ । ତା’ର ମଧ୍ୟ କେହି ଜଣେ ଥିବା ଦରକାର, ଯିଏକି ତା’ର ସୁଖ ଦୁଃଖରେ ଭାଗୀ ହୋଇପାରୁଥିବ । ସେ କାମ ସାରି ଫେରିଲା ବେଳକୁ ତା’ ପାଇଁ ଗରମ୍ ଗରମ୍ ଖାଦ୍ୟ ପ୍ରସ୍ତୁତ କରି ଅପେକ୍ଷା କରୁଥିବ । ଘରେ ପହଁଚିବା ପରେ ନିଜ ହାତରେ ତାକୁ ଖୁଆଇ ଦେଉଥିବ । ଏହିପରି ସେ ବିଭିନ୍ନ କଥା ଚିନ୍ତା କରୁଥାଏ, ଆରେ ହଁ କାଲି ତ’ ରାମୁ ଧୋବା ତାକୁ ବିବାହ କଥା କହୁଥିଲା । କହୁଥିଲା “ଆରେ ଏକାଗ୍ରତ ତୁ ତ’ ଯୁବକଟିଏ ପାଲଟି ଗଲୁଣି । କେବେ ବିବାହ କରୁଛୁ? ତୁ ଯଦି କହିବୁ ତୋ ପାଇଁ ମୋ ଭାଇର ଶାଳୀ ଧନିଆ ସହିତ ତୋର ବାହାଘର ଠିକ୍ କରିଦେବି ।”

       ସେତେବେଳେ ତ’ଏକାଗ୍ରତ ଏହି କଥାକୁ ହସରେ ଉଡାଇ ଦେଲା ହେଲେ, ବର୍ତ୍ତମାନ ମନେ ମନେ ଠିକ୍ କଲା ପ୍ରଥମେ ରାମୁ ପାଖକୁ ଯାଇ ଧନିଆ ସହିତ ତାର ବାହାଘର କଥା ଠିକ୍ କରିବ । ଏହାପରେ ଏକାଗ୍ରତ ରାମୁକାକା ପାଖକୁ ଯାଇ ତା’ର ମନର କଥା ପ୍ରକାଶ କଲା । ରାମୁ କାକାର ଖୁସି ଦେଖେ କିଏ? ସେ ସଂଗେ ସଂଗେ ଧନିଆର ଘରକୁ ଯାଇ ତା’ର ବାପା ସହିତ କଥାବାର୍ତ୍ତା କରି ରଙ୍ଗୀଲା ସହିତ ବିବାହ ଠିକ୍ କରିଦେଲା । ନିର୍ଦ୍ଧିଷ୍ଟ ଦିନ ଧାର୍ଯ୍ୟ କରିବାପରେ ଏକାଗ୍ରତର ବିବାହ ଧନିଆ ସହିତ ହୋଇଗଲା । ଧନିଆ ବୋହୂ ବେଶ ହୋଇ ଏକାଗ୍ରତର ଘରକୁ ଆସିଲା । ଏକାଗ୍ରତ ମନେ ମନେ କେତେ ସ୍ୱପ୍ନ ଦେଖୁଥାଏ । ବିବାହ ପରେ ସେ ଧନିଆକୁ ବଜାର ବୁଲାଇ ନେବ । ତା’ର ମନ ପସନ୍ଦର ମିଠେଇ କିଣି ଖୁଆଇବ । ସେଇଥିପାଇଁ ତ’ ସେ ସେହି ରୂପା ଟଙ୍କାକୁ ଖର୍ଚ୍ଚ କରିନାହିଁ । ବିବାହର ପ୍ରକୃତ ଆନନ୍ଦ ତ’ ଏହାକୁ କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ