ଅତି ପୁରାଣ କାଳରେ ଜଣେ ସାହାଯ୍ୟକାରୀ ବାବା ଥିଲେ । ବାବା କେବଳ ଯେ ମନୁଷ୍ୟ ସମାଜର କଲ୍ୟାଣ କରୁନଥିଲେ ବରଂ ବିଶ୍ୱର ସମସ୍ତ ପ୍ରାଣୀ ତଥା ଜୀବଜନ୍ତୁଙ୍କ ପ୍ରତି ମଧ୍ୟ ତାଙ୍କ ହୃଦୟରେ ଅଶେଷ ପ୍ରେମ ଓ କରୁଣା ଥିଲା । ତେଣୁ ସେ ବାବା ସର୍ବଦା କହୁଥିଲେ – ସମସ୍ତଙ୍କୁ ସାହାଯ୍ୟ କର, ଅନ୍ୟକୁ କଷ୍ଟ ଦିଅନାହିଁ ।
ଥରେ ବାବା ଅବସର ବିନୋଦନ ପାଇଁ ତାଙ୍କ ଭକ୍ତମାନଙ୍କ ସହ ଏକ ପର୍ବତମାଳାକୁ ଯାତ୍ରା କଲେ । ବାବାଙ୍କ ଆଗମନ ଯୋଗୁଁ ସେଠାରେ ପ୍ରତିଦିନ ହଜାର ହଜାର ଭକ୍ତ ଉପସ୍ଥିତ ରହୁଥିଲେ । ପ୍ରତ୍ୟେକ ଭକ୍ତ ଦିବ୍ୟତାର ଅନୁଭବ କରିବା ସଙ୍ଗେ ସଙ୍ଗେ ସେଠାକାର ଶାନ୍ତ ପରିବେଶରେ ସେମାନେ ସମୟ ଅତିବାହିତ କରୁଥିଲେ । ସେଠାରେ କିଛିଦିନ ରହିବା ପରେ ବାବା ଫେରିବାକୁ ପ୍ରସ୍ତୁତ ହେଲେ । ଫେରିବା ସମୟରେ ବାବା ତାଙ୍କ ଭକ୍ତମାନଙ୍କୁ କିଛି ସମୟ ଅପେକ୍ଷା କରିବାକୁ କହିଲେ । ସେଠାରେ ଥିବା ଏକ ସୁନ୍ଦର ବଗିଚା ଭିତରକୁ ବାବା ନିଜେ ଚାଲିଗଲେ । ଅଳ୍ପ କିଛି ଭକ୍ତ ମଧ୍ୟ ତାଙ୍କ ସାଙ୍ଗରେ ଗଲେ ବାବା ସେଠି କ’ଣ କରିବେ ଦେଖିବା ପାଇଁ ।
ଭକ୍ତମାନେ ବାବାଙ୍କୁ ଏକ ମଇଁଷି ପାଖରେ ଠିଆ ହୋଇଥିବାର ଦେଖିଲେ । ବାବା ସେହି ମଇଁଷିଟିକୁ ଥାପୁଡେଇ ଚାଲିଥିଲେ ଏବଂ କହୁଥିଲେ “ତୁମେ ଖୁବ ସୁନ୍ଦର ଭାବେ ମୋର ଓ ମୋ ଭକ୍ତମାନଙ୍କର ସେବା କରିଛ ।” ବାସ୍ତବରେ ପିଇବା ପାଣି ପାଇବାରେ ସେଠାରେ ବହୁତ ଅସୁବିଧା ଥିଲା । ସେ ସୁବିଧା ଭକ୍ତମାନଙ୍କୁ ଯୋଗାଇବା ପାଇଁ ସମସ୍ତ ଜିନିଷ ପର୍ବତମାଳାର ପାଦଦେଶରୁ ଏ ମଇଁଷିମାନେ ବୋହି ଆଣୁଥିଲେ । ଭକ୍ତମାନଙ୍କ ସେବାରେ ମଇଁଷିଟିର ଏତେବଡ ଯୋଗଦାନ ଥିବାରୁ ବାବା ତାକୁ ଆଶୀର୍ବାଦ କଲେ ।
ତେଣୁ ଆଶୀର୍ବାଦ ପାଇବାକୁ ହେଲେ ଆମ୍ଭମାନଙ୍କୁ ନିଜକୁ ପର ଉପକାରରେ ନିୟୋଜିତ କରିବାକୁ ପଡିବ । ଯଦି ପ୍ରତ୍ୟେକ ମଣିଷ ଅନ୍ୟର ମଙ୍ଗଳ କାମନା କରେ ଓ ଅନ୍ୟର ସେବା କରେ ତେବେ ପୃଥିବୀ ସ୍ୱର୍ଗରେ ପରିଣତ ହେବାପାଇଁ ଆଉ ବେଶିଦିନ ଲାଗିବନି ।