ମନମୋହିନୀ-ସ୍ୱାମୀ !
ଅଙ୍ଗାରବାବା-ମନମୋହିନୀ, ତୁ କ’ଣ ଜାଣିନୁ, ମୁଁ ଆଜି ଅଙ୍ଗାରବାବା ରୂପ ଧାରଣ କରିଚି କାହିଁକି? ଆଉ ତୁ ବାଜପକ୍ଷୀ ରୂପେ ଏଇ ଶିମୂଳୀ ଗଛରେ କାହିଁକି ଆତ୍ମଗୋପନ କରିଚୁ?
ମନମୋହିନୀ-ଜାଣେ ସ୍ୱାମୀ ।
ଅଙ୍ଗାରବାବା-ଆଦେଶ ଦବା ଏକ ଅପରାଧ ନୁହଁ । ଆଦେଶର ଅନ୍ୟ ନାମ ହେଉଚି ବରାଦି । ମୁଁ ଯୋଉଟା ତୋତେ କହୁଚି, ତୁ ତାକୁ ଆଦେଶ ବୋଲି କହୁଚୁ? ନା ମନମୋହିନୀ, ତୋର ମନେରଖିବା ଉଚିତ୍ ତୋର ସ୍ୱାମୀ ଅଙ୍ଗାରବାବା ନିଃସ୍ୱାର୍ଥପର । ନ ହେଲେ ପ୍ରିତୀପୁର ରାଜ୍ୟର ମଙ୍ଗଳପାଇଁ ମତେ ଏତେ କଷ୍ଟ ସ୍ୱୀକାର କରିବାକୁ ପଡିଥାନ୍ତା କାହିଁକି? ମୁଁ କ’ଣ ରାଜା ହବାକୁ ଚାହେଁ, ନା ମନ୍ତ୍ରୀ ହବାକୁ ଚାହେଁ?
ପ୍ରଜାମାନେ ସୁଖରେ ରହିଲେ ମୋର ବା ଲାଭ କ’ଣ? ନା ମନମୋହିନୀ, ରାଜାର ମଙ୍ଗଳ ନିମନ୍ତେ ଅନେକ ସାଧୁପୁରୁଷ କଷ୍ଟ ସ୍ୱୀକାର କରିଥାନ୍ତି । ରାଜ୍ୟର ସୁଖରେ ସେମାନେ ହସନ୍ତି । ଏ ସଂସାର ତ ସ୍ନେହ, ପ୍ରେମ, ମମତାରେ ବନ୍ଧା ।
ମନମୋହିନୀ-ତେବେ କୁହନ୍ତୁ ସ୍ୱାମୀ, ମୋତେ ଆଉ କ’ଣ କରିବାକୁ ହେବ?
ଅଙ୍ଗାରବାବା-କିଛି ଦିନପାଇଁ ମୁଁ ବିଶ୍ରାମ ନେବାକୁ ଚାହେଁ, ମାନେ ସମାଧି ନେବି ।
ଆଉ ତୁ…?
ମନମୋହିନୀ-ଆପଣଙ୍କ ନାମ ମୁଁ ଜପ କରିବି ସ୍ୱାମୀ ।
ଅଙ୍ଗାରବାବା-ମୋ କାମଟା ଏତେ ବି ବଡ ନୁହଁ ମନମୋହିନୀ । ଆସନ୍ତା ଅମାବାସ୍ୟାରେ ରାଜକୁମାର ପୁଷ୍ପକକୁ ମାହାରା ଜଳରେ ଫିଙ୍ଗି ଦେବେ । ଆଉ ସାଙ୍ଗେ ସାଙ୍ଗେ କୁମ୍ଭକର୍ଣ୍ଣ କୁମ୍ଭୀର କୁମାରଙ୍କୁ ଖାଇଦେବ । ଏହାଦ୍ୱାରା କୌଣସି ପ୍ରଜା କେବେବି ସନ୍ଦେହ କରିବେନି ଯେ କୁମାରଙ୍କୁ ସେନାପତି ହିଁ ହତ୍ୟା କରିଚି ।
ମନମୋହିନୀ-ସ୍ୱାମୀ!
ଅଙ୍ଗାରବାବା-ସେମାନେ ପକାନ୍ତୁ, କିନ୍ତୁ ଦେଖିବୁ ତାଙ୍କୁ ଯେପରି କୁମ୍ଭୀର ନ ଖାଏ ।
ବାବା ପୁଣି କହିଲେ-ସେମାନେ ପକାଇବା ସଙ୍ଗେ ସଙ୍ଗେ ତୁ କୁମାରଙ୍କ ଶବକୁ ଆଣି ଏହି ଶୁଖିଲା କୂଅ ଭିତରେ ରଖିଦବୁ । ଆଉ ମତେ ସ୍ମରଣକରି ଏକୋଇଶି ଥର ସେ କୂଅ ଚାରିପଟେ ବୁଲିବୁ ।