ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭୂତୁଣୀ

                ତା’ପରେ ରାମଚନ୍ଦ୍ର ଅଳ୍ପ ହସି ଶିବଶଙ୍କରଙ୍କୁ ସବୁକଥା ବୁଝାଇ କହିଲେ; ତା’ପରେ ସେ କହିଲେ, “ଏବେ ମୁଁ ସେ ଭୂତୁଣୀକୁ ସେଠାରୁ ତଡି ଦେବି । କିନ୍ତୁ ମୁଁ ଯେପରି କହିବି ତୁମେ ଠିକ୍ ସେପରି କରିବ ।” ଏହାପରେ ରାମଚନ୍ଦ୍ର ତାଙ୍କ ଘରକୁ ଫେରିଆସି ଭଉଣୀ ଅନୁରାଧାକୁ ମଧ୍ୟ କ’ଣ ସବୁ କରିବାକୁ ହେବ ବୁଝାଇ ଦେଲେ ।

                ତା’ପରଦିନ ଅନୁରାଧା ନିଜ ଘରକୁ ଫେରିଲା । ସେ ତା’ ଘରେ ପ୍ରବେଶ କରିବା ପରେ ଭୂତୁଣୀ ମାଙ୍କଡ ରୂପରେ ଆସି ବସିଲା ଓ ସଙ୍ଗେସଙ୍ଗେ ଭୂତୁଣୀ ରୂପ ଧାରଣ କରି ସେ କହିଲା, “ଭଲ ହେଲା ତୁ ଆସିଗଲୁ; ଏଠି ମୁଁ ତ ତୋ ବାଟ ଚାହିଁ ରହିଥିଲି । ଭାବିଲି ମା’ଘରେ ତୁ ତ ବେଶ୍ ବହୁଦିନ ଧରି ରହିବୁ । ମୋତେ ବହୁତ ଜୋର୍ରେ ଭୋକ କଲାଣି ତେଣୁ ତୁ ମୋ ପାଇଁ ଆଗ କିଛି ଖାଦ୍ୟ ତିଆରି କର । ପରେ ପଛେ ତୁ ତୋ ସ୍ୱାମୀ ପାଇଁ ଯାହା କରିବାର କଥା କରିବୁ; ମନେରଖିଛୁଟି ମୁଁ ଯେମିତି କହିବି ତୁ ଠିକ୍ ସିମିତି କରିବୁ । ବୁଝିଲୁ?”

                ଶିବଶଙ୍କର କାମରୁ ଫେରି ଖାଇବାକୁ ବସିଲା । ତାକୁ ଖାଦ୍ୟ ପରଷା ହେବା ମାତ୍ରେ ସେ ତାହା ଖାଇବାକୁ ଆରମ୍ଭ କଲା ଓ କହିଲା, “ଓଃ କି ଚମତ୍କାର ଖାଦ୍ୟ ଏତେ ଦିନକେ ଯାଇ ମୁଁ ଏଭଳି ଖାଦ୍ୟ ଖାଇଲି । ଏଥର ଆଉ ତ କିଛି ଭାବିବାର ନାହିଁ ।” ତା’ପରେ ସେ ସ୍ନାନ କରିବାକୁ ଯାଇ କହିଲା “ଥଣ୍ଡାପାଣି ସ୍ନାନ କରିବାପାଇଁ ଖୁବ୍ ଭଲ ଓ ସ୍ୱାସ୍ଥ୍ୟପ୍ରଦ ମଧ୍ୟ ।” ରାତିରେ ଅନୁରାଧା ଚାଦର ସ୍ଥାନରେ କମଳ ବିଛାଇ ଦେଲା । ତାକୁ ଦେଖି ଶିବଶଙ୍କର କହିଲା, “ତମେ ଏକବାରେ ଠିକ୍ କାମ କରିଛ । ଆଜିର ଏହି ରାତିରେ ଚାଦରର କ’ଣ ଆବଶ୍ୟକତା ଅଛି । ପୁଣି ମୋତେ କମଳରେ ଶୋଇବାକୁ ଖୁବ୍ ଭଲ ଲାଗେ ।”

                ଏସବୁ ଘଟଣା ସେ ଭୂତୁଣୀ ଲୁଚିଲୁଚି ଦେଖୁଥାଏ ଓ ସେ ତା’ ମନେ ମନେ ଭାରି ରାଗୁଥାଏ, କିନ୍ତୁ ସେ କିଛି କହିପାରିଲା ନାହିଁ, ପରଦିନ ସେ ଦୁଃଖୀ ହୋଇ ଅନୁରାଧାକୁ କହିଲା, “ଏହା ତ ବଡ ଆଶ୍ଚର୍ଯ୍ୟ କଥା । ଏପରି ଲାଗୁଛି ସତେ ଯେମିତି ତୋ ସ୍ୱାମୀ ତ ସ୍ତ୍ରୀର ଚାକର । ସ୍ତ୍ରୀ ଯାହା ତାହା କରିଦେଲେ ତାକୁ ତ ସବୁ ସ୍ୱାଦ ଲାଗୁଛି । କେମିତିଆ ଲୋକ ସେ? ସେ ଥରେ ମଧ୍ୟ ତୋ ଉପରେ ରାଗୁନାହିଁ ।”

                ପରଦିନ ଅନୁରାଧାର ଭାଇ ରାମଚନ୍ଦ୍ର ସେଠାରେ ଆସି ପହଁଚିଲେ । ତାଙ୍କୁ ଦେଖି ଶିବଶଙ୍କର ଦାଣ୍ଡ ଘରୁ ପାଟି କରି କହିଲେ, “ହଇହୋ ଶୁଣୁଛ । ତୁମ ଭାଇ ଆସିଛନ୍ତି ।” ସେତେବେଳେ ସେ ଭୂତୁଣୀ ତ କାଉଟିଏ ହୋଇ ପାଖରେ ଥାଇ ସବୁକିଛି ଉପରେ ଦୃଷ୍ଟି ରଖିଥାଏ । ଘରଭିତରୁ ଅନୁରାଧା କହିଲା, “କିଛି ଖବର ନଦେଇ ଏମିତି ହଠାତ୍ ଭାଇ ଆପଣ ୟାଡେ କୁଆଡେ ଆସିଗଲେ?”

                ଦାଣ୍ଡପଟରୁ ଭାଇ ରାମଚନ୍ଦ୍ର କହିଲେ, “କଥା କ’ଣ କି ଆମ ଘର ପାଖରେ ଗୋଟିଏ ଝିଅକୁ ଭୂତ ଆସି ବହୁତ ହଇରାଣ କରୁଛି ତା’ର ଭୂତୁଣୀଟିଏ ଲୋଡା । ଭୂତୁଣୀଟିଏ ପାଇଲେ ସେ ସେହି ଝିଅକୁ ଛାଡି ଦେବ ବୋଲି କହିଛି । ଭୂତ ତ ଅନାଇ ବସିଛି, ଭୂତୁଣୀଟିଏ ମୁଁ ବୋତଲରେ ପୁରାଇ ନେଲେ, ସେ ମଧ୍ୟ ସେହି ଝିଅକୁ ଛାଡି ଏହି ବୋତଲକୁ ଆସିଯିବ । ତେଣୁ ମୁଁ ଭୂତୁଣୀଟିଏ ଖୋଜି ଖୋଜି ବାହାର କରିବି ଓ ଏହି ବୋତଲରେ ସେ ଦୁହିଁଙ୍କୁ ରଖି ବୋତଲକୁ ନେଇ ଦୂର ସମୁଦ୍ରରେ ଫିଙ୍ଗି ଦେବି ।”

                ଏକଥା ଶୁଣି କାଉରୂପୀ ସେ ଭୂତୁଣୀ ବଡ ଜୋର୍ରେ କା କା କରି ଉଡି କୁଆଡେ ପଳାଇଲା । ଶିବଶଙ୍କର, ଅନୁରାଧା, ଓ ରାମଚନ୍ଦ୍ର ସମସ୍ତେ ଏଥର ଜାଣିପାରିଲେ ଯେ ସେଠାରେ ସେହି ଭୂତୁଣୀଟି କାଉରୂପରେ ବସିଥିଲା । ତା’ପରେ ଶିବଶଙ୍କର ରାମଚନ୍ଦ୍ରଙ୍କ ହାତ ଧରି କହିଲେ, “ଏଭଳି ଅଜବ କଥା ଘଟେ ବୋଲି ମୋର ଆଦୌ ଧାରଣା ନଥିଲା । ପୁଣି ଅନୁରାଧା ମଧ୍ୟ ସେସବୁ କଥା ମୋତେ ଖୋଲିକି କହିପାରୁନାହିଁ । ମୁଁ ବା ଏତେକଥା କିମିତି ବୁଝିବି?” ମୁଁ ପ୍ରକୃତ କଥା ନଜାଣି ଅନୁରାଧା ପ୍ରତି କୁବାକ୍ୟ ପ୍ରୟୋଗ କରିଛି । ଆପଣଙ୍କ ପ୍ରତି ମଧ୍ୟ ମୁଁ ଅନେକ ଖରାପ ବ୍ୟବହାର କରିଛି । ଏଣୁ ଦୟାକରି ମୋତେ କ୍ଷମା କରି ଦିଅନ୍ତୁ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ