କାରଣ ଆମ ଗାଁରେ ସତ୍ୟ ନାରାୟଣ ପାଲା ଅନୁଷ୍ଠାନ ଟିଏ ଅଛି । ସେଠାରେ ବାଦି ପାଲା ମଣ୍ଡପଟିଏ ମଧ୍ୟ ଅନେକ ଦିନୁ ଅଛି । କେବଳ ଗୋଟିଏ ଲୋକ ଆମ କକାଙ୍କର ଜିଦ୍ ଏଠି ବାଦି ପାଲାହିଁ ହେବ । ଦରକାର ପଡିଲେ ମୁଁ ମୋର ସମସ୍ତ ଧାନ ବିକ୍ରୟ କରି ଟଙ୍କା ଦେବି । କାରଣ କକା ଜଣେ ସାଧାରଣ କୃଷକ । ଗ୍ରାମବାସୀଏ କେହି ଚାନ୍ଦା ନଦେଲେବି ସେ ତାଙ୍କର ଯୁବ ଗୋଷ୍ଠୀ ଯେଉଁ ମାନେକି ଗାଁ ବାହାରେ ଅଛନ୍ତି ସେମାନଙ୍କ ଠାରୁ ଯାହା କିଛି ଆଦାୟ କରି ସେ ବାଦି ପାଲା ଗାଁରେ ଏହି ପରି କରି ଆସୁ ଛନ୍ତି । କିଏ ଲୋକ ଦେଖିଲେ ଭଲ ନ ଦେଖିଲେ ବି ଭଲ । ଧର୍ମ ଶାସ୍ତ୍ର ଆଲୋଚନା ଦ୍ୱାରା ବାୟୁମଣ୍ଡଳ ଶୁଦ୍ଧ ବାତାବରଣରେ ପରିଣତ ହେଉଛି । ଯାହା ହେଉ କକାଙ୍କୁ ଯୁବ ଗୋଷ୍ଠୀର ସାହାଯ୍ୟ ମିଳୁ ଥିବାରୁ ମୁଁ ଅନୁମାନ କରୁଛି ଯୁବକ ମାନଙ୍କ ମଧ୍ୟରେ ପାଲା ପ୍ରତି ଏବେବି କେତେ ଆକୃଷ୍ଟ । କାକାଙ୍କ ପରେ ତାଙ୍କ ସ୍ୱପ୍ନ ନିଶ୍ଚୟ ସାକାର ହୋଇ ପାରେ ବୋଲି ମୁଁ ଭାବୁଛି । କଥାଟା ଅନ୍ୟ ଆଡେ ଚାଲି ଯାଉଛି, ଚାଲ ଯିବା ମଧୁ ବାବୁଙ୍କ ଗାଁକୁ । ବାଦି ପାଲା ପାଖକୁ ମଧ୍ୟ ଯିବା ।
ସେଦିନ ମଧୁ ବାବୁ ବାଦି ପାଲା ପଛରେ ଆସି ଦେଖିବେ ଭାବି ଗାଁ ପାଖରେ ଥିବା ଆଶ୍ରମକୁ ଯାଇ ଥିଲେ । ଆଶ୍ରମରେ ଶୋଉ ଶୋଉ ତାଙ୍କୁ ନିଘୋଡ ନିଦ ମଧ୍ୟ ହୋଇ ଗଲା । ରାତି ପ୍ରାୟ ଦଶଟାକି ଏଗାରଟା ହେବ ଠିକ୍ ଏହି ସମୟରେ ତାଙ୍କ ନିଦ ଭାଙ୍ଗି ଗଲା । ବାଦି ପାଲା କଥା ମନେ ପଡିବାରୁ ସେ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ । ସେ ଉଠି ମୁହଁ ଧୋଇ ବାହାରି ପଡିଲେ । ଗାଁଠାରୁ ଆଶ୍ରମ ପ୍ରାୟ ଅଧ କିଲୋ ମିଟର ଦୂର କିନ୍ତୁ ବାଉଁଶ ଗଛ, ଆମ୍ବ ଗଛ, ଅନ୍ୟାନ୍ୟ ଗଛରେ ସେହି ରାସ୍ତା ଚାରି ଆଡ ପୂର୍ଣ୍ଣ । ଆଖିକୁ କିଛି ବି ଦିଶିବା ବଡ ମୁସ୍କିଲ୍ । ବାଉଁଶ ଗଛର ସାଇଁ ସାଇଁ ଶବ୍ଦ ରାତି ସାଙ୍ଗକୁ ବଡ ଭୟଙ୍କର । ତେଣୁ ରାତି ହେଲେ ଗାଁର କେହି ସିଆଡେ ଯାଆନ୍ତି ନାହିଁ ।
ମଧୁ ବାବୁ ତ ଭୂତ ପ୍ରେତ ପ୍ରତି ପ୍ରଥମରୁ ନାସ୍ତିକ ସେ ବା କାହାକୁ କାହିଁକି ଡରିବେ? ଚାଲିଲେ ସେ ଅନ୍ଧାରରେ ଦରାଣ୍ଡି ଦରାଣ୍ଡି ସବୁ ପାଦ ଚଲା ରାସ୍ତାରେ । ଯଦି ସେ କେତେବେଳେ କେମିତି ସାମାନ୍ୟ ଏପଟ ସେପଟ ହେଉଥିଲେ ସେ ମଧ୍ୟ ଗଛ ଦେହରେ ଘସି ହେଇ ଯାଉ ଥିଲେ । ହଠାତ୍ ରାସ୍ତା ମଝିରେ କିଏ ଗୋଟାଏ ତାଙ୍କ ଦେହରେ ବାଡେଇ ହୋଇ ଗଲା । ମଧୁ ବାବୁ ନଡରି ତାକୁ ମାଡି ବସି ଧରି ପକାଇଲେ । ସେ ମଧୁ ବାବୁଙ୍କ ବଳିଲା ବଳିଲା ବାହୁର କବ୍ଚାରୁ ଆଉ କି ମୁକୁଳେ? ଯେତେ ଛାଟି ପିଟି ହେଲେ ବି ମଧୁ ବାବୁ ତ ନଛୋଡ ବନ୍ଧା । ଆଉ କିଏ ହୋଇ ଥିଲେ ସେଠାରେ ତା’ର ଭେଟଣା ହୋଇ ଯାଇ ଥାଆନ୍ତା ।
ମଧୁ ବାବୁ ପଚାରିଲେ କିଏ? ସେ ମଧ୍ୟ ପ୍ରଶ୍ନ କଲା ତୁମେ କିଏ? ମଧୁ ବାବୁ କହିଲେ ମୁଁ ମଧୁ । ସେ କହିଲେ ମୁଁ ମଧୁ ଦାଶ । ମଧୁ ବାବୁ ଏଥର ତାକୁ ଛାଡି ଦେଇ କହିଲେ ଏତେ ରାତିରେ କୁଆଡେ ଯାଉଛୁ? ସେ କହିଲା ମୁଁ ପାଲା ଦେଖୁଥିଲି ଆଉ ଦେଖିବାକୁ ଇଚ୍ଛା ହେଲାନି । ଯାଉଛି ଭଉଣୀ ଘରେ ଶୋଇବି । ମଧୁ ବାବୁ କହିଲେ ଯାଆ ମୁଁ ଏଥରଯାଉଛି ପାଲା ଦେଖିବି । ମଧୁ ବାବୁ ଆସି ସଗର୍ବରେ ପାଲା ଦେଖିଲେ । ସେଠାରେ ସେ ଯାଇ ଗୁଣିଆଁ ସହ ଦେଖା ହେଲେ ଏବଂ ତାକୁ ମଧ୍ୟ ସବୁ କହିଲେ । ଗୁଣିଆଁ କହିଲେ ମଧୁ ଭାଇ ତୁମର କେହି କିଛି କରି ପାରିବେନି ।
ସତରେ ମନରେ ଭୟ ଥିଲେ ଡର ଆପେ ଆପେ ମାଡି ଆସେ । ଭୂତ ପ୍ରେତ ଡାହାଣୀର ଏହି ମଣିଷ ଶିକାର ହୁଏ । ଯିଏ ନାସ୍ତିକ ତାର କିଛି କେବେ ହେବନି । ଦେଖିଲତ ମଧୁଭାଇଙ୍କୁ ତାଙ୍କ ପରି ଷ୍ଟ୍ରଙ୍ଗ୍ ହାର୍ଟ ବାଲା କିଏ ଅଛି? ତେଣୁ ତାଙ୍କ ପରି ଶହେକେ ଜଣେ ଦିଜଣ ସିନା ଡରିବେନି କିନ୍ତୁ ଆମ ପରି ଲୋକରଯେ ଅବସ୍ଥା କ’ଣ ହେବ ସେକଥା ଆପଣ ଭାବନ୍ତୁତ ।