ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମଇନା କୁମାରୀ ଓ ଛବି କୁମାରୀ କାହାଣୀ

ଛବି କହିଲା – “ମୁଁ ପଣ କରିଛି ଯେ – ଯୋଉ ରାଜପୁତ୍ର, ମୋ କଥା, ମୋ ଦେଈ କଥା ଓ ମୋ ବାପା ମାଆଙ୍କ କଥା ସମାଧାନ କରାଇ ପାରିବ ମୁଁ ନିଶ୍ଚୟ ତାକୁ ହିଁ ବିଭା ହେବି ।”

ସମର ସିଂହ କହିଲା – ଏହା ତ ଅତି ଉତ୍ତମ କଥା । ଏ ସମସ୍ତ ବିଷୟ ମୁଁ ନିଶ୍ଚୟ ସାତଦିନ ମଧ୍ୟରେ ଅବଶ୍ୟ ସମାଧାନ କରି ଦେଇ ପାରିବି ।’

ଛବି କହିଲା – “ମୁଁ ନିଶ୍ଚୟ ସାତଦିନ ପରେ ଯାଇ ତୁମକୁ ହିଁ ମୋ ବରଣ ମାଳା ଦେବି ।” ବର୍ତ୍ତମାନ ଏ ତୀର୍ଥଯାତ୍ରୀମାନଙ୍କୁ ଟିକେ ସ୍ନାନ କରିବା ପାଇଁ ଅନୁମତି ମିଳୁ ।

ସମର ସିଂହ କହିଲା – “ହଉ ମୁଁ ଅନୁମତି ଦେଲି । ସେମାନେ ଆସି ସ୍ନାନ କରନ୍ତୁ ।” ମାତ୍ର ସାତଦିନ ପର୍ଯ୍ୟନ୍ତ ଏଠାରୁ କେହି ବି ଯାଇ ପାରିବେନି ।

ଛବି ପଚାରିଲା – “କିପରି ରହିବେ, କ’ଣ ଖାଇବେ ସେମାନେ?”

ତହୁଁ ସେ ସମର କହିଲା – ‘ମୁଁ ଯଦି ସତ୍ ଏବଂ ମହତ୍, ପ୍ରକୃତରେ ଯଦି ମୋ ତପସ୍ୟାର କିଛିଟା ମହିମା ଥାଏ, ତେବେ ଏମାନଙ୍କ ରହିବା ଓ ଖାଇବା ପାଇଁ ସମସ୍ତ ବନ୍ଦୋବସ୍ତ ଆପେ ଆପେ ହୋଇଯିବ । ଏତିକି କହି ସମର ସିଂହ ବନଲତାର ଗହଳି ଛାୟାରେ ନିଜକୁ ହଜାଇ ଦେଲା ।

ଯାତ୍ରୀମାନେ ଯାଇ ଗାଧୁଆ ପାଧୁଆ କରି ଆସିଲେ କୂଳକୁ । ଛବି ସମସ୍ତଙ୍କୁ ମହାମନ୍ତ୍ର ପକାଇ ଦେବାମାତ୍ରେ ସ୍ମରଣଶକ୍ତି ଲେଉଟି ଆସିଲା ସେହି ମୁଣ୍ଡମାଳ ମାନଙ୍କର । ତାପରେ ପ୍ରତ୍ୟେକ ପ୍ରତ୍ୟେକଙ୍କର ନାମ, ଗ୍ରାମ, ରାଜ୍ୟ ଓ ବାପା ମାଆଙ୍କ କଥା ମନେ ପକାଇ ଛବିକୁ ନିଜ ନିଜ ପରିଚୟ ଦେଲେ । ଏସବୁ ଶୁଣି ଶୁଣି ସେ ଛବି ଖୁବ୍ ଆନନ୍ଦିତ ହେଲା ।

ସେତେବେଳକୁ ସମର ସିଂହ ମହିଁମାରେ ସେଠି ହୋଇ ଯାଇଥାଏ ଗୋଟିଏ ଧର୍ମଶାଳା । ସେଠାରେ ବିବିଧ ପ୍ରକାର ଖାଦ୍ୟ ଓ ସମଷ୍ଟି ଫଳମୂଳ ଜମା ହୋଇଥାଏ ଗଦାକୁ ଗଦା । ଛବି କହିଲା – ସମସ୍ତେ ଖାଇ ପିଇ ସାତୋଟି ଦିନ ଏଠାରେ ବିଶ୍ରାମ କର । ତା’ପରେ ଯାଇ ତୁମେମାନେ ଆପଣା ଆପଣା ରାଜ୍ୟକୁ ଯିବ ।

ଛବି କଥା ମାନି ସମସ୍ତେ ସେଠାରେ ମହା ଆନନ୍ଦରେ ରହିଲେ । କୁମାରୀ ମାନେ ରହିଲେ ଗୋଟିଏ ଘରେ ଓ କୁମାର ମାନେ ରହିଲେ ଅନ୍ୟ ଏକ ଘରେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ