ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭୂତ କୋଠି

ହେଲେ ଏଥିରେ ରାଗିବାର କ’ଣ ଅଛି? ଆପଣ ଜାଣିଲେ ତ ସେ ଘର ମାଲିକ ବଳିୟାର ସିଂର କିପରି ରୁକ୍ଷ ବ୍ୟବହାର । ଏତେ ଅପମାନ ଓ କଟୁକଥା ସହି ଆମେ ସେଠାରେ କେମିତି ବା ରହିଥାନ୍ତେ । ଆପଣ ସେ ଭୂତ ପ୍ରେତ ବାବଦରେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ । ଏଠି କିଛିଦିନ ରହି ଆମେ ପୁଣି ଅନ୍ୟ କୌଣସି ଜାଗାରେ ସୁବିଧାଜନକ ଘର ପାଇଲେ ସେଠାକୁ ଚାଲିଯିବା । ଅନ୍ତତଃ ସେଇତିକିଦିନ ପର୍ଯ୍ୟନ୍ତ ଆମେ ଏଇଠି ରହିଯିବା । ସାରାଦିନ ସୁରମା ଘରଦ୍ୱାର ପରିଷ୍କାର କରି ସଜାଇ ଥାଏ । ଅଗଣାରେ ଜମିଥିବା ଅଳିଆ ଆବର୍ଜନା ସବୁକୁ ସଫାକରି ଦେଇଥାଏ । ରାତି ହେବାରୁ ସୁରମା ଚୁଲି ଲଗେଇଲା, ରୋଷେଇ କାମରେ ଲାଗିଗଲା । ରୋଷେଇ କାମ କରିବା ପରେ ହଠାତ୍ ସୁରମା କାହାର କଣ୍ଠସ୍ୱର ଶୁଣିବାକୁ ପାଇଲା – ସେ କଣ୍ଠସ୍ୱରଟି ଶୂନ୍ୟରୁ ଆସୁଥାଏ । କିଏ କହୁଛି କିନ୍ତୁ କିଛିବି ଜଣାପଡୁ ନଥାଏ । ସୁରମା କାନ ଡେରିଲା ତାହା କେହି ଜଣେ ‘ସ୍ତ୍ରୀ’ ଲୋକର କଣ୍ଠସ୍ୱର । ଆଉ ପୁଣି ସେ ‘ସ୍ତ୍ରୀ’ ଲୋକଟି କହୁଛି ମୁଁ ତୁମ ସହିତ କଥା ହେବି । ତୁମେ କ’ଣ ମୋତେ ଟିକେ କଥାବାର୍ତ୍ତା କରିବାର ବି ସୁଯୋଗ ଦେବ ନାହିଁ?

ଏକଥା ଶୁଣି ସେ ସୁରମା ହଠାତ୍ ଚମକି ପଡି ପଛକୁ ଚାହିଁଲା । ତାପରେ ସୁରମା ଦେଖିଲା, ତା’ ପାଖରେ ପଡିଥିବା ଏକ କାଠ ଖଟୁଲୀ ଉପରେ ଭୂତୁଣୀଟିଏ ବସିଛି । ଧଳା ଶାଢି, ହାତ ଗୋଡ ମୁହଁ ସବୁ ଧଳା । ତାହା ଥିଲା ଏକ ‘ସ୍ତ୍ରୀ’ ଲୋକର କଙ୍କାଳ । ହେଲେ ସେ ଖୁବ୍ ଖୁସି ଜଣା ପଡୁଥିବାର ଦେଖାଯାଉଥାଏ । ତେଣୁ ଏ ସୁରମା ଅନୁମାନ କରିନେଲା ଯେ, ସେ ନିଶ୍ଚୟ ନିରିମାର ପ୍ରେତାତ୍ମା । ତାପରେ ସେ ସୁରମା ଆଦୌ ଭୟଭୀତ ନହୋଇ ବରଂ ହସି ହସି ପଚାରିଲା, କ’ଣ ମୋତେ ଡରାଇବେ? ଏକଥା ଶୁଣି ସେ ଭୂତୁଣୀ ନିରିମାର ପ୍ରେତାତ୍ମା କହିଲା – ଛିଃ,ମା’ – ମୁଁ ତ ତତେ ଡରେଇବାକୁ ଆସି ନାହିଁ । ଏତିକିରେ ସେ ସୁରମାର ସାହସ ଟିକେ ବଢିଗଲା । ସୁରମା ଏଥର ସାହସ ସଂଚୟ କରି କହିଲା, ଆଚ୍ଛା – କହିଲ । ମୁଁ ତ ସମସ୍ତଙ୍କଠାରୁ ଶୁଣିଛି ଯେ, ତମେ ଖୁବ୍ ଭଲ ଲୋକ । ତାହେଲେ ତୁମ ମୃତ୍ୟୁପରେ ତମେ ଭୂତୁଣୀ କାହିଁକି ହେଲ ଜାଣିଛନା, ତୁମର ମୃତ୍ୟୁପରେ, ଏଠାରେ କେବଳ ତୁମରି ଡରରେ କେହି ବି ରହୁ ନଥିବାରୁ ତୁମ ପୁଅ ଏକୁଟିଆ ଅଛନ୍ତି । ସୁରମାର କଥାରେ ନିରିମାର ପ୍ରେତାତ୍ମା ଦୀର୍ଘନିଃଶ୍ୱାସ ପକାଇ କହିଲା – ମୁଁ ବଂଚିଥିବା ବେଳେ ପରମାନନ୍ଦକୁ ବିବାହ କରିଦେବାକୁ ଚାହିଁଥିଲି କିନ୍ତୁ ସେତେବେଳେ ସେ ମନାକଲା, ବିବାହ କରିବ ନାହିଁ । ତେଣୁ ମୁଁ ତା’ ବିବାହ କରିପାରିଲି ନାହିଁ । ତାପରେ ପେଟ ରୋଗରେ ମୋର ମୃତ୍ୟୁ ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ