ସମାଜରେ ଯିଏ ସାହାଯ୍ୟ ଲୋଡନ୍ତି ସାହା ହୁଅ ସେହିମାନଙ୍କୁ ଏକା
ତାଙ୍କ ବ୍ୟତିରେକେ ଆନେ ସାହା ନୁହେଁ ମଣିଷପଣିଆ ଗୁଣରେ ଲେଖା ।
ଏହିକଥା ସନ୍ଥ କବୀର ଏକଦା କହିଥିଲେ ଉପଦେଶ ଛଳରେ
ତାଙ୍କୁ ସାହା ହେବାପାଇଁ ଯାଇଥିବା ଶେଠମାନେ ମନଦୁଃଖେ ଫେରିଲେ ।
ସନ୍ଥ କବୀର ଦାସଙ୍କ ଜୀବନ କାଳର କଥା । ସେତେବେଳକୁ ତ ତାଙ୍କର ଖ୍ୟାତି ଅନେକ ବଢିଯାଇଥାଏ । ସୁତରାଂ ପ୍ରତିଦିନ ଅଧିକରୁ ଅଧିକ ବ୍ୟକ୍ତି ତାଙ୍କୁ ସାକ୍ଷାତ୍ କରିବା ପାଇଁ ଆସୁଥାନ୍ତି ।