ବାର୍ଷିକ ପରୀକ୍ଷା ପରେ ଖରାଛୁଟି ଆରମ୍ଭ ହୋଇଗଲା । ବିନୟ ତା ପଢାବହି ସବୁ ଝାଡିଝୁଡି କରି ଦିନଟା ସାରା ସେ ଖାଲି ବୁଲାବୁଲିରେ ମନ ଦେଲା । ଟିଭିରୁ କାର୍ଟୁନ୍ ସୋ, ଖେଳ ଓ ଫିଲ୍ମ ସେ ଦେଖିଲା । ମା’ ଯେତେ କରି କହିଲେ ବି ପରୀକ୍ଷା ସରିଛି ବୋଲି କହି ସେ ବିନୟ ଖାସେ ବୁଲିଲା । ଦିନକୁ ଦିନ ବୁଲାବୁଲି, ଖେଳାଖେଳି କରୁଥିବାରୁ ବିନୟର ବାପା ମା’ଙ୍କର ଚିନ୍ତା ବଢିଗଲା । ଏବେ କ’ଣ କରାଯିବ ସେମାନେ କିଛି ବି ଜାଣିପାରିଲେ ନାହିଁ । ଦିନେ ସେ ବିନୟର ବାପା ଅଫିସ୍ ଯାଇଥାନ୍ତି । ଖରାବେଳେ ମା’ଙ୍କ ଶୋଇବା କଥା ଦେଖି ବିନୟ ଲୁଚିକି ଖେଳିବାକୁ ଚାଲିଗଲା । ଏମିତି ଖେଳୁ ଖେଳୁ ସେ ବିନୟ ହଠାତ୍ ମୂର୍ଚ୍ଛା ହୋଇଗଲା । ସାଇପଡିଶା ଲୋକ ଏହା ଦେଖି ଅଚାନକ ଧାଇଁ ଆସିଲେ । ବିନୟ ମୁଣ୍ଡରେ ସେମାନେ ପାଣି ବାଡେଇଲେ । ତଥାପି ମଧ୍ୟ ସେ ବିନୟର ଚେତା ଆଦୌ ଫେରିଲା ନାହିଁ । ତେଣୁ ତାକୁ ଡାକ୍ତରଖାନା ନିଆଗଲା । ଡାକ୍ତର ସାଲାଇନ୍ ଦେଲେ ଓ ଔଷଧ ଲେଖିଲେ । କିଛି ସମୟ ପରେ ବିନୟର ଚେତା ଫେରିଲା ବେଳକୁ ସେ ଦେଖିଲା ଯେ ତା ବାପା ମା’ ତା ମୁଣ୍ଡ ପାଖରେ ବସି ଖାଲି କାନ୍ଦୁଛନ୍ତି । ଏବେ ଯାଇ ସେ ବିନୟ ଠିକ୍ ବୁଝିପାରିଲା ଯେ, ବାପା ମା’ଙ୍କ କଥା ନମାନିଲେ ଠିକ୍ ଏହିପରି ହିଁ ହୁଏ ।
ବିନୟ ଡାକ୍ତରଖାନାରୁ ଘରକୁ ଫେରି, ଗୁମ୍ ମାରି ବସିଲା । ପଢା ଘରେ ଅନବରତ ବସି ସେ ଗଣିତ କଷିଲା, ଚିତ୍ର ଆଙ୍କିଲା । ଏମିତି ନିଶାରେ ସେ ବିନୟ ପଡିଗଲା ଯେ ଖାଇବା ପିଇବା ମଧ୍ୟ ଭୁଲିଗଲା । ମା’ କହିଲେ ଆରେ ବିନୟ ଦିନରାତି ଖାଲି ପାଠ ଆଉ ପାଠ । ଯା’ ସାଙ୍ଗମାନଙ୍କ ସହ ଟିକେ ବୁଲି ଆସ । ତହୁଁ ସେ ବିନୟ କହିଲା ମା’ ଖରାଛୁଟି ବୁଲିବା ପାଇଁ ନୁହେଁ କେବଳ ପାଠ ପଢିବା ପାଇଁ ହିଁ ହୋଇଥାଏ । ଖରାରେ ବୁଲିଲେ ପୁଣି ଥରେ ମୋତେ ଅଂଶୁଘାତ ହେବ । ତାପରେ ତମେ ପୁଣି କାନ୍ଦିବ । ସେଥିପାଇଁ ମୁଁ ଆଉ ଖରାକୁ ଯିବିନି ମା’ ।
ୟାର କଥା ଶୁଣି ମା’ଙ୍କ ଆଖିରୁ ହଠାତ୍ ଦି’ଧାର ଲୁହ ଝରିଗଲା । ବିନୟର ବାପା ମା ମନେମନେ ପୁଅର ପରିବର୍ତ୍ତନ ଦେଖି ଖୁସିହେଲେ ।