ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମଇନା କୁମାରୀ ଓ ଛବି କୁମାରୀ କାହାଣୀ

                                “କନ୍ୟା ମାନୋୟତେ ବରମ୍

                                ମାତା ବିତଂ ପିତା ସ୍ତୁତମ୍

                                ବାନ୍ଧବାଃ କୁଳମି୍ଛନ୍ତି

                                ଭୋଜନ ମିତରେ ଜନାଃ ।

କନ୍ୟା ତା’ର ମନ ଅନୁସାରେ ବର ମନୋନୀତ କରିବା କଥା ତ ବହୁ ଆଗରୁ ଚଳି ଆସିଛି । ତେଣୁ ଆମ ଦେଶରେ ଚଳିଛି ସ୍ୱୟମ୍ବର ପ୍ରଥା । ସାନ-ସାନମାନଙ୍କ ଘରେ ସେ କଥା ଯଦି ବା ହୋଇ ନ ପାରିଛି ତେବେ ରାଜା ରାଜୋଡାରେ ତ ଚଳୁଛି । ପୂର୍ବକାଳରେ ସୀତା, ସାବିତ୍ରୀ, ଦମୟନ୍ତୀ ଓ ଦ୍ରୌପଦୀ ପ୍ରଭୃତି ନିଜ ଇଚ୍ଛାରେ ବର ଦେଖି ଏବଂ ତାଙ୍କର ବିଶେଷ ଗୁଣ ପରୀକ୍ଷା କରି ବା କରାଇ ସେମାନଙ୍କୁ ନିଜର ବରଣମାଳା ଦେଇଥିଲେ । ଲକ୍ଷ୍ମୀ ସମୁଦ୍ର ମନ୍ଥନରୁ ବାହାରି ବରଣ କରିଥିଲେ ନାରାୟଣଙ୍କୁ । ଦୁର୍ଗା ଶିବଙ୍କୁ ପାଇବା ପାଇଁ କଠୋର ତପସ୍ୟା କରିଥିଲେ । ମଇନା ଯଦି ତାଙ୍କ ପରି ଦେବୀ କିମ୍ବା ଅବତାର ମହିଳା ନୁହେଁ, ତଥାପି ବି ସେ ଜଣେ ନାରୀ ତ?

ତାର ବି ତ ପୁଣି ଗୋଟେ ନାରୀତ୍ୱ ଅଛି? ସତୀତ୍ୱ କି ଦେବୀତ୍ୱ ଯେ ନ ନଥିବ ଏକଥା କହି ପାରିବ କିଏ? ଯାହା କିଛି ହେଉ ତା ମନ ଉପରେ ମୁଁ ତ ଆଉ ବାଧା ଦେଇ ପାରିବିନି । ତାକୁ ପାଇବା ଦିନୁ ମୁଁ ତାକୁ ମୋ ଝିଅଠୁ ବଳି ଅଧିକ ସ୍ନେହ ଦେଇ ଆସିଛି । ତା’ରି ପାଇଁ ତ ମୁଁ ଆଜି ଷାଠିଏ ହାତ ମଇରୁ ଆସିଛି ବିଶାକାଠି ପର୍ଯ୍ୟନ୍ତ । ମୁଁ ଦେଶ ବିଦେଶର ଦ୍ୱାରେ ଦ୍ୱାରେ ବୁଲିଛି ଆପଣା ପେଟ ପୋଷିବାକୁ । ରାଜଭୋଗ ଛାଡି ଚାକିରୀ କରିଛି । ତଥାପି ମୁଁ କେବେବି ତା’ର ମନ କି ତାର କଥା ଭାଙ୍ଗି ଦେଇନି । ଆଜି ପୁଣି ମୁଁ ସେସବୁ ଭାଙ୍ଗି ଦେବି ବା କାହିଁକି? ମଲେ ତ ମରିବି ଦିନେନା ଦିନେ । ଅମର ହୋଇ ଏ ସଂସାରରେ କିଏ ବା ରହିଛି ବୋଲି ମୁଁ ଡରିମରି ପଛଘୁଂଚା ଦେବି?


ଗପ ସାରଣୀ

ତାଲିକାଭୁକ୍ତ ଗପ