ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମତ୍ସ୍ୟ ସୁନ୍ଦରୀ

ତା’ପରେ ଦେଖିବୁ ସଙ୍ଗେ ସଙ୍ଗେ କୁମାରଙ୍କ ଶବଟା କୁଆଡେ ଅନ୍ତର୍ଦ୍ଧାନ ହେଇଯିବ ଏବଂ ସେ କୂଅ ଭିତରୁ ବଢି ଆସିବ ଚମ୍ପାଗଛଟିଏ । ଆଉ ସେହି ଚମ୍ପାଗଛଟି ସୂର୍ଯ୍ୟୋଦୟ ପୂର୍ବରୁ ନାଗଫେଣୀ ଗଛଟିଏ ହୋଇଯିବ । ତା’ପରେ କ’ଣ ହବ ତୁ ଆପେ ଆପେ ସବୁ ଜାଣିପାରିବୁ ।

ଅଙ୍ଗାରାବା-ନେ’ ଏ ଶଙ୍ଖଟିକୁ । ମନେ ମନେ ସ୍ମରଣ କରିବା ସହିତ ସାତଥର ଫୁଙ୍କିଲେ ମୋ କଣ୍ଠସ୍ୱର ଶୁଣିପାରିବୁ ଏବଂ ମୋ ପରାମର୍ଶ ପାଇପାରିବୁ ।

ମନମୋହିନୀ-ହେଲେ ସ୍ୱାମୀ ଆଦେଶ ଦବାକଥା କହୁଥିଲେ?

ଅଙ୍ଗାରବାବା-ତୁ ଆଦେଶ ନ ଦେଲେ ମୁଁ କ’ଣ କେବେବି ସମାଧିସ୍ଥ ହୋଇପାରିବି?

ଦେ’ ମନମୋହିନୀ, ତୁ ମତେ ଆଦେଶ ଦେ’… ।

ଏକଥା ଶୁଣି ହଠାତ୍ ସେ ମନମୋହିନୀର ଆଖିରେ ଲୁହ ଜକେଇ ଆସିଲା । ତା’ପରେ ସେ ମନମୋହିନୀ ବାବାଙ୍କ ପାଦରେ ଚଂଚୁ ଘଷି କହିଲା- ‘ସମାଧିସ୍ଥ ହୁଅନ୍ତୁ ସ୍ୱାମୀ ।’

ଅକ୍ଷୟ ହେଉ ପୁଣ୍ୟ ଜଗତେ – ଧର୍ମର ହେଉ ଜୟ !

ଆଖି ପିଛୁଳାକେ ଅଙ୍ଗାରବାବା ସେ ଉଚ୍ଛୁଳା କୂଅ ଭିତରେ କୁଆଡେ ମିଳେଇଗଲେ । କୂଅରୁ ସବୁ ପାଣି ବି ଶୁଖିଗଲା । ଏଣେ ମନମୋହିନୀ ଶିମୂଳୀଗଛରେ ବସି ଶୁଖିଲା କୂଅକୁ ଚାହିଁଥାଏ । ସତରେ ସ୍ୱାମୀ ସମାଧି ନେଇଗଲେ? ତାଙ୍କ ଅନୁପସ୍ଥିତିରେ ସେ ସବୁ କାମ ସୁଚାରୁ ରୂପେ ତୁଲେଇ ପାରିବତ?

ଏଣେ ରାଜକୁମାର ପୁଷ୍ପକ ରାଜଧାନୀର ମୁଖ୍ୟ କଏଦୀଖାନାରେ । ସେ ଜଣେ ରାଜପୁତ୍ର; କିନ୍ତୁ କଏଦୀଖାନାରେ ତାଙ୍କପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆଦୌ କିଛି ବି ନାହିଁ । ସେନାପତିଙ୍କର ଦୂରଦୃଷ୍ଟି ଘର ତ ଶୂନ୍ୟ ।

ହଇ ହୋ, ସେ ବନ୍ଦୀହେଲେ ବି ତାଙ୍କ ଦେହରେ ରାଜକୁମାର ମୋହର ବାଜିଚି । ତେଣୁ ରାଜ୍ୟର ମର୍ଯ୍ୟାଦାସଂପନ୍ନ ଲୋକଙ୍କ ତାଲିକାରେ ତାଙ୍କ ନାଁ’ଟା ତ ନିହାତି ରହିବା ଉଚିତ୍ । କଏଦୀଖାନାରେ କେତୋଟି ସ୍ୱତନ୍ତ୍ର କୋଠରୀ ନିର୍ମାଣ ହବା ଦରକାର । ରଙ୍ଗଶାଳା, ପାନ୍ଥଶାଳା, ନୃତ୍ୟଶାଳା ରହିବା ଏକାନ୍ତ ଆବଶ୍ୟକ । ମାନେ ସେମାନେ ନାମକୁ ମାତ୍ର କଏଦୀ ହେବେ । ହେଲେ ତାଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ମିଳିବା ଉଚିତ୍ ।

ହେଲେ ଏ ଅବାଗିଆ ସେନାପତିଟା ତ ନିହାତି ମୂର୍ଖ । କାହାକୁ କେମିତି ବ୍ୟବହାର କରାଯାଏ, ସେ ଇଲମ ବି ୟାଙ୍କୁ ଜମା ଜଣାନାହିଁ ।

ରାଜକୁମାର ପୁଷ୍ପକଙ୍କ ଦେହରେ ଛିଣ୍ଡା ମଇଳା ପୋଷାକ । ମୁହଁରେ ଅଯତ୍ନ ଦାଢୀ । ତାଙ୍କୁ ଦେଖିଲେ କେହି କେବେ ବି କହିବନି ଯେ, ଏ ଜଣେ ରାଜକୁମାର ବୋଲି ।


ଗପ ସାରଣୀ

ତାଲିକାଭୁକ୍ତ ଗପ