ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମତ ପରିବର୍ତ୍ତନ

କଳିଙ୍ଗ ସାମ୍ରାଜ୍ୟର ଏକ ପ୍ରାନ୍ତରେ ଗୋଟିଏ ଛୋଟିଆ ରାଜ୍ୟ ଥାଏ । ତା’ର ନାମ ଭଦ୍ରପୁର । ରାଜା ସତ୍ୟବ୍ରତଙ୍କର ଏକ ମାତ୍ର ପୁତ୍ର ଜୟବ୍ରତ ଦୟାନଦୀ କୂଳରେ ଧଉଳି ପାହାଡର ପାଦଦେଶରେ ଥିବା ଗୁରୁକୁଳରେ ବିଦ୍ୟା ସମାପନ କରି ଯେତେବେଳେ ନିଜ ରାଜଧାନୀକୁ ଫେରିଗଲେ, ସେତେବେଳେ ତାଙ୍କ ପିତା ରାଜା ସତ୍ୟବ୍ରତ ଅସୁସ୍ଥ ।

                ଶଯ୍ୟାଶାୟୀ ରାଜା ଯୁବରାଜଙ୍କୁ କହିଲେ “ପୁତ୍ର! ତମେ ଉପଯୁକ୍ତ ସମୟରେ ଆସିଛ । ମୋ କାଳ ସରିଲା । ଯେତେଦୂର ସମ୍ଭବ ତମେ ମୋଠୁଁ ରାଜନୀତି, କୂଟନୀତି ଶିଖିନିଅ । ସୂଚାରୁରୂପେ ପ୍ରଜାପାଳନ ପ୍ରତ୍ୟେକ ରାଜାର ଧର୍ମ । ତମେ ଏହି ନୀତିଗୁଡିକୁ ଆୟତ କଲେ ତାହା ତୁମର ରାଜକୀୟ କର୍ମ ସାଧନରେ ସହାୟକ ହେବ ।”

କିନ୍ତୁ ଯୁବରାଜ ଜୟବ୍ରତଙ୍କ ମନ ରାଜନୀତି ଶିଖିବାରେ ନଥାଏ । ସେ ସବୁବେଳେ ଘୋଡା ଚଢି ନଦୀ କୂଳରେ, ନଚେତ୍ ବଣ ଭିତରେ ବୁଲୁଥାନ୍ତି । ବୁଲିବା ତାଙ୍କର ନିଶା, ମଧ୍ୟେ ମଧ୍ୟେ ସେ ଶିକାର ବି କରନ୍ତି । ରାଜା ବାଧ୍ୟ କଲେ ସେ ତାଙ୍କ ପାଖରେ ବସି ସୁବୋଧ ବାଳକ ଭଳି ତାଙ୍କ ଉପଦେଶ ଶୁଣନ୍ତି, କିନ୍ତୁ ସେସବୁ ତାଙ୍କ ମଗଜକୁ ଢୁକୁ ନଥାଏ ବୋଲି ରାଜା ବୁଝିପାରି ଆଉ ବାଧ୍ୟବାଧକତା କଲେ ନହିଁ । ରାଜ୍ୟର ଭବିଷ୍ୟତ କଥା ଚିନ୍ତା କରି ସେ ବିମର୍ଷବୋଧ କରୁଥାନ୍ତି । ତାଙ୍କ ଅନ୍ତେ ଉତ୍ତମ ଉତ୍ତରାଧିକାରୀ ହେବାରେ ରାଜକୁମାର କେତେଦୂର ସମର୍ଥ ହେବେ ଏଥିନେଇ ତାଙ୍କ ମନରେ ସର୍ବଦା ଏକ ପ୍ରଶ୍ନ ଖେଳୁଥାଏ । ଏହାର ସଠିକ ଉତ୍ତର ତାଙ୍କ ପାଖରେ ନଥାଏ । ସେହି ଅବସ୍ଥାରେ ତାଙ୍କର ମୃତ୍ୟୁ ହେଲା ।

ଯୁବରାଜ ଜୟବ୍ରତ ସିଂହାସନ ଆରୋହଣ କଲେ । ଅଭିଷେକ ପରେ ରାଜକାର୍ଯ୍ୟରେ ତାଙ୍କ ମନ ଲାଗିବ ବୋଲି ମନ୍ତ୍ରୀ ଓ ପାରିଷଦବର୍ଗ ଆଶା କରୁଥିଲେ । କିନ୍ତୁ ଦେଖାଗଲା, ତାହା ହେଉନାହିଁ । ତରୁଣ ରାଜା ପୂର୍ବଭଳି ଆଚରଣ କରୁଛନ୍ତି । ବେଳ ନାହିଁ, କାଳ ନାହିଁ, ସେ ଘୋଡା ଚଢି ଘୁରୁଛନ୍ତି ।

ଭଦ୍ରପୁର ରାଜ୍ୟର ସୌଭାଗ୍ୟ ଯେ ସେ ରାଜ୍ୟର ମନ୍ତ୍ରୀ ଯେପରି ବୁଦ୍ଧିମାନ୍, ଠିକେ ସେହିପରି ସେ ବିବେକୀ ମଧ୍ୟ ଥିଲେ । ସେଠିକା ସେନାପତି ମଧ୍ୟ ଅତ୍ୟନ୍ତ ରାଜଭକ୍ତ ଥିଲେ । ତେଣୁ ଶାସନ କାର୍ଯ୍ୟ ସୁରୁଖୁରୁରେ ଚାଲୁଥିଲା ।

ଦିନେ ରାଜା ଜୟବ୍ରତ ରାଜ୍ୟ ସୀମାନ୍ତରେ ଥିବା ଗୋଟିଏ ବଣରେ ଯାଇ ପଶିଲେ । ବୁଲୁ ବୁଲୁ ହଠାତ୍ ସେ କ୍ଳାନ୍ତ ଅନୁଭବ କଲେ । ତାଙ୍କୁ ଶୋଷ ବି ପ୍ରବଳ ହେଲା । ଭାଗ୍ୟକୁ ଗୋଟାଏ ସରୋବର ଦେଖି ସେ ସେଠାରେ ତାଙ୍କ ଘୋଡାରୁ ଓହ୍ଲାଇ ପାଣି ପିଇଲେ ।

ତା’ପରେ ସେ ପୁଣି ଘୋଡା ଚଢିବାକୁ ଯାଉଛନ୍ତି, ଠିକ୍ ଏହି ସମୟରେ ହଠାତ୍ ଗୋଟାଏ ଅଚିହ୍ନା କଣ୍ଠ କହିଲା, “ସ୍ୱାଗତଂ, ଅତିଥି!”

ବଣ ଭିତରେ ତାଙ୍କୁ ପୁଣି କିଏ ସ୍ୱାଗତ କରୁଛି? ଏହା ଜାଣିବା ପାଇଁ ସେ ବୁଲି ପଡି ଅନାଇ ଦେଖିଲେ ଅଦୂରରେ ଜଣେ ତରୁଣୀ ଗୋଟିଏ ଶୁଆକୁ ଫଳ ଖୁଆଉଛନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ