ମହାରାଜ-ତେବେ ମୋର ଏତେଦିନର ପ୍ରତୀକ୍ଷା?
ରାଜକୁମାରୀ-ଗୋଟାଏ ପାଣିଚିଆ ସ୍ୱପ୍ନ…
ମହାରାଜ-ନା, ମୁଁ ଭୁଲିଯିବାକୁ ଚେଷ୍ଟା କରିବିନି, ବରଂ ଫର୍ଦ୍ଦ ଫର୍ଦ୍ଦକରି ଲେଖିବି । ମୁଁ ତମପାଇଁ କ’ଣ କରିସାରିଚି, କ’ଣ କରୁଚି ଆଉ କ’ଣ ସବୁ କରିପାରିବି । ଏତିକିରେ ହଠାତ୍ ଅଦୃଶ୍ୟ ହୋଇଗଲା ସେ ନାଗ । ଆଖିତରାଟି ଚାହିଁଥିଲେ ସେନାପତି ମହାରାଜ ।
ମହାରାଜ-ନା, ମୋତେ ପ୍ରତିଶୋଧ ନବାକୁ ହିଁ ହବ । ରାଜକୁମାରୀ ସର୍ମିଷ୍ଠା, ତମେ କେବେବି ପୁଷ୍ପକକୁ ବିବାହ କରି ପାରିବନି । କାହିଁକିନା ରାଜକୁମାରୀ ତମେ ଜାଣିନ, ମୁଁ ପୁଷ୍ପକକୁ ହତ୍ୟାକରି ସାରିଚି । ଏବେ ତୁମକୁ ବି ହତ୍ୟା କରିବି ।
ମହାରାଜ-ତମ ସୀମନ୍ତରେ କେବେବି ଆଉ ସିନ୍ଦୂର ସାଜିବ ନାହିଁ । ତମ ହାତରେ ବି ଆଉ କେବେ ଚୁଡି ବାଜିବ ନାହିଁ । ତମକୁ ନେଇ ମୁଁ ଯୋଉ ସ୍ୱପ୍ନଗୁଡା ଦେଖିଥିଲି, ସେ ସ୍ୱପ୍ନଗୁଡାକର ରଙ୍ଗ ବଦଳାଇ ମୁଁ ଯୋର୍କରି ତମ ମନରେ ଭରିଦେବି । ତା’ପରେ ତମେ ସାରା ଜୀବନ ଖାଲି ହା-ହୁତାଶନରେ ଛଟପଟ ହବ । ମୁଁ ଏହାର ପ୍ରତିଶୋଧ ନେବି, ପ୍ରତିଶୋଧ… ।
ରାଜ୍ୟର ପ୍ରତି କୋଣେ ରାଜାଙ୍କ ସିପାହୀ ବୁଲେଇବାଲେଇ ଏତେ କଥା ପଚାରୁଛନ୍ତି ଯେ ମନେରହୁନି ସେ କଥାଗୁଡା ।
ଚଢେଇ ବଡବୋଉ ମଥାକୋଡି କାନ୍ଦୁଥିଲା-ନିଉଛୁଣିଆ ରାଜାର ବଉଁଶ ବୁଡଉଚି ।
-ରାଜାଙ୍କୁ କାହିଁକି ତମେ ଗାଳି କରୁଚ ମାଉସୀ?
-କ’ଣ ହେଇଚି?
କ’ଣ ଆଉ କହିବିରେ ପୁଅ, ଏ ଅମଙ୍ଗଳିଆ ରାଜାଟା ଜୋର୍କରି ମୋ ପୁଅକୁ ନେଇଗଲା ସିପେଇ କରିବାକୁ । ମତ୍ସ୍ୟସୁନ୍ଦରୀ କିଏ ଗୋଟାଏ ନିଆଁପିଣ୍ଡୁଳା ହେଇ ମୋ ପୁଅକୁ ଜାଳି ଦେଇଚି । ହେଇଟିରେ ପୁଅ ଫାନ୍ଦୁଆ ମଲ୍ଲ ପୁଅଟାକୁ ସେ ମାଇକିନିଆଟା ସାପ ହେଇ ଗିଳି ଦେଇଚି ।
ଏ ବାପା – ! ମତ୍ସ୍ୟସୁନ୍ଦରୀ କଥା ସତ ନା, ଏ ଅଳପଇସା ରାଜା ମୋ ପୁଅକୁ ମାରିଦେଇଚି? ଆରେ ବାପା କ’ଣ କିଛି କହୁନୁ କାହିଁକି?
-ମତ୍ସ୍ୟସୁନ୍ଦରୀ କଥା ସତ ମାଉସୀ?
-ସତ ! ତେବେ ସେ ମାଇକିନିଆ ନିଆଁଗୁଳା ହେଇ ମୋ ପୁଅକୁ ଜାଳିଦେଇଚି? ତା’ଠେଇଁ କ’ଣ ମା’ ମନ ମୋଟେ ନଥିଲା? ସେ କ’ଣ କେବେବି ମା’ ହବନି?
-କୁମରା । ମୁଁ ଡାକେ କୁମ । ତା’ସାଙ୍ଗ ପ୍ରେମାନା ଡାକେ ‘କୁମ’ ତା’ ନାଁ କୁମରବର ସାହୁ ।
-ଦେଖିବାକୁ?
-ହେଇ ପୁଅ ବଂଚିଚି!
-ରାଜାଙ୍କ ଲୋକେ ଖବର ଦେଲେ-
-ତମ ପୁଅକୁ ମତ୍ସ୍ୟସୁନ୍ଦରୀ ବନ୍ଦି କରି ରଖିଚି ।
-ତୁ କ’ଣ ମୋ ପୁଅକୁ ଏବେ କେବେ ଦେଖିଚୁ?
-ହୁଁ ।
-ତୁ ଜାଣିଲୁ କେମିତି ସେ ମୋର ପୁଅ ବୋଲି?
-ରାଜାର ଲୋକମାନଙ୍କୁ ସେ ମତ୍ସ୍ୟସୁନ୍ଦରୀ କେବେବି ମାରେନି, ଖାଲି ବନ୍ଦିକରି ରଖେ । ଆଉ କିଛିଦିନ ପରେ ସେ ତୁମ ପୁଅକୁ ଆପେ ଆପେ ଛାଡିଦେବ ।