ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମନଗୁଣେ ରୋଗ

କିଛିଦିନ ପରେ ସେ ରୋଗୀଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଗଲା । ଏହି ବିଷୟ ଜାଣିପାରି ଦେବବ୍ରତ ଭୟଙ୍କର କ୍ରୋଧିତ ହୋଇ ଉଠିଲେ । ପିତାଙ୍କ ନିକଟରେ ପହଁଚି ସେ ଅଭିଯୋଗ କଲେ, “ସେହି ରୋଗୀ ତ ଏତେ ଶୀଘ୍ର ଆରୋଗ୍ୟ ଲଭିଲେ, ଆପଣ ଜାଣିଶୁଣି ମୋତେ ଉପଯୁକ୍ତ ଔଷଧ ପ୍ରଦାନ କରିନାହାଁନ୍ତି । ତା’କୁ ଯେଉଁ ଔଷଧ ଦେଇଛନ୍ତି, ମୋତେ ବି ତାହା ଏବେ ଦିଅନ୍ତୁ, ନଚେତ୍ ମୁଁ ଜାଣିବି ଯେ, ପ୍ରକୃତରେ ଆପଣ ମୋତେ ଭଲ ପାଆନ୍ତି ନାହିଁ ।” ପୁତ୍ରର ଏଭଳି କଥାରେ ସତ୍ୟବ୍ରତ ହସିଦେଇ କହିଲେ, “ମୁଁ ଏଇଟି କ୍ଷେତ୍ରରେ ସମାନ ଔଷଧ ପ୍ରୟୋଗ କରିଛି । ଏହା ତୁମକୁ ବୁଝାଇଲେ ମଧ୍ୟ ତୁମେ ତାହା ସତ୍ୟରୂପେ ମାନିବ ନାହିଁ । ତେବେ ଗୋଟିଏ ଉପାୟ ଅଛି । ତୁମେ ସ୍ୱୟଂ ବୈଦ୍ୟଶାସ୍ତ୍ର ଅଧ୍ୟୟନ କରି ଏହାର ସତ୍ୟତାର ପରୀକ୍ଷା କରିପାରିବ ।”

ଦେବବ୍ରତ ପ୍ରକାଶ କଲେ “ବୈଦ୍ୟଶାସ୍ତ୍ର ପ୍ରତି ମୋର କୌଣସି ଆଗ୍ରହ ନାହିଁ । ତେବେ କେଉଁ ପୁସ୍ତକରେ ଏହି ରୋଗର ଔଷଧ ସମ୍ବନ୍ଧରେ ବିବରଣୀ ରହିଛି, ତାହା ମୋତେ କୁହନ୍ତୁ । ମୁଁ ତାହା ଅଧ୍ୟୟନ କରି ଚିକିତ୍ସା-ପଦ୍ଧତି ଜାଣିନେବି ।” ଏପ୍ରକାର କଥା ଶୁଣି ସତ୍ୟବ୍ରତ କହିଲେ ବୈଦ୍ୟ-ଶାସ୍ତ୍ରରେ ମନୁଷ୍ୟ-ଶରୀର ସମ୍ବନ୍ଧରେ ସମସ୍ତ ତଥ୍ୟ ରହିଛି । ବିଭିନ୍ନ ରୋଗର କାରଣ, ତାହାର ପ୍ରତିକାରର ଉପାୟ ଉଲ୍ଲେଖ ରହିଛି । ଆମେ ଗ୍ରହଣ କରୁଥିବା ଖାଦ୍ୟପେୟ, ରୋଗ ହରଣକାରୀ ଜଡିବୁଟିର ପ୍ରୟୋଗ ବିଧି ଆଦି ଅନେକ ବିଷୟ ଏହି ଶାସ୍ତ୍ରରେ ଆଲୋଚନା କରାଯାଇଛି । ଜଣେ ଚିକିତ୍ସକ ଉତ୍ତମ ରୂପେ ଏହା ଅଧ୍ୟୟନ କରିବା ପରେ, ଏହାକୁ ସ୍ମରଣ ରଖି ବିଭିନ୍ନ ନିଦାନ ପ୍ରସ୍ତୁତ କରେ । ବୈଦ୍ୟ ଶାସ୍ତ୍ରର ସମ୍ପୂର୍ଣ୍ଣ ଅଧ୍ୟୟନ ପରେ ଯାଇ ଜଣେ ବୈଦ୍ୟ ହେବା ପାଇଁ ଯୋଗ୍ୟ ହୋଇପାରିବ ।”

ପିତାଙ୍କର ଏପରି କଥା ଶୁଣି ଦେବବ୍ରତଙ୍କ ମନରେ ବୈଦ୍ୟଶାସ୍ତ୍ର ଶିକ୍ଷାଲାଭ କରିବା ପାଇଁ ଏକ ଅଦମ୍ୟ ଜିଦ୍ ସୃଷ୍ଟି ହେଲା । ପିତା ତାକୁ ଭୁଲ୍ ଔଷଧ ପ୍ରଦାନ କରିଛନ୍ତି । ଏହା ପ୍ରମାଣିତ କରିବା ପାଇଁ ସେ ମଧ୍ୟ ଖୁବ୍ ତତ୍ପର ହେଲା । ତେଣୁ ବୈଦ୍ୟଶାସ୍ତ୍ର ଅଧ୍ୟୟନ କରି ନିଜ ରୋଗର ସଠିକ୍ ନିଦାନ୍ କରିବା ପାଇଁ ସେ ବଦ୍ଧ ପରିକର ହେଲା । ସେହିଦିନ ଠାରୁ ସେ ଅଧ୍ୟୟନ ଆରମ୍ଭ କଲା । ଏହା ଦେଖି ସତ୍ୟବ୍ରତ ତା’କୁ କହିଲେ, “କେବଳ ଅଧ୍ୟୟନ ଦ୍ୱାରା ତୁମେ ଏହି ବିଦ୍ୟା ହାସଲ କରିବା ପାଇଁ ଚାହିଁଲେ, ଯଥେଷ୍ଟ ସମୟ ଲାଗିବ । ତୁମର ଜ୍ଞାନ ସୀମିତ ହେବ ଓ ଶାସ୍ତ୍ରର ଗଭୀରତାକୁ ସ୍ପର୍ଶ କରି ରହିବ ନାହିଁ । ପ୍ରତ୍ୟେକ ବିଦ୍ୟା ଶିକ୍ଷା ପାଇଁ ଜଣେ ଗୁରୁଙ୍କର ଆବଶ୍ୟକତା ରହିଛି । ପିତାଙ୍କ ଠାରୁ ବଡ ତ ଅନ୍ୟ କେହି ଗୁରୁ ନାହାଁନ୍ତି ଏହା ମଧ୍ୟ ତୁମେ ବୁଝି ପାରୁଥିବ ।”

ଯଥାଶୀଘ୍ର ବୈଦ୍ୟଶାସ୍ତ୍ରରେ ପାରଙ୍ଗମ ହେବା ପାଇଁ ଦେବବ୍ରତ ପିତାଙ୍କର ଏହି ପରାମର୍ଶ ଗ୍ରହଣ କଲେ । ଏକରେ ତ ସେ ବୁଦ୍ଧିମାନ, ତା’ପରେ ଧନନ୍ତ୍ୱରୀ ସଦୃଶ ପିତାଙ୍କ ଠାରୁ ଶିକ୍ଷାପ୍ରାପ୍ତି । ଏକ ବର୍ଷ ମଧ୍ୟରେ ସେ ବୈଦ୍ୟଶାସ୍ତ୍ରର ଅନେକ ବିଭାଗ ସମ୍ବନ୍ଧରେ ଜାଣିଗଲା ।

ଏବେ ସେ ତାଙ୍କ ପିତାଙ୍କ ପରାମର୍ଶର ସତ୍ୟତା ଅନୁଭବ କଲା । ସନ୍ତୋଷ ଓ ଶାନ୍ତି – ଏହା ମନୁଷ୍ୟର ଶରୀରର ସ୍ୱାସ୍ଥ୍ୟ ପାଇଁ ଦୁଇଟି ମୁଖ୍ୟ କାରଣ, ଘୃଣା, ଈର୍ଷା, ଦ୍ୱେଷ, ଅସନ୍ତୋଷ, କ୍ରୋଧ ମନୁଷ୍ୟର ସ୍ୱାସ୍ଥ୍ୟର ପରମ ଶତ୍ରୁ । ଏତେ କଥା ଜାଣିବା ପରେ ମଧ୍ୟ ପିତାଙ୍କ ପ୍ରତି ତାଙ୍କ ମନରେ ଜନ୍ମିଥିବା ଅବିଶ୍ୱାସ ଯାଉ ନଥାଏ ।

ଦେବବ୍ରତ ଏବେ ଠିକ୍ ଜାଣିପାରିଲା ଯେ, ତାହାର ରୋଗ ପାଇଁ କେଉଁ ଔଷଧ ଆବଶ୍ୟକ । ସେହି ଔଷଧ ପ୍ରସ୍ତୁତ ପାଇଁ ଦରକାରୀ ଚେରମୂଳ ସଂଗ୍ରହ କରିବା ଉଦ୍ଧେଶ୍ୟରେ ସେ ନିକଟସ୍ଥ ଜଙ୍ଗଲକୁ ଯିବା ପାଇଁ ବାହାରିଲା ।

ଜଙ୍ଗଲରେ ସେ ଘୁରି ବୁଲୁଥାଏ । ଶେଷରେ ଗୋଟିଏ ସ୍ଥାନରେ ସେହି ଔଷଧ ବୃକ୍ଷର ସନ୍ଧାନ ପାଇ, ସେ ତାହା ସଂଗ୍ରହ କରୁଥିବା ସମୟରେ ଏକ ତୀର କ୍ଷିପ୍ରବେଗରେ ଆସି ତା’ ନିକଟରେ ପଡିଲା । ଏହା ତା’ର ବାମହାତର ପାପୁଲିରେ ସାମନ୍ୟ ଟିକେ କ୍ଷତ ମଧ୍ୟ ସୃଷ୍ଟି କଲା ।

ତା’ପରେ ସେ ଦେବବ୍ରତ କ୍ରୋଧରେ ଚିତ୍କାର କରି କହିଲା, “କେଉଁ ମୁର୍ଖ ଓ ଅହଂକାରୀ ଏପରି ମୁର୍ଖତା ପୂର୍ଣ୍ଣ ଆଚରଣ କରିଛି? ମୋ ସହିତ ଶତ୍ରୁତା କରିବା କ’ଣ ଦରକାର?” ଏପରି କହି ସେ ହଠାତ୍ ପଛକୁ ଚାହିଁଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ