ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭୂତ କୋଠି

ତାପରେ ସେ ସୁରମା ତା’ ଘର ଭିତରକୁ ଯାଇ ନିରବରେ ଖଟ ଉପରେ ବସିଲା । ସେତେବେଳେ ତ ନିଜ ଆଣ୍ଠୁରେ ମୁଣ୍ଡ ରଖି ନାନା କଥା ଭାବି ଚାଲିଥାଏ ସୁରମା । ଘରମାଲିକ ବଳିୟାର ସିଂ କହିଲେ ସେ ନିଷ୍ଠାପର ଛକର ନିରିମା ଭୂତ କୋଠି କଥା । ସେଠାରୁ ଖୁବ୍ ଅଳ୍ପ ଦୂରରେ ନିରିମାର ଘର । ଘରକୁ ଲାଗି ଘର । ନିରିମା ଘର ଆଗରେ ଆମ୍ବ, ନଡିଆର ଗୋଟିଏ ଛୋଟିଆ ବଗିଚା । ନିରିମା ବଂଚିଥିବା ଅବସ୍ଥାରେ ସମସ୍ତଙ୍କର ଅତି ଆଦରଣୀୟା ଥିଲା । କହିବାକୁ ଗଲେ ସେ ଥିଲେ ଜଣେ ମହିୟସୀ ମହିଳା । ପ୍ରଚୁର ଧନ ସମ୍ପତ୍ତି ବି ତାଙ୍କର ଥିଲା । ସେ କାହାରି ଦୁଃଖ ମୋଟେ ସହି ପାରନ୍ତି ନାହିଁ । ତାଙ୍କ ପାଖକୁ ଯେ ବି ସାହାଯ୍ୟପାଇଁ ଯାଏ ସେ କେବେ ହେଲେ ବି ସେଠାରୁ ନିରାଶ ହୋଇ ଫେରେ ନାହିଁ । ନିରିମା ମଧ୍ୟ କାହାରିକୁ ଖାଲି ହାତରେ ବିଦା କରନ୍ତି ନାହିଁ । ସେହି ନିରିମାଙ୍କ ବିଷୟରେ ସେ ଆଖପାଖ ତଥା ସହରର ଅନେକ ଲୋକ ତାଙ୍କୁ ଭଲ ଭାବରେ ଜାଣନ୍ତି । ଗତ ଦୁଇ ବର୍ଷ ତଳେ ପେଟ ରୋଗରେ ପଡି ନିରିମା ନିଜ ଶେଷ ନିଃଶ୍ୱାସ ତ୍ୟାଗ କଲେ । ତାଙ୍କ ପତିଙ୍କର ବହୁ ପୂର୍ବରୁ ଦେହାନ୍ତ ଘଟିଥିବାରୁ ସେହି ଘରେ ଏବେ ଏକା ରହୁଥାଏ ତାଙ୍କର ଏକମାତ୍ର ପୁଅ ପରମାନନ୍ଦ ।

ନିରିମା ଜୀବିତ ଥିବା ସମୟରେ ତାଙ୍କ ଘରେ ରୋଷେଇଆ ନନା, ଚାକର ବାକର ଇତ୍ୟାଦି ସମସ୍ତେ ଥିଲେ । କିନ୍ତୁ ନିରିମା ମରିବାର ଠିକ୍ ଛଅ ମାସ ପରେ ସେମାନେ ସମସ୍ତେ ଘର ଛାଡି ଚାଲି ଯାଇଛନ୍ତି । ଏହାର ଏକମାତ୍ର କାରଣ ହେଉଛି ଯେ, ସେ ଘରେ କୁଆଡେ ନିରିମାର ପ୍ରେତାତ୍ମା ସବୁବେଳେ ଘୂରି ବୁଲୁଛି । ରାତି ଅଧରେ ଦୁଲ୍ଦାଲ୍ ଭୁସ୍ଭାସ୍ ଶବ୍ଦ । ଦିନେ କୁଆଡେ ଜଣେ ଲୋକକୁ ନିରିମାର ପ୍ରେତାତ୍ମା ଆମ୍ବ ନଡିଆ ବଗିଚାରେ ମାଡି ବସିଲା । ତାପରେ ସେ ଅଚେତ୍ ହୋଇ ପଡି ରହିଲା । କିଛି କ୍ଷଣ ପରେ ଯାଇ ସେ ଭଲ ହେଲା । ଗୁଣିଆ ଆସି ସେ ଲୋକଙ୍କୁ ଝଡା ଝଡି କରିବାରୁ ସବୁ କିଛି ଠିକ୍ ହୋଇଗଲା । ସୁରମାକୁ ଏ ସମସ୍ତ କଥା ତ ଜଣାଥାଏ । ପରୋକ୍ଷରେ ସେସବୁ ଶୁଣିଛି ବୋଲି ସବୁ ଜାଣିଛି । ତଥାପି ବି ତା’ ମନରେ ଦମ୍ଭ । ତେଣୁ ସେ ସୁରମା ସବୁ ବିଷୟ ଭାବି ଚିନ୍ତି ଶେଷରେ ସ୍ଥିର କଲା ଯେ, ସେ ଘର ମାଲିକ ତ ସଂନ୍ଧ୍ୟା ସୁଦ୍ଧା ଘର ଖାଲି କରିବାକୁ କହିଛି । ତାପରେ ସେ ସୁରମା ମନକୁ ମନ କହୁଥାଏ, ଏହି ନିଷ୍ଠୁର ଘର ମାଲିକର ଅପମାନ, କଡା କଥା ସହି ଏଠି ଏପରି ରହିବା ଅପେକ୍ଷା ନିରିମାର ସେହି ଭୂତ କୋଠରିରେ ରହିବା ଶତଗୁଣେ ଭଲ । ସେ ନିରିମାର ତ ଅନେକ ଘର ଖାଲି ପଡିଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ