ବାହୁବଳୀ ତ ସ୍ୱଭାବରେ ଜଣେ ରାକ୍ଷସ । ତେଣୁ ତାର ଖାଦ୍ୟରେ କିଛି ବି ବାଛ ବିଚାର ନ ଥାଏ, ପଶୁପକ୍ଷୀ, ଜୀବଜନ୍ତୁ ଯାହାପାଏ ତାକୁ ସେ ମାରି ଖାଇଦିଏ । ମଝିରେ ମଝିରେ ମଣିଷମାନଙ୍କୁ ମଧ୍ୟ ସେ ମାରି ଖାଇଦିଏ । ବାହୁବଳୀର ଭୟଙ୍କର ଚେହେରା ଦେଖି ତା ପାଖ ଆଦୌ କେହି ବି ମାଡିଲେ ନାହିଁ । ଏପରିକି ସେ ରାଜ୍ୟର ସବୁଠାରୁ ଯିଏ ଯୋଦ୍ଧା ସିଏବି ତା ସାମନାକୁ ଯିବାକୁ ଭୟ କଲା । କଥାଟା ସାରା ରାଜ୍ୟରେ ପ୍ରଚାର ହୋଇଗଲା ଯେ ଗୋଟିଏ ରାକ୍ଷସ ଆସି ଜଙ୍ଗଲରେ ଲୁଚି କରି ରହିଛି । ରାତିରେ ଗାଁ ଭିତରକୁ ପଶି ଆସି ସେ ମଣିଷମାନଙ୍କୁ ଧରି ନେଇ ମାରି ଦେଉଛି ।
ଶଇଳପୁରୀ ରାଜ୍ୟର ରାଜା ଜଣେ ବୁଦ୍ଧିମାନ ଲୋକ ଥିଲେ ତେଣୁ ସେ କହିଲେ ଆମର ଏକତା ନ ରହିଲେ ଶତ୍ରୁ ଆମକୁ ଧ୍ୱଂସ କରିଦେବ । ଗୋଟିଏ ଘାସର ସିନା କିଛି ବି ବଳ ନ ଥାଏ କିନ୍ତୁ ଯେତେବେଳେ ଅନେକ ଘାସକୁ ଏକାଠି କରି ଦଉଡି ତିଆରି କରାଯାଏ ସେଥିରେ ହାତୀକୁ ମଧ୍ୟ ବାନ୍ଧି ଦେଇ ହୁଏ । ତେଣୁ ଆମର ଏକତା ହିଁ ଶତ୍ରୁକୁ ଧ୍ୱଂସ କରିପାରିବ ।
ତା’ପରେ ସେ ରାଜାଙ୍କ ଆହ୍ୱାନରେ ସବୁ ପ୍ରଜା ଏକତ୍ର ହୋଇ ଧନୁଶର, ଖଣ୍ଡା ତଲୁଆର ଧରି ସେ ରାକ୍ଷସକୁ ମାରିବା ପାଇଁ ବାହାରି ପଡିଲେ । ସୈନ୍ୟବାହିନୀ ସହ ଜନସାଧାରଣ ମଧ୍ୟ ଯୋଗ ଦେଲେ । ଢୋଲ, ମାର୍ଦ୍ଦଳ, ତୂରୀ, ଶଙ୍ଖ ବଜେଇ ଲୋକମାନେ ରାକ୍ଷସକୁ ଧରିବା ପାଇଁ ଅଗ୍ରସର ହେଲେ ।
ରାକ୍ଷସ ଏତେବଡ ଜନସମୁଦ୍ରକୁ ଦେଖି ଡରିବ କ’ଣ ଓଲଟି ତା ଭିତରେ ପଶିଯାଇ ଅନେକ ଲୋକଙ୍କୁ ଉଠାଇ ନେଇ ଦୂରକୁ ଫୋପାଡି ଦେଲା, ତ ପୁଣି କାହାର ତଂଟି ଚିପି ତାକୁ ମାରିଦେଲା । କାହାକୁ ଦାନ୍ତ କଡମଡ କରି ଖାଇଦେଲା । ସେ ଯେତେ ଲୋକଙ୍କୁ ମାରୁଥାଏ ପୁଣି ସେତେଲୋକ ତା ପାଖରେ ହାଜର ହେଉଥାଆନ୍ତି । ତା ଉପରେ ଆକ୍ରମଣ ବି କରୁଥାଆନ୍ତି । ଫଳରେ ସେ ରାକ୍ଷସ କ୍ରମେ କ୍ରମେ ଦୁର୍ବଳ ହୋଇ ପଡିଲା । ହଜାର ହଜାର ଲୋକ ତା ଉପରକୁ ଟେକା ପଥର ଫିଙ୍ଗିଲେ । ଏତେ ପଥର ମାଡ ହେଲା ଯେ, ଶେଷରେ ସେ ରାକ୍ଷସଟି ଅଚେତ ହୋଇ ପଡିଗଲା । ଲୋକମାନେ ଟେକା ପଥର ଫୋପାଡିବାକୁ ଲାଗିଲେ । ଶେଷରେ ସେ ଭଙ୍ଗା ପଥର ଖଣ୍ଡରେ ରାକ୍ଷସଟି ପୋତି ହୋଇ ପଡିଲା । ଦେଖୁ ଦେଖୁ ସେ ରାକ୍ଷସର ନିଜ ଜୀବନ ବି ଶେଷ ହୋଇଗଲା । ରାକ୍ଷସ ମରିଯିବାରୁ ଲୋକମାନେ ଆନନ୍ଦରେ ନାଚିଲେ କୁଦିଲେ । ଏହା ପରେ ସେ ଦେଶରେ ଶାନ୍ତି ପ୍ରତିଷ୍ଠା ହେଲା ।