ଧର୍ମ ନଗ୍ର ନାମରେ ଏକ ରାଜ୍ୟ ଥିଲା । ସେହି ରାଜ୍ୟରେ ଜଣେ ରାଜା ଥିଲେ । ତାହାଙ୍କର ନାମ ଥିଲା ଉଗ୍ରସେନ ।
ରାଜା ଖୁବ୍ ଧାର୍ମିକ ରାଜା ଥିଲେ । ଆଉ ମଧ୍ୟ ସୁବିଚାରକ ଥିଲେ । ପ୍ରଜା ମାନେ ଖୁବ୍ ସୁଖ ଶାନ୍ତିରେ ଚଳୁ ଥାଆନ୍ତି ।
ସେହି ରାଜାଙ୍କର ଜଣେ ଅତି ପ୍ରିୟ ଚାକର ଥିଲା । ଚାକରର ନାମ ଥିଲା ମଦନ ସୁନ୍ଦର ।
ରାଜାଙ୍କ ପାଖରେ ଚାକିରି ସିନା, ହେଲେ ରାଜା ତାଙ୍କୁ ନିଜର ପୁଅ ଝିଅଙ୍କ ଠାରୁ ଅଧିକ ଆପଣାର କରି ଥିଲେ । ନିଜର ଭୋଜନ ସମୟରେ, ବୁଲିବା ସମୟରେ, ଯାତ୍ରା ତୀର୍ଥ ଯିବା ସମୟରେ ମଦନ ସୁନ୍ଦର ନିଶ୍ଚୟ ରାଜାଙ୍କର ସାଥିରେ ଯାଇ ଥାଏ ।
ଦିନକର କଥା ରାଜାଙ୍କର କୌଣସି ଏକ ସ୍ଥାନକୁ ଭ୍ରମଣରେ ଯିବାର ଥାଏ – ରାଜା ତହୁଁ ମଦନ ସୁନ୍ଦରଙ୍କୁ ପାଖକୁ ଡାକି କହିଲେ – ଆରେ ମଦନ ସୁନ୍ଦର । ମୋର ଏକ ସ୍ଥାନକୁ ଭ୍ରମଣରେ ଯିବାର ଅଛି । ତୁମକୁ କିନ୍ତୁ ମୋ ସାଥିରେ ଯିବାକୁ ହେବ ।
ସେଦିନ କିନ୍ତୁ ମଦନ ସୁନ୍ଦରର କୌଣସି ଏକ କାମ ଥିଲା । ରାଜା ଯେତେ ବେଳେ ତାକୁ ଭ୍ରମଣରେ ଯିବାକୁ କହିଲେ – ସେ ସଙ୍ଗେ ସଙ୍ଗେ ମନା କରି ଦେଇ କହିଲା – ଛାମୁ ଆଜି କିନ୍ତୁ ଆପଣ ମୋତେ ସେ ଅସୁବିଧାରେ ପକାନ୍ତୁ ନାହିଁ । ଆପଣ ବରଂ ଏକା ଏକା ସେହି ଭ୍ରମଣରେ ଯାଆନ୍ତୁ ।