ପାଖନ ପୁର ଗାଁରେ ଗୋଟିଏ ଭଲ ପିଲାଟାଏ ଥାଏ । ତାର ନାଁ ଅତନୁ । ସେ ଭଲ ପାଠ ପଢୁ ଥିବାରୁ ବାହାରେ ରହି ପାଠ ପଢୁ ଥାଏ । ସେ ଭୂଗୋଳ ବିଷୟରେ ରିସର୍ଚ୍ଚ କରୁ ଥାଏ । ବର୍ତ୍ତମାନ ପରିସ୍ଥିତିରେ ଭୂକମ୍ପନ, ନଦୀର ଶଯ୍ୟା ପରିବର୍ତ୍ତନ, ମାଟିର କ୍ଷୟ, ଏମିତି ଅନେକ ବିଷୟରେ ସେ ପରୀକ୍ଷା ନିରିକ୍ଷା ମଧ୍ୟ କରୁ ଥାଏ । ସରକାର ସେ ବାବଦ ତାକୁ କିଛି ଭତ୍ତା ମଧ୍ୟ ଦେଉ ଥାଆନ୍ତି । ଅତନୁ ଥରେ ସେହି ଗାଁକୁ ଆସିଥିଲା ଛୁଟିରେ ସବୁ କଥା ଶୁଣି ସେ ପୋଖରୀ ପାଖକୁ ବାହାରିଲା । ତାକୁ ସମସ୍ତେ ଭୂତ ଭୟ ଦେଖାଇଲେ । ସେ କିନ୍ତୁ କାହା କଥା କିଛି ଶୁଣିଲାନି । ଭୂତଫୁତ କିଛି ନାହିଁ । ଅପେକ୍ଷା କର ଅସଲ କଥା ମୁଁ ତୁମକୁ କହିବି । ସେ ପ୍ରଥମେ ନିରିକ୍ଷଣ କରି ପୋଖରୀଟିକୁ ଦେଖିଲା । ସେତେବେଳକୁ ବନ୍ୟା ଛାଡି ଯାଇ ଥାଏ । ସେହି ପୋଖରୀରେ କାଚ କେନ୍ଦୁ ପରି ପାଣି ଥାଏ । ଏମିତି ଅନେକ ସମୟ ଦେଖୁ ଦେଖୁ ହଠାତ୍ ଗୋଟିଏ ଯାଗାରେ ସଡ ସଡ ଶବ୍ଦ ସହିତ ପୁଳାଏ ଗୋଳିଆ ପାଣି ଉପରକୁ ଉଠିଲା । ଆଶ୍ଚର୍ଯ୍ୟ ନହୋଇ ସେ ପାଣିର ନମୁନା ସଂଗ୍ରହ କଲା ଅତନୁ । ତାକୁ ପରଦିନ ନେଇ ସେ ଲାବରଟାରୀରେ ପରୀକ୍ଷା କଲା । ସେଥିରୁ ସେ ଜାଣି ପାରିଲାଯେ ଏ ଅଳିଆ ପାଣି ହେଉଛି ନଦୀ ପାଣି । ଅନ୍ୟ ଗୋଟାଏ ବୋତଲରେ ଯେଉଁ ଯାଗାରେ ସେ କିଛି ସଫା ପାଣି ନେଇ ଥିଲା ତାହା ଥିଲା ସେହି ପୋଖରୀ ପାଣି ।
ଏଥର ତାକୁ ସନ୍ଦେହ ଲାଗିଲା । ଏହି ପୋଖରୀକୁ ନଦୀ ପାଣି ଆସିଲା କୁଆଡୁ । ନଦୀତ ପୋଖରୀ ଠାରୁ ପ୍ରାୟ ଅଧ କିଲୋ ମିଟର ହେବ । ପୁଣି ସେହି ପୋଖରୀକୁ ଯାଇ ସେ ତନ୍ନ ତନ୍ନ କରି ପରୀକ୍ଷା କଲା । ତାପରେ ତା ମନରେ ସନ୍ଦେହ ହେଲା ସେ ଗୋଟିଏ ଛେଳି ନେଇ ବାନ୍ଧିଲା ସେହି ପୋଖରୀର ଶେଷ ପାହାଚରେ ସେ ପିଲା ମାନଙ୍କ ଠାରୁ ଖବର ସଂଗ୍ରହ କଲା ସେମାନେ ଯେଉଁଠି ଖେଳୁ ଥିଲେ । ଛେଳୀଟା ବିକଳରେ ରଡି କଲା ସେହି ପୋଖରୀ ପାଣି ଦେଖି । ତା ଶବ୍ଦ ଶୁଣି ଦେଖା ଗଲା ଗୋଟେ ଛୁଆ ମଗର ମାଛ ସେହି ଛେଳୀକୁ ପୋଖରୀ ପାଣି ଭିତରକୁ ଘୋସାଡି ନେଲା । ଅତନୁ ଏଥର ଠିକ୍ ଜାଣି ପାରିଲା । ତାପର ଦିନ ଛେଳୀଟିର ଶବ ମଧ୍ୟ ଭାସୁ ଥିଲା ଖଣ୍ଡିଆ ଖାବରା ବିଭତ୍ସ ହୋଇ । ସେ ଛୁଆ ମଗର ମାଛଟି ସେହି ଛେଳୀକୁ ପୁରା ନଖାଇ ଖାଲି କାମୁଡି କାମୁଡି ପୁଳା ପୁଳା ମାଂସ ଖାଇ ଛାଡି ଯାଉଛି । ଯେପରି ଅବସ୍ଥା ସେ ପିଲା ଦୁଇଟାର କରି ଥିଲା । ହୁଣ୍ଡା ସାହୁର ସ୍ତ୍ରୀ ମଇନାର ଶରୀରକୁ ମଧ୍ୟ ସେ ଛୁଆ ମଗର ମାଛ ସେମିତି କରି ଥିଲା । ହୁଣ୍ଡା ସାହୁର ସ୍ତ୍ରୀ ଘରତ ଆର ଗାଁରେ ନଦୀ ବନ୍ଧ ପାଖରେ ତା ଶବ ଏଠାକୁ ଆସିଲା କିପରି? ନଦୀ ପାଣି ମଧ୍ୟ ପରୀକ୍ଷା କରି ଅତନୁ ଦେଖିଲାଯେ ସେ ନଦୀ ପାଣି ପୋଖରୀକୁ ଆସୁଛି କିପରି?