ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମତ୍ସ୍ୟ ସୁନ୍ଦରୀ

ମହାରାଜ-ମୁଁ ତ ଠିକ୍ ଏଇ ଉତ୍ତର ଚାହୁଁଥିଲି ମହାମନ୍ତ୍ରୀ । ସେନାପତିଙ୍କୁ ଆଦେଶ ଦିଅନ୍ତୁ, ସେ ଶୀଘ୍ର ଦି’ଜଣ ସାହସୀ, ବୁଦ୍ଧିମାନ, ବଳଶାଳୀ ଗୁପ୍ତଚରଙ୍କୁ ଏ ଦାୟିତ୍ୱ ଦେବେ ।

ମହାମନ୍ତ୍ରୀ-ମହାରାଜଙ୍କ ଆଦେଶ ଶିରୋଧାର୍ଯ୍ୟ ।

“ରାଜକୁମାରୀ…, ତମର ଏପରି ବ୍ୟବହାର ମତେ ଅତ୍ୟନ୍ତ କଷ୍ଟ ଦଉଚି । ତମେ ତ ଜାଣିଚ, ତମକୁ ପତ୍ନୀରୂପେ ପାଇବାପାଇଁ ମୁଁ ଜୀବନ ପଣ କରିଚି । ଖାସ୍ ତମରି ପାଇଁ ମୁଁ ରାଜାଙ୍କୁ ହତ୍ୟା କଲି, ରାଣୀଙ୍କୁ ବି ଆତ୍ମହତ୍ୟା କରିବାକୁ ବାଧ୍ୟ କରାଇଲି । ଆଉ ରାଜକୁମାର ପୁଷ୍ପକଙ୍କୁ ମଧ୍ୟ ମାହାରା ଘାଇରେ ଫିଙ୍ଗି ଦେଲି, ଏସବୁ କେବଳ ତମକୁ ପାଇବାପାଇଁ । କୁହ, ଆଉ କୋଉ ନିଷ୍ଠୁର କାମ କଲେ ତମେ ଖୁସି ହେବ? ମୁହଁ ଖୋଲିକରି ନ କହି ଲୁଚକାଳି ଖେଳିବାଟା ନିହାତି ପିଲାଳିଆମି ହେଇଯାଉଚି ।”

ରାଜକୁମାରୀ-“ତମେ ତ ସାମାନ୍ୟ ସେନାପତି । ହେଲେ ମୁଁ ରାଜକୁମାରୀ । ଏ ବିଶ୍ୱର ବଛା ବଛା ଦଶଜଣ ସୁନ୍ଦରୀମାନଙ୍କ ମଧ୍ୟରେ ମୁଁ ଜଣେ । ମୋତେ ପାଇବାପାଇଁ ଗନ୍ଧର୍ବ ଯୁବକମାନେ ଚାହିଁ ବସିଛନ୍ତି । ତମେ ଏମିତି ଏତେ ସହଜରେ ମୋତେ ପାଇଯିବ କେମିତି?”

ମହାରାଜ-ମତେ ତା’ହେଲେ କ’ଣ କରିବାକୁ ହବ ରାଜକୁମାରୀ?

ରାଜକୁମାରୀ-ଆହୁରି ହତ୍ୟା କରିପାରିବ? ରାଜକୁମାର ପୁଷ୍ପକକୁ ହତ୍ୟା କରିପାରିବ?

ମହାରାଜ-ମୁଁ ତ ତାକୁ ହତ୍ୟା କରିଚି ।

ରାଜକୁମାରୀ-ନା, ସେ ବଂଚିଛନ୍ତି!

ମହାରାଜ-କେଉଁଠି? ସେ କୋଉଠି?

ରାଜକୁମାରୀ-ଯୋଉଠି ତମେ ତାକୁ ମାରି ଫିଙ୍ଗି ଦେଇଥିଲ ।

ମହାରାଜ-ନାଇଁ, ତମେ ମିଛ କହୁଚ?

ରାଜକୁମାରୀ-ସେ ମତେ ଭଲପାଉଛନ୍ତି ।

ମହାରାଜ-ମିଛ କଥା… ।

ରାଜକୁମାରୀ-ମୁଁ ବି ତାଙ୍କ କଥାରେ ଏକମତ ହେଇଗଲି । ତମେ କହୁନା, ରାଜକୁମାର ବହୁତ ସୁନ୍ଦର ନାଁ? ସୁନ୍ଦରୀ ହେଇ ସୁନ୍ଦର ଯୁବକକୁ ବିବାହ ନ କଲେ, ସେ ସୁନ୍ଦରତାର ଦାମ୍ କେତେ?

ମହାରାଜ-ରାଜକୁମାରୀ ! ତମେ ତ ଆଉ ସେ ମୃତ ପୁଷ୍ପକକୁ ବିବାହ କରି ପାରିବନି । ତେଣୁ ତମକୁ ମୁଁ ହିଁ ବିବାହ କରିବି । କେବଳ ମୁଁ…

ଦ୍ୱାରପାଳ-ମଣିମା, ମଣିମା…!

ମହାରାଜ-ଯଦି ମୁଁ ତମକୁ ବିବାହ କରି ନ ପାରିବି, ତେବେ ଏ ରାଜ୍ୟକୁ ଧ୍ୱଂସ କରିଦେବି । ମୁଁ ଅଶାନ୍ତିରେ ଜଳିବା ପୂର୍ବରୁ କାହାରିକୁ ବି ଶାନ୍ତିରେ ବଂଚିବାକୁ ଦେବିନି ।


ଗପ ସାରଣୀ

ତାଲିକାଭୁକ୍ତ ଗପ