ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମଇନା କୁମାରୀ ଓ ଛବି କୁମାରୀ କାହାଣୀ

ସେ ସର୍ଦ୍ଦାର ମୋତେ ମରଣ ମୁହଁରୁ ଉଦ୍ଧାର କରି ଯେପରି ସ୍ନେହ ଶ୍ରଦ୍ଧାରେ ପାଳିଛି, ନିଜର ମା’ ବାପ ଏପରି ପାଳିଥିଲେ ବି ସେପରି ସ୍ନେହ ଶ୍ରଦ୍ଧା ଆଦୌ ଦେଖାଇ ନଥିଲେ । ଏ ଛାର ସଂସାରରେ କେହି କାହାର ବି ଆପଣାର ନୁହଁନ୍ତି କି ପର ବି ନୁହଁନ୍ତି । ଯିଏ ଯାହାକୁ ଯେତେ ନିକଟ ସମ୍ପର୍କରେ ଦେଖିଲା ସେ ହେଲା ତା’ର ସେତେ ଆପଣାର । ଯିଏ ଯେତେ ଦୂରେଇ ଗଲା ସେ ହେଲା ସେତେ ପର । ଏହିପରି ନାନା ଭାବନାର ବଶବର୍ତିନୀ ହୋଇ ମଇନା ଶେଷରେ ସ୍ଥିର କଲା “ସେ ନିଜ ପରିଚୟ କେବେବି କାହାକୁ ମୋଟେ ଦେବନି । ସେ ଯେମିତି ଭାବେ ସର୍ଦ୍ଦାରର ଝିଅହୋଇ ରହିଛି ସେମିତି ହିଁ ରହିବ ।”

ତେବେ ଛବି ଆସି ପହଁଚିଛି ସେ ମୁଣ୍ଡମାଳ ମାନଙ୍କ ପାଖରେ । ମନରେ ତାର ବିପୁଳ ଆନନ୍ଦ । ପ୍ରଭୁଙ୍କ ଦୟାରୁ ସେ ଆଜି ଶହ ଶହ ଯୁବା ଯୁବତୀଙ୍କୁ ବଂଚାଇ ପୃଥିବୀର ଅକ୍ଷୟ ଯଶ ଅର୍ଜନ କରି ପାରିବ । ରାଜବାଟିରେ ପଡିଥିଲେ ଏ କାର୍ଯ୍ୟ ହୁଅନ୍ତା ବା କିପରି? କଥାରେ ପରା ଅଛି –

ମହତ କରମ                                 ହେବାପାଇଁ ଥାଏ

                 ଯାହା ଦ୍ୱାରା ଏ ଶୟଳେ

ତାହାକୁ କରତା                               ନିଅନ୍ତି କଢାଇ

                  ଠେଲି ବିପଦ କବଳେ ।

କରମ କ୍ଷେତ୍ରରେ                 ଠିଆକରି ତାକୁ

                  ଢାଳନ୍ତି ଆଶିଷ ଜଳ

ବିଜୟ କେତନ                    ପୋତେ କର୍ମୀ ଶୂନ୍ୟେ

                ଦେଖାଇ କର୍ତ୍ତବ୍ୟ ବଳ ।

                ଝୁମୁରୁଝାଇଁ ଗଛ ମୁଣ୍ଡମାଳ ପାଖରେ ଛବିକୁ ପହଁଚାଇ ଦେଇ ଯେତେବେଳେ ସେ ଫେରିଗଲା, ଠିକ୍ ସେତିକିବେଳେ ନଜର ପଡିଲା ସେ କପାଳୀର । ଗଛଟା ଝାଁ-ଝାଁ ଝୁମୁର ଝୁମୁର ହୋଇ ଶୂନ୍ୟେ ଶୂନ୍ୟେ ଉଡିଯାଉଛି ଏସବୁ ଦେଖି ସେ କପାଳୀର ମନରେ ଟିକେ ସନ୍ଦେହ ଆସିଲା ।

ସେ କପାଳୀ ବିଚାରି ଭାବିଲା – “ଏ ପୁଣି ଗୋଟାଏ କ’ଣ? ମୁଁ ତ କପାଳୀ ମୁନି । ଯାଦୁକର, ମାୟାବୀ ପୁଣି ଦେବୀ ସାଧନା । ମୋଠାରୁ ବଳି ପୁଣି ଏ ଅଂଚଳରେ ଆଉ କିଏ ଏମିତି ଅଛି ଯେ, ଗଛଟାକୁ ଉଡାଇ ପାରୁଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ