ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମନ ଭୂତ

ହଠାତ୍ ପଛରୁ ଏକ ଶବ୍ଦ ଶୁଣି ଦେବ ବାବୁ ଟର୍ଚ୍ଚଟାକୁ ପଛକୁ ପକାଇଲେ । ଟିକିଏ ସାହସ ହେଲା । କିଏ ଜଣେ ସାଇକେଲ୍ରେ ଆସୁଛି । ପନ୍ଦର ବର୍ଷର ବାଳକଟାଏ ହେବ । ତାକୁ ଅଟକାଇ ଦେବ ବାବୁ ପଚାରିଲେ ବାବୁରେ ଆଗକୁ ଯିବୁକି? ମୁଁ ତୋ ସାଇକେଲ୍ ଚଳାଉଛି ତୁ ବସ । ପିଲାଟି କିନ୍ତୁ କହିଲା ନାଇଁ ଆଜ୍ଞା । ମୁଁ ଆଉ ଆଗକୁ ଯିବି ନାହିଁ । ଏଇଠୁ ଫେରିବି । ତେବେ ଠିକ୍ ଅଛି ଆଉ ଯାହାକୁ ଦେଖିବି ତୁମ କଥା କହିବି ଯଦି ସେ ତୁମକୁ ନେଇଯିବ ତ ଭଲ କଥା । ପିଲାଟା ଏହା କହି ଫେରି ଗଲା । ଆଶ୍ଚର୍ଯ୍ୟ ହୋଇ ଦେବ ବାବୁ ସିଆଡେ ଚାହିଁ ଥିଲେ । ପାଖରେ ଥିବା ବର ଗଛଟା କାହିଁକି ହଠାତ୍ ପବନ ପ୍ରହାରରେ ଥରି ରହି ଗଲା । ଦେବ ବାବୁ ତ ପୋଲିସିଆ ଲୋକ କାହାକୁ କିଛି ଭୃକ୍ଷେପ ନକରି ସେହି ସମୟରେ ସେ କେବଳ ମାଡି ଚାଲିଲେ ଆଗକୁ ଆଗକୁ । କିଛି ବାଟ ଯିବା ପରେ ପଛରୁ କେଁ କେଁ ଶବ୍ଦ ଶୁଭିଲା । ଟର୍ଚ୍ଚ ସେପଟକୁ ପକାଇଲେ । ଟର୍ଚ୍ଚଟା ମଧ୍ୟ ସେତେ ବେଳକୁ ମିଞ୍ଜି ମିଞ୍ଜି ହୋଇ ଜଳି ଲାଣି । କାରଣ ବ୍ୟାଟେରୀ ସରି ଆସିଲାଣି । ସେହି ମିଞ୍ଜି ମିଞ୍ଜି ଅନ୍ଧକାର ମଧ୍ୟରୁ ବାହାରି ଆସିଲା । ଗୋଟାଏ ସାଇକେଲ୍ । ସେହି ସାଇକେଲ୍ ଟିକୁ ଜଣେ ବୃଦ୍ଧ ଲୋକ ଚଳାଉ ଥିଲେ । ସାଇକେଲ୍ଟି ଚେନ୍ରେ ଘସି ହୋଇ ଏହି ପରି ଶବ୍ଦ ସୃଷ୍ଟି କରୁ ଥିଲା ।

ଦେବ ବାବୁଙ୍କୁ ଦେଖି, ବୃଦ୍ଧ ଜଣକ ହଠାତ୍ ନିଜ ସାଇକେଲ୍ରୁ ଅବତରଣ କରି, ଦେବ ବାବୁ କୁଆଡେ ଆଉ କେଉଁ ଗ୍ରାମକୁ ଯିବେ ବୋଲି ପଚାରିଲେ । ଦେବ ବାବୁ ଉତ୍ତର ଦେବା ପରେ ବୃଦ୍ଧ ଜଣକ ଆହ୍ୱାନ ଦେଲେ ସାଇକେଲ୍ ପଛରେ ବସିବାକୁ । ଦେବ ବାବୁ କହିଲେ ମଉସା ମୁଁ ସାଇକେଲ୍ ଚଳାଉଛି ଆପଣ ଯାଇ ପଛରେ ବସନ୍ତୁ । ବୃଦ୍ଧ ଦେବ ବାବୁଙ୍କ କଥାରେ ଯାଇ ସାଇକେଲ ପଛରେ ବସିଲେ ଓ ଦେବ ବାବୁ ସାଇକେଲ୍ ଚାଳନା କଲେ । ଦୁଇ ଜଣଙ୍କ ଆଳାପ ପରେ ଜଣା ପଡିଲା ପିଲାଟି କହିଛି ଯାଇ ବୃଦ୍ଧଙ୍କୁ ଜଣେ ଏକୁଟିଆ ଯାଉଛନ୍ତି ତାଙ୍କୁ ସାଥିରେ ନେଇ ଯିବା ପାଇଁ । ତାପରେ ବୃଦ୍ଧଙ୍କର ପୁଅର ସାଙ୍ଗ ସେହି ଦେବ ବାବୁ କିନ୍ତୁ ବୃଦ୍ଧଙ୍କ ଘର ନଦୀ ଏପାରିରେ । ନଦୀ ସେପାରିରେ ଦେବ ବାବୁଙ୍କ ଘର । ନଦୀ ମଧ୍ୟରେ ସେତେବେଳେ ବ୍ରିଜ ହୋଇ ନଥିବାରୁ କାଠର ଅସ୍ଥାୟୀ ପୋଲ ଟିଏ ଥାଏ । ବୃଦ୍ଧ ତାଙ୍କ ଘରେ ରହି ସକାଳେ ଯିବାକୁ କହିବାରୁ ଦେବ ବାବୁ ବରଂ ବୃଦ୍ଧଙ୍କୁ କହିଲେ, ମଉସା ବାରି ତଳେ ରହିବି ପୁଣି ଘରକୁ ନଯାଇ । କାଲି ସକାଳୁ କଟକ ମୋତେ ପୁଣି ଫେରି ଯିବାର ଅଛି ।

ନଦୀ ବନ୍ଧର ଡାହାଣ ପଟେ ମଉସା ଗାଡି ଚଳାଇ ଚାଲି ଗଲା । ବ୍ରିଜ ଉପରେ ପାଦ ଦେଉ ଦେଉ ଦେବ ବାବୁ ଘଂଟା ଦେଖିଲେ । ସମୟ ରାତ୍ର ଦଶଟା ପନ୍ଦର । କେହି କୁଆଡେ ଦେଖା ଯାଉ ନାହାଁନ୍ତି । ହଠାତ୍ ନଦୀରେ କିଏ ମାଠିଆରେ ପାଣି ଭର୍ତ୍ତି କରୁ ଥିବାର ଶବ୍ଦ ଶୁଭିଲା । ଦେବ ବାବୁ ଭାବିଲେ କିଏ ପାଣି ନେଉ ଥିବେ । ଏଥର ସେ ପୁଣି ଆଗକୁ ମାଡି ଚାଲିଲେ । ଦେଖିଲେ ସେହି ବନ୍ଧ ଉପର ବଜାର ଉପରେ ଦୋକାନ ସବୁ ବନ୍ଦ ହୋଇ ଗଲାଣି । ଖାଲି ଯାହା କେତେ ଜଣ ବସି ତାସ୍ ଖେଳୁ ଛନ୍ତି । ଦେବ ବାବୁ ସେଠାକୁ ଯାଇ କହିଲେ ପାଣି କିଏ ସେ ବ୍ରିଜ୍ ତଳୁ ମାଠିଆରେ ନେଉଛି । ସେମାନେ ଯାହା କହିଲେ ହଠାତ୍ ଦେବ ବାବୁ ବିଶ୍ୱାସ କରି ପାରିଲେନି । କୁଆଡେ ଗୋଟାଏ ଆତ୍ମା ସେଠି ଏକାମ କରୁଛି । ଯିଏ ଡରୁଛି ସେହି ଆତ୍ମା ତା ଦେହରେ ସବାର ହୋଇ ଯାଉଛି । ତେଣୁ ରାତିରେ ସେହି ରାସ୍ତାରେ ଯିବା ଆସିବା କେହି କରୁ ନାହାଁନ୍ତି । କାହା ଠାରେ କେଉଁ ଦିନ ସେହି ଆତ୍ମା ସବାର ହୋଇଥିଲା । କେମିତି ଛାଡିଲା କି ସ୍ତୁତି ବର୍ଣ୍ଣନା କଲେ ସେମାନେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ