ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭୂତ ପୋଖରୀ

ସବୁ ଜାଣି ସାରିବା ପରେ ଗ୍ରାମ ବାସୀ ସମସ୍ତଙ୍କୁ ସେ ପୋଖରୀ ପାଖକୁ ଡାକିଲା ଅତନୁ । ସମସ୍ତେ ଏଥର ଆସିଲେ । ଅତନୁ ସମସ୍ତଙ୍କୁ କଥାଟା ଖୋଲି କହିଲା । ଏହି ପୋଖରୀରେ ଭୂତ ଫୁତ କିଛି ନାହିଁ । ନଦୀ ବନ୍ଧ ତଳୁ ଗୋଟେ ଗଭୀର ଗଳିଆ ଖୋଲି ଆସିଛି ଏହି ପୋଖରୀକୁ । ସେହି ବାଟ ଦେଇ ନଦୀରୁ ଗୋଟିଏ ଛୁଆ ମଗର ମାଛ ଏହି ପୋଖରୀକୁ ପ୍ରାୟ ଯିବା ଆସିବା କରୁଛି । ଏପରିକି ହୁଣ୍ଡା ସାହୁର ସ୍ତ୍ରୀ ମଇନାକୁ ଗାଧୋଉ ଥିବା ଅବସ୍ଥାରେ ନଈରୁ ଭିଡି ଆଣି ସେହି ଗଳିଆ ବାଟେ ଏ ପୋଖରୀରେ ଆଣି ପହଁଚାଇଛି ଏହି ମଗର ମାଛର ଛୁଆ । ସେ ଅଳ୍ପ ଖାଇ ଫୋପାଡି ଦେଉଛି । କିନ୍ତୁ ତା’ର ଅସଲ ଲକ୍ଷ୍ୟ ହେଲା ଜୀବ ହତ୍ୟା । ଚାଲ ଆମେ କାଲି ସମସ୍ତେ ଯିବା ଗହିର ଗାତ ଖୋଳି ମାଟି ପକାଇ ସେହି ଗଳିଆକୁ ସବୁ ଦିନ ପାଇଁ ବନ୍ଦ କରି ଦେବା । ତାପରେ ଦେଖିବ ମୁଁ ସେ ଛୁଆ ମଗର ମାଛକୁ ତୁମ ମାନଙ୍କୁ ନିଶ୍ଚୟ ଦେଖାଇ ଦେବି ।

ସମସ୍ତେ ସେହି ଅତନୁର କଥା ମାନି ପରଦିନ ଫାଉଡା ଟୋକେଇ ଧରି ନଦୀ ବନ୍ଧକୁ ବାହାରିଲେ । ଅତନୁ ଶିଖାଇ ଥିବା ଯାଗା ଖେଳା ଗଲା । ଗଳିଆଟି ପ୍ରକୃତରେ ଦେଖା ଗଲା । ତାକୁ ମାଟି ପକାଇ ବନ୍ଦ କରି ଦିଆ ଗଲା । ପୋଖରୀ ବନ୍ଧରେ ମଧ୍ୟ ସେଇଆ କରା ଗଲା । ପ୍ରାଣୀ ବିଜ୍ଞାନୀଙ୍କୁ ଡକା ଯାଇ ଗାଡିଆରୁ ବଡ ଜାଲ ବୋଟ୍ ଯୋଗେ ପକା ଯାଇ ସେହି ଛୁଆ ମଗର ମାଛକୁ ଧରା ଗଲା । ଲୋକ ମାନେ ସେହି ଛୁଆ ମଗର ମାଛକୁ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହେଲେ । ସେହି ପୋଖରୀ ଚାରି ପଟ ସଫା କରା ଗଲା । ଅତନୁ ନିଜେ ପଶି ଆଗ ପୋଖରୀରେ ମନ ଭରି ପହଁରିଲା । ତାପରେ ତାସାଙ୍ଗ ସାଥି । ପୁଣି ସେହି ପୋଖରୀ ସମସ୍ତଙ୍କ ବ୍ୟବହାରରେ ଲାଗିଲା । ଭୂତତ ନଥିଲା । କେବଳ ଯାହା ମନର ଭୂତ ଦୂରେଇ ଗଲା । ସମସ୍ତେ ଅତନୁର ଖୁବ୍ ପ୍ରଶଂସା ମଧ୍ୟ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ