ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମତ ପରିବର୍ତ୍ତନ

ରାଜା ଏଥିରେ ଭୀଷଣ ଆଶ୍ଚର୍ଯ୍ୟ ହୋଇ ପାଖକୁ ଆସି ପଚାରିଲେ, “କିଏ ତୁମେ?”

ତହୁଁ ସେ ତରୁଣୀ ଜଣକ କହିଲା “ମୁଁ ଜଣେ ବନବାସିନୀ । ମୋର ନାମ ଇନ୍ଦୁମତି ।”

ରାଜା ପୁଣି ପ୍ରଶ୍ନ କଲେ “ତମେ ଏଠାରେ ଏକାକୀ?”

“ନା । ମୋ ମାଆ ମୋ ଶୈଶବକାଳରେ ମୃତ୍ୟୁବରଣ କରିଥିଲେ । ମୋ ବାପା ଗତବର୍ଷ ସର୍ପଦଂଶନରେ ପ୍ରାଣତ୍ୟାଗ କଲେ । ତେବେ ତାଙ୍କର ଜଣେ ବନ୍ଧୁଙ୍କୁ ସେ ମୋ ଦାୟିତ୍ୱ ଦେଇଯାଇଥିଲେ । ସେ ଜଣେ ଆଦିବାସୀ ସର୍ଦ୍ଦାର । ମୋତେ ସେ ତାଙ୍କ କନ୍ୟା ଭଳି ସ୍ନେହ କରନ୍ତି ।”

ଇନ୍ଦୁମତିର ଅପୂର୍ବ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ରାଜା କ୍ରମେ ପାଖେଇ ଆସୁ ଆସୁ କହିଲେ, “ତୁମ ଭଳି କନ୍ୟା ସାରା ଜୀବନ ଅରଣ୍ୟରେ ରହିବା ଠିକ୍ ନୁହେଁ ନିଶ୍ଚୟ!”

କନ୍ୟା କହିଲା “କାହିଁକି ଆଜ୍ଞା? ଅରଣ୍ୟ କ’ଣ ଜନପଦଠାରୁ ଏତେ ଅସୁନ୍ଦର? ମୁଁ ଚିକିତ୍ସାବିଦ୍ୟା ଶିଖିଛି । ଆଦିବାସୀମାନଙ୍କର ସେବା କରି ମୁଁ ମୋର ସମସ୍ତ ସମୟ କଟାଉଛି । ଏ ଜଙ୍ଗଲ, ଏ ଝରଣା ମୋର ଅତି ପ୍ରିୟ । ଏହି ଅପୂର୍ବ ପ୍ରାକୃତିକ ପରିବେଶ ମୋର ମନକୁ ଶୈଶବରୁ ଆଚ୍ଛନ୍ନ କରି ରଖିଛି । ଏହାକୁ ଛାଡି ଅନ୍ୟ କେଉଁଠି ରହିବା କଥା ମୁଁ ମୋ ସ୍ୱପ୍ନରେ ସୁଧ୍ୟା ଚିନ୍ତା କରି ପାରୁନାହିଁ ।”

“ଇନ୍ଦୁମତି! ଏ ବଣ ମୁଲକ ନୁହେଁ, ତୁମର ସ୍ଥାନ ରାଜପ୍ରାସାଦରେ । ମୁଁ ଏ ରାଜ୍ୟର ରାଜା । ଏବେ ମୋ ସହ ତୁମେ ଚାଲ । ମୁଁ ତୁମକୁ ମୋ ରାଣୀ ବନାଇବି ।”

ଇନ୍ଦୁମତୀ ପଚାରିଲେ “ଧନ୍ୟବାଦ । କିନ୍ତୁ ରାଣୀ ହେବା ଅପେକ୍ଷା ସାଧାରଣ ଲୋକଙ୍କର ସେବା କରିବାରେ ମୋର ଅଧିକ ଆନନ୍ଦ । କେବଳ ନିଜ ସୁଖ ପାଇଁ ଜୀବନ ଧାରଣ ନ କରି ମୁଁ ଅନ୍ୟମାନଙ୍କ ପାଇଁ ବଂଚିବାକୁ ଚାହେଁ । ମଣିଷର ସେବା ଈଶ୍ୱରଙ୍କର ଆରାଧନା ସଦୃଶ । ମୋତେ ସେ ସୁଯୋଗ ଯେତେବେଳେ ମିଳିଛି ମୁଁ ତାହା ହାତଛଡା କରି, ରାଣୀହଂସପୁରର ବିଳାସବ୍ୟସନ ମଧ୍ୟରେ ରହି କଦାପି ମଧ୍ୟ ସୁଖୀ ହୋଇ ପାରିବି ନାହିଁ । ଛାଡନ୍ତୁ । ଆପଣ କ’ଣ କ୍ଷୁଧାର୍ତ? ଆପଣଙ୍କ ପାଇଁ ମୁଁ କିଛି ଫଳମୂଳ ଆଣିଦେଇ ପାରେ?”

“ନା, ତା’ର କୌଣସି ପ୍ରୟୋଜନ ନାହିଁ ।” ଏହା କହି ରାଜା ଇନ୍ଦୁମତୀଙ୍କୁ ନିଜ ଘୋଡା ପାଖକୁ ଟାଣି ନେଇଗଲେ ଓ ଜବରଦସ୍ତ ତାଙ୍କୁ ଘୋଡାରେ ବସାଇବାକୁ ଚେଷ୍ଟା କଲେ । ଇନ୍ଦୁମତୀ ପାଟି କଲେ । ଠିକ୍ ତା’ ପର ମୁହୂର୍ତ୍ତରେହିଁ ସହସା ଗୋଟିଏ ତୀର କାହୁଁ ଆସି ସେ ରାଜାଙ୍କ ପାଦରେ ବିନ୍ଧି ହୋଇଗଲା ।

ରାଜା ଯନ୍ତ୍ରଣାରେ ଚିତ୍କାର କରି ଇନ୍ଦୁମତୀଙ୍କୁ ଛାଡିଦେଲେ । ଆଦିବାସୀ ସର୍ଦ୍ଦାର ଧନୁତୀର ହସ୍ତେ ସେଠାରେ ଆସି ପହଁଚିଗଲେ ।

ଇନ୍ଦୁମତୀ କିନ୍ତୁ ରାଜାଙ୍କୁ ଧରି ନିଜ କୁଡିଆ ଭିତରକୁ ନେଇଗଲେ ଓ ଖଟିଆ ଉପରେ ତାଙ୍କୁ ବସାଇ ତାଙ୍କ ପାଦରେ ଔଷଧ ଦେଇ ପଟି ବାନ୍ଧିଦେଲେ ।

ଇନ୍ଦୁମତୀ ସର୍ଦ୍ଦାରଙ୍କୁ କହିଲେ “ବାବା! ଇଏ ଆମ ରାଜ୍ୟର ରାଜା!”


ଗପ ସାରଣୀ

ତାଲିକାଭୁକ୍ତ ଗପ