ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମଣିଷଟା ସିନା ବାଙ୍ଗରା, ହେଲେ ତା’ ଖ୍ୟାତି ବହୁତ ଲମ୍ବା

                ଲାଲବାହାଦୁର ଶାସ୍ତ୍ରୀଙ୍କ ଶାସନ କାଳରେ ଇଣ୍ଡିଆ ସାଙ୍ଗରେ ଚୀନ୍ର ଯୁଦ୍ଧ ହେଲା । ଚୀନ୍ ଆମଠାରୁ ବଡ ଦେଶ ଓ ତା’ର ସୈନ୍ୟସାମନ୍ତ ଅଧିକ ଥିଲେ ମଧ୍ୟ ଶାସ୍ତ୍ରିଜୀ ଡରିଯାଇ ନ ଥିଲେ । ସାହସର ସହିତ ଲଢେଇ କଲେ । ଶେଷରେ ଇଣ୍ଡିଆ ଓ ଚୀନ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେଲା । ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରିଲା, ବନ୍ଧୁତ୍ୱ ଭାବ ବି ବଢିଲା । ସେଇଥିପାଇଁ ଶାସ୍ତ୍ରିଜୀଙ୍କୁ ଶାନ୍ତିର ଦୂତ କୁହାଗଲା ।

ଶାସ୍ତ୍ରିଜୀ ଆମ ଦେଶରେ ରେଳମନ୍ତ୍ରୀ ଥିବାବେଳର କଥା । ଥରେ ଏକ ବଡ ରେଳଦୁର୍ଘଟଣା ଘଟିଲା । ଫଳରେ ଅନେକ ଲୋକ ମୃତାହତ ହେଲେ । ଏଥିଲାଗି ନିଜକୁ ଦାୟୀକରି ସେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ।

ସେଇ ସାଧାରଣ ନିରୀହ ମଣିଷଟିର ଆଉ ଗୋଟିଏ କଥା ଜାଣିଲେ ବୁଝିହେବ ଯେ, ସେ କେତେ ସରଳ, ଅମାୟିକ ମଣିଷ ଥିଲେ । ଏକଦା ଲାଲବାହାଦୁର ମନ୍ତ୍ରୀ ହେଲା ପରେ ଆଗ୍ରା ସହରକୁ ଗସ୍ତରେ ଯାଇଥାନ୍ତି । ତାଙ୍କର ଅଭ୍ୟର୍ଥନା ପାଇଁ ରେଳଷ୍ଟେସନରେ ଲୋକମାନେ ଫୁଲମାଳ ଧରି ଅପେକ୍ଷା କରିଥାନ୍ତି ।

ମାତ୍ର ଏ କ’ଣ ହେଲା? ରେଳଷ୍ଟେସନରେ ଗାଡି ତ ଅଟକିଲା । ଲୋକମାନେ ଓହ୍ଲାଇଲେ, ଆଉ ଚଢିଲେ । ହେଲେ ମନ୍ତ୍ରୀ ଗଲେ କୁଆଡେ? ଏହିଭଳି ଖୋଜା ଲୋଡା କରୁ କରୁ ଦେଖାଗଲା, ମନ୍ତ୍ରୀ ଲାଲବାହାଦୁର କେତେବେଳେ ଗହଳି ଭିଡରେ ବାହାରକୁ ଚାଲିଗଲେଣି ତାହା କେହି ବି ଆଦୌ ଜାଣିପାରିଲେ ନାହିଁ । ସେ ଗେଡା ଲୋକ ବୋଲି ଲୋକଗହଳିରେ ତାଙ୍କୁ କେହି ବି ଦେଖିପାରିଲେ ନାହିଁ ।

କେବଳ ସେତିକି ନୁହେଁ, ଯେଉଁ ସ୍ଥାନରେ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବାକଥା, ସେହି ସ୍ଥାନର ଫାଟକ ପାଖରେ ଥିବା ଜଗୁଆଳି ମଧ୍ୟ ତାଙ୍କୁ ଚିହ୍ନି ନ ପାରି ଫାଟକ ଖୋଲିଲା ନାହିଁ । ଠିକ୍ ଏତିକିବେଳେ କିଏ ଜଣେ ଅଫିସର ଆସି ଚିହ୍ନାଇ ଦେବାରୁ ଜଗୁଆଳି ଲାଲବାହାଦୁର ଶାସ୍ତ୍ରୀଙ୍କ ଲାଗି ସେ ଫାଟକ ଖୋଲିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ