ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମଇନା କୁମାରୀ ଓ ଛବି କୁମାରୀ କାହାଣୀ

ମୁଣ୍ଡମାଳ ମାନେ କହିଲେ – ତା ପାଖରେ ପହଁଚିଲେ ଦେଖିବୁ ସେ ଗଛଟି ସବୁବେଳେ କହୁଥିବ – ଝୁମୁରୁ-ଝାଇଁ ଝୁରୁଥିଲୁ କଳା ମାଣିକ ପାଇଁ – କଳାମାଣିକକୁ ନ ଦେବି ଛାଡି । ଯେଣେ କହୁ ତେଣେ ଯିବି ତ ଉଡି ।

ଛବି ପଚାରିଲା – ତା ପରେ?

ମୁଣ୍ଡମାଳ ମାନେ କହିଲେ – ତୁ ସେ ଗଛ ଉପରେ ବସି କହିବୁ – ଉଡରେ ଧର୍ମର ବୃକ୍ଷ? ପର ଉପକାର କରିବା ପାଇଁ ନେଉଛି ସାଗର ହ୍ରଦ ତୀରକୁ ।

ଛବି ପଚାରିଲା – ତା’ପରେ କ’ଣ ହେବ?

ମୁଣ୍ଡମାଳ ମାନେ କହିଲେ – ସେ ତୋତେ ନେଇ ପହଁଚାଇ ଦେବ ଠିକଣା ଜାଗାରେ । ତେଣିକି ତୁ ସେ ଅମୃତମଣି ଆଣିବାକୁ ଚେଷ୍ଟା କରିବୁ ।

ଏ ସମସ୍ତ କଥା ଶୁଣି ଟିକିଏ ଗୁମ୍ ଖାଇ ସବୁ କଥା ଭାବିଲା ଛବି । ତା’ପରେ ସେ କହିଲା ଏଥର ମୁଁ ଯିବାକୁ ପ୍ରସ୍ତୁତ ହେଲି, ତୁମେମାନେ ଯାହା କରିବାର କଥା କର ।

ତାପରେ ସେହି ମୁଣ୍ଡମାଳ ମାନେ ଗୋଟାଏ ଅଟ୍ଟହାସ୍ୟ କରି ଛାଡିଦେଲେ ଗୋଟାଏ ଦୀର୍ଘ ନିଃଶ୍ୱାସ । ସେମାନଙ୍କର ସେହି ନିଃଶ୍ୱାସରେ ଚାଳଟା ସେଠାରୁ ଉଡିଗଲା ଠିକ୍ ଚଢେଇ ପରି । ଛବି ବି ସେଥିରେ ଲଟକି ଥାଏ ଠିକ୍ ଚେମେଣୀ ଚଢେଇ ଲଟକିଲା ପରି ।

ତାପରେ ସେ ଯାଇ ପହଁଚିଲା ସେ ଝୁମୁରୁଝାଇଁ ଗଛ ପାଖରେ । ଚାଳଟା ହଠାତ୍ ଲେଉଟି ଗଲା । ଛବି ଯାଇ ଚିହ୍ନି ଚିହ୍ନି କରି ବସିଲା ସେହି ଗଛ ଡାଳରେ । କହିଲା –

ହେ ସତ୍ୟର ବୃକ୍ଷ ଧର୍ମର କେତନ

ମୋ ଗୁହାରି ଶୁଣ ହୋଇ ସଚେତନ ।

ପର ଉପକାର ନିମନ୍ତେ ମୁଁ ଯିବି

ନେଉଳି ସାଗର ତୀରେ ପ୍ରବେଶିବି ।

ତୁମେ ମୋତେ ଧର୍ମେ ଶୂନ୍ୟେ ବହିନେବ

ସେ ସ୍ଥାନେ ସୂଯୋଗ ପହୁଁଚାଇ ଦେବ ।

                ଏତିକି ଶୁଣିବା ମାତ୍ରେ ସେ ଝୁମୁରୁଝାଇଁ ଗଛ ଉଡିଗଲା ଶୂନକାଶୂନ । ଦୀର୍ଘ ଗୋଟିଏ ଦିନ ପରେ ଯାଇ ସେ ଗଛଟି ପହଁଚିଗଲା ନେଉଳି ସାଗର ହ୍ରଦ କୂଳରେ । ଛବି ଧୀରେ ସୁସ୍ଥେ ସେ ଗଛରୁ ଓହ୍ଲାଇ ଚାରିଆଡେ ଟିକେ ଚଲା ବୁଲା କରି ଦେଖିଲା । ଗଛ ଯାଇ ରହିଲା ହ୍ରଦ କୂଳରୁ ଅଳ୍ପ ଦୂର ଛଡାରେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ