ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭିନ୍ନ ଭାବଧାରା

       ଗୁରୁଙ୍କ ସାଥୀରେ ଥିବା ସେହି ଶିଷ୍ୟ ଜଣକ ପ୍ରଥମ ଘୋଡା ସବାରକୁ ଅନୁରୋଧ କରିବାରୁ ସେ ସବୁ ଶୁଣି ନ ଶୁଣିଲା ଭଳି ଅଭିନୟ କରି ଚାଲିଗଲା । ଅଧିକାଂଶ ବି ସେଇଆ କଲେ । କିଛି ସମୟ ପରେ ଜଣେ ଘୋଡା ସବାର ସେଠାରେ ଅଟକିଲା ଓ ଶିଷ୍ୟକୁ ନେଇ ଠିକଣା ସ୍ଥାନରେ ପହଂଚାଇ ଦେଲା ।

       କିଛି ସମୟପରେ ଗୁରୁ ଶିଷ୍ୟ ଏକାଠି ହେଲେ । ତାପରେ ଗୁରୁ ଶିଷ୍ୟକୁ କହିଲେ, “ବତ୍ସ ! ଏମିତି କାହିଁକି ହେଲା ଜାଣିଛ? ଏହାର କାରଣ ହେଉଛି, ଯେଉଁମାନେ ତୁମକୁ ସାଙ୍ଗରେ ନେଲେ ନାହିଁ, ସେମାନେ ମନେ ମନେ ଭାବିଲେ ଯେ, ଆମେ ଏଇ ଘୋଡା କିଣିବା ଆଗରୁ କେତେବାଟ ଚାଲିଚାଲି ଯାଇଛେ, ହେଲେ ଆମକୁ ତ କେହି ଘୋଡା ଉପରକୁ ଉଠାଇ ସାହାଯ୍ୟ କରିନଥିଲେ, ସୁତରାଂ ଆମେ କାହିଁକି କରିବା? ସିଏ ଚାଲି ଚାଲି କଷ୍ଟ ପାଉ ।”

       ଏକଥା ଶୁଣି ଶିଷ୍ୟ ଗୁରୁଙ୍କୁ ପଚାରିଲେ, “ତେବେ କେଉଁଥି ପାଇଁ ପଛ ଲୋକଟି ମୋତେ ସାହାଯ୍ୟ କଲା?”

       ଗୁରୁ କହିଲେ, “ସେଇ ସମାନ କାରଣ ପାଇଁ । ସେ ଲୋକଟି ବିଚାର କଲା, ମୁଁ ଯେତେବେଳେ କଷ୍ଟ ସହି ଚାଲିଚାଲି ଯାଉଥିଲି ମୋତେ କେହି ସାହାଯ୍ୟ କରୁନଥିଲେ । ମୋତେ ସେତେବେଳେ କେତେ ହତାଶ୍ ଓ ଅସହାୟ ଲାଗୁଥିଲା । ସୁତରାଂ ଅତୀତରେ ମୋ ଭଳି ଏଇ ଲୋକଟି କାହିଁକି ହଇରାଣ ହେବ? ତେଣୁ ସେ ତୁମକୁ ସାହାଯ୍ୟ କଲା । ସୁତରାଂ ଏଠାରେ ଗୋଟିଏ ପ୍ରକାର ଅନୁଭୂତି ମଣିଷମନରେ ଭିନ୍ନ ଭିନ୍ନ ଭାବଧାରା ଆଣିଲା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ