ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭୀମସେନ ଜାତକ

       ଲୋକଟି କହିଲା – “ମୁଁ ଜାତିରେ ତନ୍ତୀ । ଲୁଗା ବୁଣି କିଛି ରୋଜଗାର କରେ । ସେଥିରେ ଦୁଃଖେକଷ୍ଟେ ଚଳିଯାଏ । ମୋର ନାମ ଭୀମସେନ ।”

       ବୋଧିସତ୍ୱ ଭୀମସେନର କଥା ଶୁଣି ଭାବିଲେ ଲୋକଟାର ଚେହେରା ସାଙ୍ଗରେ ନାମ ବି ମିଶିଯାଉଚି । ଚେହେରାକୁ ଚାହିଁ ନାଁଟା ହେଇଚି । କିନ୍ତୁ ଲୋକଟା ଅତି ସାଧାରଣ କାମ କରି ଚଳୁଚି । ଏହାଠାରେ ଭୀମସେନ ଭଳି ବୀରପଣିଆ ନାହିଁ । ଯାହାହେଉ ଏଇ ତନ୍ତୀ ସାହାଯ୍ୟରେ ମୁଁ ମୋର କାମ ହାସଲ କରିପାରିବି ।

       ଏହିପରି ଭାବି ବୋଧିସତ୍ୱ ଭୀମସେନକୁ କହିଲେ – “ତୁମକୁ ଦେଖିଲେ ଯେକୌଣସି ଲୋକ କହିବ ଯେ ତୁମେ ଜଣେ ବଡ ବୀର । ତୁମେ ଲୁଗାବୁଣା ଭଳି ସାଧାରଣ କାମ କାହିଁକି କରିବ? ତୁମେ ମୋ ସାଙ୍ଗରେ ଆସ । ମୁଁ ତୁମକୁ ରାଜାଙ୍କ ପାଖକୁ ନେଇଯିବି । ତୁମେ ଜଣେ ବଡ ବୀର ବୋଲି ରାଜାଙ୍କୁ କହିବି । ସେ ତୁମକୁ ତାଙ୍କ ପାଖରେ ସେନାପତି କରି ରଖିନେବେ । ତୁମେ ଭଲ ଦରମା ପାଇବ ।”

       ଭୀମସେନ କହିଲା – “ମୁଁ ସେ କାମ କରିପାରିବି ନାହିଁ । ଲଢେଇ ମୁଁ କେବେ ଦେଖିନି । ହାତରେ ଖଣ୍ଡା ବା ଧନୁଶର ଧରିନି । ଲଢେଇକୁ ମୋର ବଡ ଭୟ । ମୋର ବେଶି ରୋଜଗାର ଦରକାର ନାହିଁ ।”

       ବୋଧିସତ୍ୱ କହିଲେ – “ତୁମେ ଡରନାହିଁ । ମୁଁ ତୁମ ପାଖେ ପାଖେ ରହିଥିବି । ରାଜା ଯେଉଁ କାମ ତୁମକୁ କରିବାକୁ କହିବେ ତାହା ମୁଁ କରିଦେବି । ମୁଁ ତୁମର ଚାକରବୋଲି ତୁମେ ରାଜାଙ୍କୁ କହିବ । ତାହେଲେ ମୁଁ ତୁମ ପାଖରେ ବରାବର ରହିପାରିବି । ତୁମେ ଯେଉଁ ଦରମା ପାଇବ ସେଥିରେ ଆମେ ଦୁହେଁ ଖୁସିରେ ଚଳିଯିବା । ତୁମେ ଏବେ ଲୁଗା ବୁଣି ଯାହା ପାଉଚ, ତାଠାରୁ ଢେର୍ ବେଶି ପାଇବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ