ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମଦନ ସୁନ୍ଦର କଥା

         ଏହା ପରେ ସନ୍ନ୍ୟାସୀ କହିଲେ ଝିଅ । ତୋର କ’ଣ ହୋଇଛି ମୋ ଆଗରେ ଖୋଲି କରି କହ ।

         ସନ୍ନ୍ୟାସୀଙ୍କ ମୁଖରୁ ଏପରି କଥା ଶୁଣି ସାନ ଭଉଣୀ ତା’ର ଜୀବନରେ ଯାହା ଯାହା ଘଟି ଥିଲା ତାହା ସମସ୍ତ ଗୋଟି ଗୋଟି କରି କହିଲା ।

         ସମସ୍ତ କଥା ଶୁଣିବା ପରେ ସନ୍ନ୍ୟାସୀ କହିଲେ – ଝିଅଲୋ ୟେ ତ ମିଛ ମାୟାର ସଂସାର । ଏହି ସଂସାରରେ ଯେତେ ଯିଏ ଜନ୍ମ ହେଲେ ପତି ପତ୍ନି, ପୁତ୍ର କନ୍ୟା ଏମାନେ କେବଳ ଅଭିନୟ କରିବା ପରି ଗୋଟିଏ ସ୍ଥାନରେ ଥାଇ କିଛି ଦିନ ଆନନ୍ଦ ଓ ଦୁଃଖ ସୁଖ ନେଇ ବଂଚନ୍ତି । ତା’ପରେ ପୁଣି ଯେଉଁ ଠାରୁ ଆସିଥିଲେ ସେହି ଠାକୁ ଚାଲି ଯାଆନ୍ତି । ସମସ୍ତେ କ୍ଷଣିକ ଲାଗି ଭାତ ପାଣିରେ ବନ୍ଧା, ତୁ ତ ସହଜେ ଝିଅ           । ସଂସାର ବିଷୟରେ ତୋର ବା କି ଧାରଣା ଅଛି । ତୁ କ୍ଷଣିକ ସୁଖରେ ସେ ରଜାର ସାନ ପୁଅକୁ ଭଲ ପାଇ ବସିଲୁ । ତୋର ରୂପ ଯୌବନ ଥିଲା ଯାହା ଦ୍ୱାରା ରାଜା ପୁଅ ବାନ୍ଧି ହୋଇ ପଡିଲା । ଏବେ ତାର ମନ ଛାଡି ଗଲାରୁ ସେ ଚାଲି ଗଲା । ଯିଏ ଯେତେ ଦିନକୁ ମନୁଷ୍ୟର ନିଜର ହୋଇ ଆସନ୍ତି ସେତେ ଦିନ ପାଖରେ ରହନ୍ତି । ତୋ ଭାଗ୍ୟରେ ସେତିକି ସୁଖ ଥିଲା ।

         କପାଳ ଲିଖନ, କେ କରିବ ଆନ । ଯାହା ତ ହେବାର କଥା ତାହା ତ ହୋଇ ଗଲା । ଝିଅ ଏବେ ତୁ ସେ ସବୁକୁ ଭୁଲି ଯା, ସେହି ଈଶ୍ୱରଙ୍କ ପାଦ ପଦ୍ମରେ ପୂଜା କର । ତାଙ୍କର ନାମ ମନେ ମନେ ସ୍ମରଣ ତଥା ଭଜନ କୀର୍ତନ କର । ଦେଖିବୁ ସେହି ଥିରେ ତୋତେ ସ୍ୱର୍ଗର ସୁଖ ମିଳିବ । ସେହି ଥିରେ ଶାନ୍ତି, ସୁଖ ସବୁ କିଛି । ତୁ ଏବେ ଏହି ସଂସାରକୁ ଭୁଲି ଯା । ଶୁଣ ମା ମୁଁ ତୋତେ ଗୋଟିଏ କଥା କହୁଛି, ମନ ଦେଇ ଶୁଣ, ସେହି କଥାରୁ ହିଁ ତୁ ତୋର ମଙ୍ଗଳ ରାସ୍ତା ଖୋଜି ନେବୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ