ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମଇନା କୁମାରୀ ଓ ଛବି କୁମାରୀ କାହାଣୀ

                                ଏକ ଭାର୍ଯ୍ୟା ଗୁଣବତୀ ଅଛି ଯାର ଘରେ

                                ଭାଗ୍ୟବାନ ଅଟେ ସେହି ସଂସାର ମଧ୍ୟରେ ।

                                ବହୁ ଭାର୍ଯ୍ୟା କଲେ ଘଟେ ଅସୀମ ବିପଦ

                                ସୁଖ ଶାନ୍ତି ନଷ୍ଟକରେ ସପତଣୀ ଦ୍ୱଦ୍ୱ ।

                                ତେଣୁ ଶାନ୍ତି ନଷ୍ଟ ହୁଏ ଜଳୁଥାଏ ପ୍ରାଣ

                                ଏଥିପାଇଁ ଅଳ୍ପାୟୁଷ ହୋଇବା ପ୍ରମାଣ ।

                                ଇଚ୍ଛାକର ଯଦି ନାଶ ହେବାକୁ ଅଶାନ୍ତି

                                ତେବେ ତାର ପ୍ରତିକାର ଚିନ୍ତାକର ଧାତି ।

                                ଯେପରି ସାକ୍ଷାତ ନୁହେଁ ସପତଣୀଙ୍କର

                                ସେପରି କାର୍ଯ୍ୟ କରନ୍ତୁ ଆହେ ନୃପବର ।

                ମନ୍ତ୍ରୀଙ୍କର ଏ ଉକ୍ତିଟି ଅବଶ୍ୟ ମହାରାଜାଙ୍କ ମନକୁ ପାଇଲା । ତେଣୁ ସେ କାଳବିଳମ୍ବ ନ କରି ସେଠାରୁ ପାଂଚ କୋଶ ଛାଡି ଦିହିଁଙ୍କ ପାଇଁ ଯୋଡିଏ ଉଆସ ତୋଳାଇ ଦେଲେ । ଆପଣା ଦାସୀ ପରିବାରୀମାନଙ୍କୁ ନେଇ ରାଣୀମାନେ ଗଲେ ନିଜ ନିଜ ଉଆସକୁ । କେହି କାହାରି ସଙ୍ଗେ ଦେଖା ନ ହେବାରୁ କଳହଟା ଧୀରେ ଧୀରେ କମି ଆସିଲା । ଏଣେ ରାଜା ବି ଟିକିଏ ଶାନ୍ତିରେ ନିଃଶ୍ୱାସ ନେଲେ । ପାଳି କରି ସେ ଦୁଇ ରାଣୀଙ୍କ ଉଆସକୁ ଯାଆନ୍ତି । ସେମାନଙ୍କ ସଙ୍ଗେ ମନ ଦେଇ କଥାବାର୍ତ୍ତା କରନ୍ତି । ଯଉ ଦିନ ରାଜା ଯାହା ଉଆସରେ ରହନ୍ତି, ସେ ଦିନ ସେ ରାଣୀ ଜାଣିପାରେ ଯେ ଆଜି ଏ ରାଜ୍ୟଟା ଗୋଟାତୁଲ ମୋର ।

                ଏମିତି ଏମିତି କିଛିଦିନ କଟିଗଲା । ସମୟ ଅନୁସାରେ ଚାରି ମାସ ମାତ୍ର ଅନ୍ତର ରଖି ଦି’ରାଣୀଙ୍କ ଗର୍ଭରୁ ଜନ୍ମ ହେଲେ ଯୋଡିଏ ଝିଅ । ରାଜା ଦିହିଁଙ୍କ ପାଇଁ ସମାନ ଖର୍ଚ୍ଚ କଲେ । ଗଣାପୋଛା ସରିଲା । ସେମାନେ ଗୋଟିକର ନାଁ ଦେଲେ ମଇନା କୁମାରୀ, ଓ ଆଉ ଗୋଟିକର ନାଁ ଦେଲେ ଛବି କୁମାରୀ ।

                ମଇନା ଚାରି ମାସ ବଡ, ଛବି ଚାରିମାସ ସାନ । ଦିହେଁ ପାଠ ପଢିଲେ ଦି’ଯାଗାରେ । ମା ମାନଙ୍କ ଯୋଗେ ସେ ଦିହିଁଙ୍କ ଭିତରେ ବି ଦେଖା ସାକ୍ଷାତ ହେବାକୁ ସେମାନଙ୍କୁ ଆଦୌ କୌଣସି ସୁବିଧା ସୁଯୋଗ ଦିଆଗଲାନି । ଏଣୁ ସେମାନଙ୍କ ମଧ୍ୟରେ ବିଶେଷ ଚିହ୍ନା ପରିଚୟ କିଛି ବି ନ ଥାଏ । ଶୁକ୍ଳପକ୍ଷର ଚନ୍ଦ୍ରମା ପରି ଦିହେଁ ବଢୁଥାନ୍ତି ଦିନକୁ ଦିନ । ସେମାନଙ୍କର ପାଠ ପଢାରେ ଖୁବ୍ ମନ ଥାଏ । ହାତକାମ ସେମାନେ ଶିଖନ୍ତି । ଶାସ୍ତ୍ର ପୂରାଣ ବି ଚର୍ଚ୍ଚା କରନ୍ତି । ସେ ଦୁହେଁ ବୁଦ୍ଧି ବୃତି ଓ ରୂପ ଗୁଣରେ କେହି କାହାଠୁ ଉଣା ନଥିଲେ ହେଲେ କ’ଣ ହେବ, ଦୁହିଁଙ୍କର ପ୍ରକୃତି ତ ଗଢା ହୋଇଥାଏ ଭିନ୍ନ ଭିନ୍ନ ଉପାଦାନରେ । ଏହି ଦୁଇ କୁମାରୀଙ୍କ କଥା ଶୁଣାଇ ଗପଟି ସମାପ୍ତ କରିବା –


ଗପ ସାରଣୀ

ତାଲିକାଭୁକ୍ତ ଗପ