ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମଇନା କୁମାରୀ ଓ ଛବି କୁମାରୀ କାହାଣୀ

                କଥାରେ ପରା ଅଛି – ଯୋଗକୁ ବ୍ରହ୍ମାଙ୍କର ବି ହାତ ପାଏନି । ଦିନକର କଥା – ମଇନା କୁମାରୀ ଯାଇଥାଏ ମହାନଦୀକୁ ଗାଧୋଇ । ସାଙ୍ଗରେ ଥାଏ ତାର ଗୋଟିଏ ମାତ୍ର ବୁଢୀ ଦାସୀ । ଗାଧୋଇ ପାଧୋଇ ଆସିଲାବେଳକୁ ସେ ଦେଖିଲା ଛବି କୁମାରୀ ଆସୁଛି । ତା ସାଙ୍ଗରେ ବି ଥାଆନ୍ତି ଯୋଡିଏ ଦାସୀ । ବାଟରେ ଦିହେଁ ରାଜକନ୍ୟା ହାବୁଡ ଖାଇଲେ ।

ସେମାନଙ୍କର ଆଗରୁ ତ ଚିହ୍ନା ପରିଚୟ ଆଦୌ ସେମିତି କିଛି ନାହିଁ । ହଠାତ୍ ଦେଖା ହେବାରୁ ତୁମେ କିଏ, ସେ କିଏ ବୋଲି ସେମାନେ ଦୁହେଁ ଖାଲି ପଚରା ପଚରି ହେଲେ । ତହୁଁ ସେ ବୁଢୀଦାସୀ ଆଦ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ରାଣୀମାନଙ୍କ କଥା କହି ସେ ଦୁହିଁଙ୍କୁ ଚିହ୍ନା ପରିଚୟ କରାଇ ଦେଲା ।

କଥାରେ ପରା ଅଛି – ରକ୍ତ ପାଇଁ କାନ୍ଦିଉଠେ ।

ଭାଇ ପାଇଁ ଭାଇର ମନ ଛୁଟେ ।

                ଦେଖା ସାକ୍ଷାତ ହେବା ମାତ୍ରେ ସେ ଦିହିଁଙ୍କ ମନ ଦିହିଁଙ୍କ ପ୍ରତି ଖୁବ୍ ଆକୃଷ୍ଠ ହେଲା । ତାପରେ ସେ ଦିହେଁ କୁଣ୍ଢିଆକୁଣ୍ଢି ହୋଇ ଖୁବ୍ କାନ୍ଦିଲେ । ମାଆମାନେ ହିଂସାବାଦରେ ଚଳି ରକ୍ତରେ ବାଡ ପକାଇ ଥିବାରୁ ସେମାନଙ୍କୁ ଏ ଦୁଇ ରାଜକନ୍ୟା ଖୁବ୍ ନିନ୍ଦା କଲେ । କ୍ଷୀର ନୀର ପରି ଦିହିଁଙ୍କ ମନ ବହୁତ ଶୀଘ୍ର ମେଳ ଖାଇଗଲା । ସେହିଦିନ ଠାରୁ ସେମାନେ କେହି କାହାକୁ ଛାଡି ପାରିଲେନି । ଏହି କଥାଟା କାଳେ ସେମାନଙ୍କ ମାଆମାନଙ୍କ କାନରେ ପହଁଚିଯିବ, ଏଥିପାଇଁ ବି ସେମାନେ ଖୁବ୍ ସାବଧାନ ଥାଆନ୍ତି । ଦାସୀମାନଙ୍କୁ ତାଗିଦ୍ କରାଯାଇଥାଏ ଯେପରି ସେମାନେ କାହାରି ଆଗରେ କିଛିବି ନ କହିବାକୁ । ନିତି ସଂନ୍ଧ୍ୟାବେଳେ ସେ ଦିହେଁ ଏକାଠି ଦେଖା ହୁଅନ୍ତି ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ । ସେଠି ଥାଏ ଖଣ୍ଡିଏ ଛୋଟ ବଗିଚା । ସେ ସ୍ଥାନଟା ନିକାଂଚନ ଯେମିତି, ମନୋରମ ବି ଠିକ୍ ସେମିତି । ସେଠାରେ ନାନା କଥା ପଡେ । ନିଜର ଭଉଣୀ । ମାଆ ଯୋଡିଏ ହେଲେ କ’ଣ ହେଲା, ବାପ ତ ଗୋଟିଏ ନା । ରକ୍ତ ସଙ୍ଗେ ରକ୍ତର ତ ପୁଣି ଗୋଟେ ସମ୍ପର୍କ ଅଛି । ତେଣୁ ମନଟା ବଳେ ବଳେ ଟାଣିହୁଏ । ଦେଖୁ ଦେଖୁ ଦିନ କେଇଟା ଭିତରେ ଭଉଣୀ ଦିହିଁଙ୍କ ମନ ମିଳିଗଲା ଯେପରି କ୍ଷୀର ନୀର ପରି ।

ଏ କଥା ରାଜା କି ରାଣୀ କେହି ବି ଆଦୌ ଜାଣି ପାରି ନଥାନ୍ତି । ଦିନେ କଥା ପ୍ରସଙ୍ଗରେ ଛବି କହିଲା ମଇନାକୁ – ଦେଈ ମ, ମାଆମାନେ ଆମର ସିନା ସାମାନ୍ୟ ସ୍ୱାର୍ଥ ଲୋଭରେ ବସିଛନ୍ତି ରକ୍ତରେ ବାଡ ପକାଇବାକୁ । କିନ୍ତୁ ଯେତେ ଯାହା ହେଲେ ବି ଆମେ ତ ଦି’ଭଉଣୀ ନା । ଜନ୍ମ ହେଲେଣି କୋଉଦିନୁ । ଆମର ଆସି ଯୁବା ବୟସ ହେଲା । ତେବେ ସୁଦ୍ଧା ହିଂସାରେ ସେମାନେ ଆମକୁ ଦେଖା ସାକ୍ଷାତ କରାଇ ଦେଇ ନାହାଁନ୍ତି । ତେଣୁ ମୁଁ ଭାବୁଛି ଆମେ ଦିହେଁ ଆଉ ଏ ଘରେ ମୋଟେ ରହିବାନି ।

ମଇନା ପଚାରିଲା – ପୁଣି ଆମେ ଯାଇ ରହିବା କେଉଁଠି?

ଛବି କହିଲା – “ଯେଉଁଠି ଏଭଳି ହିଂସାବାଦ ନଥିବ, ମଣିଷ ଦେଖୁଥିବ ଆଉ ଏକ ମଣିଷକୁ ମଣିଷ ଦୃଷ୍ଟିରେ, ସ୍ନେହ, ପ୍ରୀତି, ଦୟା, ପୂରି ରହିଥିବ ସମସ୍ତଙ୍କ ପ୍ରାଣରେ, ସେହିଭଳି ଗୋଟିଏ ସ୍ଥାନ ଆମେ ଖୋଜିବା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ