ସେତେବେଳେ ସେ ଘର ଦୁଆରବନ୍ଧ ପାଖରେ ତ ସୁରମା ଠିଆ ହୋଇଥା’ନ୍ତି । ସେହି ବଳିୟାର ସିଂର କଥା ସୁରମାକୁ ବି ବଡ ଅସହ୍ୟ ହେଲା । ତାପରେ ସେ ସୁରମା ଆଉ ଚୁପ୍ ହୋଇ ରହିପାରିଲା ନାହିଁ । ସୁରମା କହିଲା – ତୁମର ତ ଏ ଘର କାନ୍ଥରୁ ପଥର ଖସିଲାଣି । ତାଛଡା ଛାତ ବି ଫାଟି ଗଲାଣି । ତେଣୁ ଘରର ମରାମତି ପାଇଁ ତ କାହିଁ କେବେ ବି ଦୃଷ୍ଟି ଦେଉନା । ଏଣେ ଖାଲି ଘରଭଡା ମାସକୁ ମାସ ବଢାଯାଉଛି । ଏଇ ଛ’ ମାସ ତଳେ ପରା ଘରଭଡା ଅଧିକା କରାଯାଇଥିଲା । ପୁଣି ଏବେ ଆହୁରି ଧମକ ଦେଉଛ । ସୁରମା ଅତ୍ୟନ୍ତ ବିରକ୍ତ ପ୍ରକାଶ କରି ଏହି କଥା କହିଲା ।
ସୁରମା କଥାରେ ବଳିୟାର ସିଂ ବି ଭୀଷଣ ଭାବରେ ଚିଡି ଉଠିଲା । କ’ଣ କହିଲୁ ମୋର ଭଙ୍ଗା ଘର । ଆରେ ଏଇ ଭଙ୍ଗା ଘର ବି ଲୋକମାନଙ୍କୁ ମିଳୁନାହିଁ । ଏତେ ଭଲ ଘର ତୁମକୁ ପୁଣି ଖରାପ୍ ଲାଗୁଛି । କବାଟ ଝରକା-ନଥିବା ଘରକୁ ବି ଲୋକେ ମାସିକ ଶହେ ଟଙ୍କା ଘରଭଡା ଦେଉଛନ୍ତି । ତୁମ ଭଳି ସୁକୁମାରିଆ ଲୋକଙ୍କ ପାଇଁ ନିଷ୍ଠାପର ଛକରେ ସେ ନିରିମାର ଭୂତ କୋଠିଟା ହିଁ ଏକମାତ୍ର ଠିକ୍ ଘର । ପାରୁଛ ତ ସେଇଠିକି ଚାଲି ଯାଅ । ସଂନ୍ଧ୍ୟା ବେଳକୁ ଘର ଖାଲି କରିବ ତ କର ନହେଲେ ତୁମର ସବୁ ଜିନିଷ ପତ୍ର ଘରୁ ବାହାର କରି ପଦାରେ ଫିଙ୍ଗିଦେବି, ଏହି କଥା କହିଲା ବଳିୟାର ସିଂ । ଏପରି ଧମକପୂର୍ଣ୍ଣ ଚିତ୍କାର କରି ସେ ଘର ମାଲିକ ନିଜ ଘରକୁ ଯାଇ ଖୁବ୍ ଜୋର୍ରେ କବାଟ ବନ୍ଦ କରିଦେଲା ।
ଅସହାୟ କୈଳାସ ତା’ଙ୍କ ଝିଅ ସୁରମାକୁ ଚାହିଁ କହିଲେ, ମାଆ ସୁରମା ମୋର ଯିବାକୁ ତ ଡେରି ହେଲାଣି ଆଜି ପୁଣି ବେପାର କ’ଣ ହେବ କେଜାଣି । ଘରୁ ବାହାରୁ ବାହାରୁ ତ ଅନୁକୂଳ ବିଗିଡି ଗଲାଣି । ତେଣୁ ତୁ ଏଠି ଥୟ ଧରି ବସ, ମୁଁ ବ୍ୟବସାୟ କରି ସନ୍ଧ୍ୟାବେଳକୁ ଫେରିବି । ତୁ ରୋଷେଇବାସ କରିଥିବୁ । ଦେଖିବା ଘର ମାଲିକ ସଂନ୍ଧ୍ୟାବେଳକୁ ଯଦି ତାଙ୍କର ମତ ନ ବଦଳାନ୍ତି ତେବେ କିଛି ଗୋଟାଏ ବ୍ୟବସ୍ଥା ଆମେ ନିଶ୍ଚୟ କରିବା । ଏତିକି କହି କୈଳାସ ବେପାର କରିବାକୁ ଚାଲିଗଲେ ।