ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମଇନା କୁମାରୀ ଓ ଛବି କୁମାରୀ କାହାଣୀ

ସେ ଜଣକ କହିଲେ – “ନିକୁମ୍ଭିଲା ବୋଲି ଗୋଟିଏ ସରୋବର ଅଛି ।” ତୁ ଆମମାନଙ୍କୁ ତୋ ସଙ୍ଗରେ ଘେନି ସେହିଠାକୁ ହିଁ ଚାଲ । ସମସ୍ତେ ସେଠି ସ୍ନାନ କରି ସାରିଲେ ଯାଇ ମନୁଷ୍ୟ ଜ୍ଞାନ ସମସ୍ତଙ୍କର ପୂନର୍ବାର ଫେରି ଆସିବ ଓ ଆମ ସମସ୍ତଙ୍କଠୁ ପ୍ରେତଗନ୍ଧ ବି ଛାଡିଯିବ । ତା’ପରେ ଯାଇ ଆମେ ମାନେ ଆପଣା ଆପଣା ଘର ଖୋଜି ଏଠାରୁ ଯାଇ ପାରିବୁ ।

ଛବି ପଚାରିଲା – “ସେ ନିକୁମ୍ଭିଲା ସରୋବର ଯିବାକୁ ବାଟ ତ ଜାଣିନି ମୁଁ?”

ସେ ଜଣକ କହିଲେ – “ତୁ ନ ଜାଣିଥିଲେ କ’ଣ ହେଲା ଆମେ ତ ଜାଣିଛୁ ।”

ଛବି ପଚାରିଲା – ବାଟ ଜାଣିଛ ଯଦି ନିଜେ ନିଜେ ଯାଇ କଣ ତୁମେ ମାନେ ସ୍ନାନ କରି ପାରିବନି ।

ସେ ଜଣକ କହିଲେ – ହଁ କରି ତ ପାରିବୁ । ମାତ୍ର ଆମମାନଙ୍କୁ ମହାମନ୍ତ୍ର ଶୁଣାଇବ କିଏ?

ଏଥର ଛବି ଠିକ୍ ବୁଝିପାରିଲା, ଯେ ପର୍ଯ୍ୟନ୍ତ ଏମାନେ ତୀର୍ଥରେ ବୁଡପକାଇ ସେ ମହାମନ୍ତ୍ର ନ ଘୋଷିଛନ୍ତି, ସେ ପର୍ଯ୍ୟନ୍ତ ଏମାନଙ୍କର ମନୁଷ୍ୟ ଜୀବ କଥା କି ଆପଣା ଘରଦ୍ୱାର କଥା କିଛି ବି ମନେ ପଡିବନି । ସେ ଯାହାବି ହେଉ, ମୋତେ ହିଁ କଷ୍ଟ ସହି ଏମାନଙ୍କ ସଙ୍ଗେ ଯିବାକୁ ପଡିବ । ଏହି କଥା ଭାବି ସେ ଯିବାପାଇଁ ପ୍ରସ୍ତୁତ ହେବାରୁ ସେମାନେ ବାଟ କଢାଇ ଛବିକୁ ନେଇଗଲେ ସେ ନିକୁମ୍ଭିଲା ସରୋବରକୁ ।

ବୋଡାସମ୍ବର ରାଜପୁତ୍ର ସମରସିଂହ ପ୍ରତିଜ୍ଞା କରି ସେ ନିକୁମ୍ଭିଲା ସରୋବର କୂଳେ ବର୍ଷେ ହେଲା ବସିଥାଏ । ତପସ୍ୟାରେ ତାର ଇଚ୍ଛା ଯଦି କୌଣସି ରାଜକୁମାରୀ କେବେ ଏଠାକୁ ଆସି ପ୍ରଥମ ଥର ପାଇଁ ତାର ଧ୍ୟାନ ଭଙ୍ଗ କରିବ, ତେବେ ସେ ତାଙ୍କୁ ହିଁ ବିଭାହେବ । ଆଉ ଯଦି କେହି ନଆସେ, ତେବେ ସେ ଯୁଗ ଯୁଗ ଧରି ଏହିପରି ତପସ୍ୟା କରିବ ପଛକେ, ହେଲେ ସେ ମୋଟେ ବିଭା ହେବନି ।

ଏମାନେ ସମସ୍ତେ ଯଥା ସମୟରେ ଯାଇ ପହଁଚିଲେ ସେ ନିକୁମ୍ଭିଲା ସରୋବର କୂଳରେ । ରାଜପୁତ୍ର ତପସ୍ୟାରେ ବସିଥିବା ଦେଖି ଛବି ତାଙ୍କୁ ପଚାରିଲା – “ଏ ଜଣକ କିଏ?”


ଗପ ସାରଣୀ

ତାଲିକାଭୁକ୍ତ ଗପ