ଧିରେ ଧିରେ ସେ ବ୍ୟକ୍ତିଟିର ସବୁ ଆବଶ୍ୟକତା ପୂରଣ ହୋଇ ଗଲା, ଯକ୍ଷକୁ ନିର୍ଦ୍ଧେଶ ଦେବା ପାଇଁ ସେ ବ୍ୟକ୍ତି ପାଖରେ ଆଉ କିଛି ବି ବଳକା ନଥିଲା । ଏଥର ସେ ବ୍ୟକ୍ତି ଜଣକ ଅତି ଚିନ୍ତାରେ ପଡିଗଲେ । କ’ଣ କରିବେ କିଛି ବି ବୁଝି ପାରିଲେ ନାହିଁ । କାରଣ ସେ ଯକ୍ଷଟିକୁ କାର୍ଯ୍ୟବସ୍ତ ରଖି ନପାରିଲେ, ଯକ୍ଷ ଶେଷରେ ତାଙ୍କୁ ହିଁ ଖାଇଯିବ ।
ଠିକ୍ ଏହି ସମୟରେ ସେ ବ୍ୟକ୍ତି ଜଣକ ଦେଖିବାକୁ ପାଇଲେ, ତାଙ୍କ ସମ୍ମୁଖରେ ଠିଆ ହୋଇଛି ଗୋଟିଏ କୁକୁର । ତାପରେ ହଠାତ୍ ସେ ବ୍ୟକ୍ତିଟି ନିଜ ଖଣ୍ଡା ସାହାଯ୍ୟରେ କୁକୁରଟିର ଲାଞ୍ଜଟିକୁ କାଟି ଦେଲେ । କଟା ଲାଞ୍ଜଟିକୁ ସେ ବ୍ୟକ୍ତି ଜଣକ ଯକ୍ଷ ହାତକୁ ବଢାଇ ଦେଇ କହିଲେ, ଏଇ ଲାଞ୍ଜଟିକୁ ସିଧା କର । ଏଥର ସେ ଯକ୍ଷ ମଧ୍ୟ ଲାଗିଗଲା ତା କାମରେ ।
ସମୟାନୁକ୍ରମେ ଦିନ ପରେ ଦିନ, ମାସ ପରେ ମାସ ବିତିଗଲା । କିନ୍ତୁ ସେ କୁକୁରଟିର ଲାଞ୍ଜ ଆଦୌ ବି ସିଧା ହେଲା ନାହିଁ ଅବଶେଷରେ ସେ ଯକ୍ଷ ଆସି ବ୍ୟକ୍ତିଟି ପାଖରେ ପହଁଚିଲା । ସେ ଯକ୍ଷ କହିଲା, ମୁଁ ଆପଣଙ୍କ ନିର୍ଦ୍ଧେଶକୁ କାର୍ଯ୍ୟକାରୀ କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଅସମର୍ଥ । ଏଥର ମୋତେ ଆପଣ କ୍ଷମା କରନ୍ତୁ । ମୁଁ ଆପଣଙ୍କୁ ଆଜି ପର୍ଯ୍ୟନ୍ତ ଦେଇଥିବା ସମସ୍ତ ଧନ ସମ୍ପତ୍ତିକୁ ଆପଣ ହିଁ ରଖନ୍ତୁ । ମୋତେ ଦୟା କରି ପୁଣିଥରେ ସେ ବୋତଲରେ ପୁରାଇ ଠିପି ଦେଇ ଦିଅନ୍ତୁ । ଏସବୁ ଶୁଣି ସେ ବ୍ୟକ୍ତି ଜଣକ ତାହାହିଁ କଲେ ।
ଠିକ୍ ସେହିପରି ମଣିଷ ପ୍ରକୃତି ହେଉଛି କୁକୁର ଲାଙ୍ଗୁଡ ପରି । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏହା ଏମିତି ବଙ୍କା ଯେ ତାକୁ ସିଧା କରିବା ଭାରି କଷ୍ଟ ।