ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମତ୍ସ୍ୟ ସୁନ୍ଦରୀ

ମହାମନ୍ତ୍ରୀ-ଆପଣଙ୍କୁ କେତେଜଣ ସ୍ୱାମୀ ଗାଳି କରିପାରନ୍ତି ମଣିମା; ହେଲେ ରାଜ୍ୟର ସମସ୍ତ ସ୍ତ୍ରୀମାନେ ଆପଣଙ୍କ ଭୁରି ଭୁରି ପ୍ରଶଂସା କରିବେ । ମହାନୁଭବ ମଣିମା ! ନ ହେଲେ ଅବହେଳିତ ନାରୀ ସମାଜ କିପରି ସଭିଙ୍କ ଆଗରେ ଠିଆ ହୋଇଥାନ୍ତା? ଆପଣ ନାରୀ ଜାତିର ମଙ୍ଗଳଦାୟକ, ଶୁଭ ଚିନ୍ତକ ।

ମହାରାଜ-ପ୍ରୀତହେଲି ମହାମନ୍ତ୍ରୀ, ଖୁବ୍ ପ୍ରୀତହେଲି । ଆସନ୍ତା ମାସଠାରୁ ମୁଁ ଆପଣଙ୍କ ବେତନ ଦ୍ୱିଗୁଣ କରିଦେଲି ।

ମହାମନ୍ତ୍ରୀ-ମଣିମା, ଆପଣ ମହାନୁଭବ । ଏଥର ବହିକୁ ଆସନ୍ତୁ ମଣିମା !

ମହାରାଜ-କୁହନ୍ତୁ ମହାମନ୍ତ୍ରୀ?

ମହାମନ୍ତ୍ରୀ-ଆଦିବାସୀ ଯୁବକ ଦି’ଜଣ କିଛିଦିନ ତନ୍ତ୍ର ସାଧନା କରିଛନ୍ତି ।

ମହାରାଜ-ସାବାସ୍ ! ତାହେଲେ ସେଇମାନେ ହିଁ ଠିକ୍ ସନ୍ଧାନ ନେବେ ରାଜକୁମାରୀ ସର୍ମିଷ୍ଠା କୋଉଠି ।

ମହାମନ୍ତ୍ରୀ-ଆପଣଙ୍କ ଅନୁମାନ ସମ୍ପୂର୍ଣ୍ଣ ସତ୍ୟ ମହାରାଜ । ତେବେ ଆଜିଠାରୁ ସେମାନେ ମାହାରାଘାଇ ଉପରେ ନିଘା ରଖନ୍ତୁ ।

ମହାରାଜ-ଆଦେଶ ଦେଲି ।

ବୀର ସାହସୀ ଆଦିବାସୀ ଯୁବକ ଦି’ଜଣ ବାହାରି ପଡିଲେ ମାହାରାଘାଇ ଆଡକୁ । ହାତରେ ତାଙ୍କର ଚିକ୍ଚିକିଆ ତଲୁଆର ।

ଝାପ୍ସା ଆଲୁଅ ପଡିଥାଏ ଶିମୂଳୀଗଛ ମୂଳେ । ମତ୍ସ୍ୟସୁନ୍ଦରୀ ଚାହିଁଥିଲା ଚମ୍ପାଫୁଲକୁ । ଗୋଟିଏ ବୃନ୍ତ, ସେ ବୃନ୍ତରେ ତିନୋଟି ଫୁଲ, ଗୋଟିଏ କଢ, ଗୋଟିଏ ଦରଫୁଟା ଆଉ ଗୋଟିଏ ସମ୍ପୂର୍ଣ୍ଣ ଫୁଟିଥିବା ଫୁଲ । ନଈକୂଳିଆ ଧିର ପବନରେ ମଥା ହଲାଉଥିଲା ଫୁଲଟି । ମତ୍ସ୍ୟସୁନ୍ଦରୀ ନିକଟରୁ ଆହୁରି ନିକଟତର ହେଲା ଚମ୍ପା ଗଛ । ଦୁଇ ପାପୁଲିରେ ଆଞ୍ଜୁଳେଇ ଆଣିଲା ଫୁଲଟିକୁ । ସ୍ନେହରୁ ଚୂମାଟିଏ ଥାପିଦେଲା । ସେ ମତ୍ସ୍ୟସୁନ୍ଦରୀ ଆଖିରୁ ଦି’ଟୋପା ଲୁହ ନିଗିଡି ପଡିଲା ଫୁଲ ପାଖୁଡାରେ ।

ବେଶ୍ ତା’ପରେ ନିଜକୁ ଆଶ୍ରୟ ଦେଲା ଚମ୍ପାଗଛ ମୂଳରେ । ମନରେ ସାଇତା ଥିବା ସବୁତକ ସ୍ମୃତି ଜିଇଁ ଉଠିଲା । ନିଜକୁ ଆଉ ନିଜ ଆୟତରେ ରଖି ପାରିଲାନି ମତ୍ସ୍ୟସୁନ୍ଦରୀ । ଖାଲି ପିଲାଙ୍କଭଳି କାନ୍ଦି ଉଠିଲା ।

ପ୍ରଥମ ଆଦିବାସୀ ଯୁବକ-ହେଇ ଦେଖ କିଏ କାନ୍ଦୁଚି !!

ଦ୍ୱିତୀୟ ଆଦିବାସୀ ଯୁବକ-କିଏ କାନ୍ଦିଲା ନ କାନ୍ଦିଲା ସେଥିରେ ଆମର ଯାଏଆସେ କେତେ? ଆମେ ଆସିଚେ ରାଜକୁମାରୀ ସର୍ମିଷ୍ଠାଙ୍କର ସନ୍ଧାନ ନବାପାଇଁ ।

ପ୍ରଥମ ଆଦିବାସୀ ଯୁବକ-ଯଦି ଏ କାନ୍ଦଣା ରାଜକୁମାରୀ ସର୍ମିଷ୍ଠାଙ୍କର ହୋଇ ଥାଏ?

ଦ୍ୱିତୀୟ ଆଦିବାସୀ ଯୁବକ-ଅସମ୍ଭବ ! ରାଜକୁମାରୀ ଆଉ ନିଜ ଦେହରେ ନାହାଁନ୍ତି । ସେ ବର୍ତ୍ତମାନ ଅଶରୀରି । ଆଉ ଜଣେ ଅଶରୀରି ଅନେକ ରୂପ ନେଇ କାନ୍ଦି ପାରେ ।

ପ୍ରଥମ ଆଦିବାସୀ ଯୁବକ-ବାସ୍… ଯଦି ରାଜକୁମାରୀ କାନ୍ଦୁଥିବେ, ତେବେ ତାଙ୍କୁ ଖୋଜିବା କ’ଣ?

ଦ୍ୱିତୀୟ ଆଦିବାସୀ ଯୁବକ-ଖାସ୍ ଏଇଥିପାଇଁ ତ ଆମେ ନିଯୁକ୍ତି ପାଇଚେ ।

ନିଯୁକ୍ତିପାଇଁ ମହାମନ୍ତ୍ରୀ ଆମଠାରୁ ଦୁଇଶହ ସ୍ୱର୍ଣ୍ଣମୁଦ୍ରା ଉତ୍କୋଚ ନେଇଛନ୍ତି । ଆଉ ପୁଣି ଆମ ଚାକିରୀ ସ୍ଥାୟୀ ହେବାପାଇଁ ସେ ମହାରାଜଙ୍କୁ ସୁପାରିଶ୍ ବି କରିଛନ୍ତି-ଯେ ଆମେ ତନ୍ତ୍ର ସାଧନା କରିଚେ ।

-ଏସବୁ ତ ସେଇ ଦୁଇଶହ ସ୍ୱର୍ଣ୍ଣମୁଦ୍ରାର ହିଁ କରାମତି । ମହାମନ୍ତ୍ରୀ ଗୋଟାଏ ଆକାଶିଆ ଲାଂଚୁଆ । ଆମେ ମାସକୁ ମାସ ବେତନ ପାଇଲେ କାମ ଫତେ । ତେଣିକି ସେ ରାଜକୁମାରୀ ମିଳନ୍ତୁ କି ନ ମିଳନ୍ତୁ!


ଗପ ସାରଣୀ

ତାଲିକାଭୁକ୍ତ ଗପ