ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମଣିଷ ପଣିଆ

କହି ରଖେ, ପ୍ରତ୍ୟେକ ମଣିଷ ଭିତରେ ଥିବା “ମଣିଷ ପଣିଆ” ହିଁ ମଣିଷକୁ ଚିର ସ୍ମରଣୀୟ କରିଥାଏ । ଏହି ପରିପ୍ରେକ୍ଷୀରେ ଏକ ସତ୍ୟ ଘଟଣା କିପରି ଜଣେ ରାଜପୁତ ବୀରଙ୍କୁ ଚିର ସ୍ମରଣୀୟ କରି ଦେଇଛି ତାହା ହିଁ ଜାଣିବାର କଥା । ନିଜର ସତ୍ୟ ରକ୍ଷା ଓ ପ୍ରତିଶୃତିକୁ ପାଳନ କରି ବୀର ଜଣକ ମୋଗଲ ସମ୍ରାଟ ଆକବରଙ୍କ ଭିତରେ ଥିବା ମଣିଷପଣିଆଟିକକୁ ଉଜ୍ଜୀବିତ କରି ପାରିଥିଲେ ।

ସେତେବେଳେ ତ ମୋଗଲ୍ ଶାସନ ଚାଲିଥାଏ । ଦିଲ୍ଲୀର ବାଦ୍ଶାହା ସମ୍ରାଟ୍ ଆକବର । ଧୀରେ ଧୀରେ ଦୁର୍ଗ ପରେ ଦୁର୍ଗ, ରାଜ୍ୟ ପରେ ରାଜ୍ୟ ସେ ସମ୍ରାଟ୍ ଖାଲି ଦଖଲ କରି ଚାଲିଥାନ୍ତି । ତାଙ୍କୁ ପ୍ରବଳ ମାତ୍ରାରେ ବିରୋଧ କରୁଥାନ୍ତି ଏ ଦେଶର ରାଜପୁତ୍ ଯୋଦ୍ଧାମାନେ ।

ସେହି ସମୟରେ ମହାରାଣା ପ୍ରତାପ ନିଜର ରାଜ୍ୟ ହରାଇ, ଜଙ୍ଗଲରେ ରହି ମୋଗଲମାନଙ୍କ ବିରୁଦ୍ଧରେ ଆରମ୍ଭ କରିଥାନ୍ତି ମହାସଂଗ୍ରାମ । ତେଣୁ ଅନେକ ରାଜପୁତ୍ ଯୋଦ୍ଧା ରାଣା ପ୍ରତାପଙ୍କୁ ସାହାଯ୍ୟ ଓ ସହଯୋଗ ମଧ୍ୟ କରୁଥାନ୍ତି । ସେମାନଙ୍କ ଭିତରେ ସର୍ଦ୍ଦାର ରଘୁପତି ସିଂହ ଥିଲେ ଅନ୍ୟତମ ।

ସେମାନଙ୍କର ଜଙ୍ଗଲରେ ସମସ୍ତ ସମୟ କଟୁଥାଏ ବହୁ ଦୁଃଖ ଓ ଯନ୍ତ୍ରଣା ଭିତରେ । ତଥାପି ଅତି ଉତ୍ସାହର ସହିତ ସର୍ଦ୍ଦାର ରଘୁପତି ସିଂହ ଅତର୍କିତ ଭାବରେ ଆକ୍ରମଣ କରୁଥାନ୍ତି ସେ ମୋଗଲ ସେନାବାହିନୀ ଉପରେ । ତେଣୁ ଏହି କାରଣରୁ ଖୁବ୍ ଭୟ ଓ ଆତଙ୍କ ଖେଳିଥାଏ ସେ ମୋଗଲ ସେନାବାହିନୀଙ୍କ ଭିତରେ । ମୋଗଲ ସେନାପତି ସର୍ଦ୍ଦାର ରଘୁପତି ସିଂହଙ୍କୁ ଗିରଫ୍ କରିବା ପାଇଁ ବହୁ ଉଦ୍ୟମ କରୁଥାନ୍ତି । କିନ୍ତୁ ସବୁଥର ସେ ବିଫଳ ହିଁ ହେଉ ଥିଲେ ।

ଦିନକର ଘଟଣା । ରଘୁପତି ସିଂହ ହଠାତ୍ ଜାଣିବାକୁ ପାଇଲେ, ଘରେ ଥିବା ତାଙ୍କର ଏକମାତ୍ର ପୁତ୍ର ରୋଗରେ ପଡି ମୃତ୍ୟୁ ସହ କରୁଛି ସଂଗ୍ରାମ । ତେଣେ ଘରେ ତାଙ୍କର ପତ୍ନୀ ଛଡା ଆଉ କେହି ବି ନଥାନ୍ତି । ଏ ସମ୍ବାଦ ପାଇ ପୁତ୍ରସ୍ନେହ ରଘୁପତିଙ୍କ ମନକୁ ଖୁବ୍ ବ୍ୟାକୁଳ କରିଦେଲା । ଏମିତିକି ପୁତ୍ରମୋହ ତାଙ୍କୁ ଘରକୁ ଫେରିବା ପାଇଁ ମଧ୍ୟ ପ୍ରବଳ ଉତ୍ସାହିତ କଲା । ତାପରେ ତାଙ୍କ ଘର ଅଭିମୁଖେ ପାଦ ବଢାଇଲେ ରଘୁପତି ସିଂହ ।


ଗପ ସାରଣୀ

ତାଲିକାଭୁକ୍ତ ଗପ