ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭାଗ୍ୟର ବିଡମ୍ବନା

ବୀରପୁର ଗାଁରେ ଭୈରବ ନାମକ ଟୋକା ଥିଲା । ସେ ଗରୀବ ଥିଲା; କିନ୍ତୁ ତା’ଠାରୁ ଦୁଃଖର କଥା ହେଲା, ବିଚରା ପିଲାବେଳେ ଥରେ ଗୋଟାଏ ରୋଗରେ ପଡି କଥା କହିବା ଶକ୍ତି ହରାଇଥିଲା ।

                ଜୀବିକା ନିର୍ବାହ ଦିଗରେ ତା’ର ଅବଶ୍ୟ ବିଶେଷ ସେମିତି କିଛି ଅସୁବିଧା ନଥିଲା । ତା’ର ପଲେ ମେଣ୍ଢା ଥିଲେ । ଗାଁଠାରୁ ଏକ କୋଶ ଦୂରରେ ଗୋଟିଏ ବଣ ଥିଲା । ବଣ ଓ ଗାଁ ମଝିରେ ବିସ୍ତୃତ ଘାସ ପଡିଆ । ଭୈରବ ସବୁଦିନ ତା’ ମେଣ୍ଢା ପଲକୁ ସେହି ଘାସ ପଡିଆକୁ ନେଇଯାଏ ।

                ଦିନେ ଦେଖିବା ବେଳକୁ ଗୋଟାଏ ମେଣ୍ଢାଛୁଆ ମିଳୁ ନାହିଁ । ଭୈରବ ତ ଆଉ ପାଟି କରି ମେଣ୍ଢାମାନଙ୍କର ନାମ ଧରି ଡାକି ପାରିବ ନାହିଁ । ତେଣୁ ସେ ଖାଲି ଏଣେତେଣେ ନୀରବରେ ଖୋଜିବ । ଖୋଜି ଖୋଜି ସେ ସିଧା ବଣ ଭିତରକୁ ଚାଲିଗଲା । ଚାହୁଁ ଚାହୁଁ ସେ ବଣର ଗୋଟାଏ ନିବିଡ ଅଂଚଳରେ ଯାଇ ପହଁଚିଲା ।

ହଠାତ୍ ତା’ ଆଖି ଗୋଟାଏ ଗୁମ୍ଫା ଉପରେ ଯାଇ ପଡିଲା । ମେଣ୍ଢାଛୁଆ ଗୁମ୍ଫା ଭିତରେ ଥିବ କି? ସେ ଏଇଆ ଭାବୁଛି, ଭିତରୁ ହଠାତ୍ ମେଣ୍ଢାଛୁଆର ରଡି ଶୁଭିଲା । ସେ ଖୁସି ହୋଇଯାଇ ତା’ଭିତରେ ପଶିଲା ।

ଗୁମ୍ଫା ଅପେକ୍ଷା ତାକୁ ବରଂ ସୁଡଙ୍ଗ କହିଲେ ଠିକ୍ ହେବ । ତାହା ବେଶ୍ ଦୀର୍ଘ । ଭୈରବ କିଛି ଦୂର ଯାଇ ସେ ସୁଡଙ୍ଗର ଶେଷ ଭାଗକୁ ଅନାଇ ଯାହା ଦେଖିଲା, ସେଥିରେ ତା’ ଦେହରୁ ଭୟରେ ଝାଳ ବହିଗଲା । ସୁଡଙ୍ଗର ଶେଷରେ ଗୋଟିଏ କଙ୍କାଳ ବସି ରହିଛି । ଭୈରବ ପ୍ରଥମେ ତାକୁ ଭୂତ ବୋଲି ଭାବି ସେଠାରୁ ପଳାଇଯିବାକୁ ଠିକ୍ କଲା । ତା’ପରେ ତା’ ମନରେ କୌତୁହଳ ହେଲା ଓ ସେ ଧିରେ ଧିରେ ସେ କଙ୍କାଳ ଆଡେ ଅଗ୍ରସର ହେଲା । ସେ ବୁଝିଲା କି କେହି ଜଣେ କୌଣସି ପ୍ରକାର ସାଧନାରେ ବସି ରହିଥିବା ଅବସ୍ଥାରେହିଁ ପଞ୍ଚତ୍ୱ ପ୍ରାପ୍ତ କରିଛନ୍ତି । କାଳକ୍ରମେ, କୌଣସି କାରଣରୁ, ତା’ ଦେହର ଅବଶେଷ ବୋଇଲେ ଖାଲି ଏହି କଙ୍କାଳଟି ରହିଛି ।

କଙ୍କାଳ ପାଖରେ ଗୋଟିଏ ପାତ୍ରରେ କିଛି ପାଣି ଥିଲା । ସେତେବେଳକୁ ତ ଭୈରବକୁ ଭୀଷଣ ଶୋଷ ଲାଗୁଥିଲା । ସୁତରାଂ ସେ ସେହି ପାଣିତକ ପିଇ ପକାଇଲା ।

“ଆଃ, କି ସନ୍ତୋଷ!” ତା’ ପାଟିରୁ ଏତକ ବାହାରିଗଲା । ତା’ ଆନନ୍ଦ ଓ ବିସ୍ମୟ କଥା କହିଲେ ନ ସରେ । ସେ କିପରି କଥା କହିଲା? ବର୍ଷ ବର୍ଷ ଧରି ତ ସେ ମୂକ ଥିଲା । ଏଥିରୁ ନିଶ୍ଚିତ ଯେ ସେ ପାଣିରେ ନିଶ୍ଚୟ କିଛି ଯାଦୁ ଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ