ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମଲାପୁଅ ବଂଚିଲା

ତହୁଁ ସେ ଭଜନା ବି ତା’ର କୀର୍ତ୍ତନ ମଣ୍ଡଳୀର ସଦସ୍ୟମାନଙ୍କୁ ସାଙ୍ଗରେ ଧରି ସେଠାରେ ପହଁଚି ଯାଏ । କହେ ହରିଙ୍କ ନାମ, ଏ ‘ହରି’ଙ୍କ ନାମ କୀର୍ତ୍ତନ କରିବାରେ ସୌଭାଗ୍ୟ କ’ଣ ସମସ୍ତଙ୍କ ଭାଗ୍ୟରେ ଅଛି । ନିକଟରେ ହେଉ ବା ଦୂର ଦୂରାନ୍ତରେ ହେଉ ଭଜନା ଅଷ୍ଟପ୍ରହର ନିମନ୍ତ୍ରଣ ପାଇଲେ ତା’ର ଯେତେ ଯାହା କାମ ଥିଲେ ବି କୀର୍ତ୍ତନ ମଣ୍ଡଳୀକୁ ସଙ୍ଗରେ ଧରି ସେ ସେଠାରେ ପହଁଚେ । ଏହିପରି ସେ ଭଜନାର କୀର୍ତ୍ତନ ମଣ୍ଡଳୀ ବେଶ୍ ନାଆଁ କରିଥାଏ । ତେଣୁ ଲୋକେ ସେ ଭଜନାକୁ ଜଣେ ଶ୍ରେଷ୍ଠ ହରିଭକ୍ତ ବୋଲି ପ୍ରଶଂସା କରନ୍ତି । କେହି କେହି ତାଙ୍କୁ ପାଗଳା ବୋଲି ବି କହନ୍ତି । କାହାରି ନିନ୍ଦା ପ୍ରଶଂସାକୁ ସେ ଭଜନାର ଆଦୌ ଖାତିର ନଥାଏ । ଭଜନା ଯେ ହରି ଭଗବାନଙ୍କର ଜଣେ ପ୍ରକୃତ ଭକ୍ତ, ଏଥିରେ ସେ ଭଜନାର କୌଣସି ପ୍ରତିକ୍ରିୟା ହୁଏ ନାହିଁ । କିନ୍ତୁ ସେ ଭଜନା ସବୁବେଳେ କହେ ହେ ହରି, ସବୁ ତ ତୋର, ଏମିତିକି ମୋ ସୁଖ ତୋର, ଆଉ ପୁଣି ମୋ ଦୁଃଖ ବି ତୋର, ମୋ ଘର, ଗାଈ, ଗୋରୁ, ପୁଅ, ଝିଅ ସବୁ ତୋର । ଏହିପରି ନିଜକୁ ସମ୍ପୂର୍ଣ୍ଣ ଭଗବାନଙ୍କୁ ସମର୍ପଣ କରିଦିଏ ସେ ଭଜନା ।

ଭଜନା ସମସ୍ତ ସୁଖ ଦୁଃଖକୁ ସମାନ ଭାବରେ ଦେଖେ; କିନ୍ତୁ ଲୋକେ ସେ ଭଜନା ପାଇଁ ଅତ୍ୟନ୍ତ ଦୁଃଖ ପ୍ରକାଶ କରନ୍ତି । କାହିଁକିନା ସେ ଭଜନାର ବିବାହ ସାତ ଆଠ ବର୍ଷ ହେଲାଣି ଅଥଚ ସେ ହରି ଭକ୍ତ ଭଜନାର ପୁଅ କି ଝିଅ କିଛି ବି ନଥିଲା ।

ସେ ଭଜନାର ସ୍ତ୍ରୀ ପୂର୍ଣ୍ଣିମା ମଧ୍ୟ ଭଜନା ଭଳି ହରି ଭଗବାନଙ୍କର ଜଣେ ପରମ ଉପାସିକା । ଯେତେବେଳେ ସେ ପୂର୍ଣ୍ଣିମା କିଛି ବି ଚିନ୍ତା କରନ୍ତି କେବଳ ହରିଙ୍କ ବିଷୟରେ ହିଁ ଚିନ୍ତା କରନ୍ତି । ମନେ ମନେ ଶୁଣିଥିବା ଭଜନକୁ ଗୁଣୁଗୁଣୁ ହୋଇ ଗାଏ ଭଜନାର ସ୍ତ୍ରୀ ପୂର୍ଣ୍ଣିମା । ନିଜକୁ ପ୍ରଭୁଙ୍କର ଦାସୀ ବୋଲି ମନେ କରେ ଭଜନାର ସ୍ତ୍ରୀ ପୂର୍ଣ୍ଣିମା । ଭଜନା ସ୍ତ୍ରୀ କହେ –

                ସାରା ଜୀବନ ମୋ କାନ୍ଦ ଦେଖିଲ

                                                                ତୁମ କାନ୍ଦ ଦେଖି ନାହିଁ

                ଦାସୀ ଯେ କେବଳ କାନ୍ଦି ମରୁଥିବ

                                                                ପ୍ରଭୁ ତ କାନ୍ଦନ୍ତି ନାହିଁ ।

                ଭଜନା ସ୍ତ୍ରୀ ସବୁବେଳେ ହସ ହସ , ସବୁ ବେଳେ ଖୁସି, କାନ୍ଦିଲେ ହରିଙ୍କୁ ଡାକି କାନ୍ଦନ୍ତି, କେବଳ ପୁଅ କି ଝିଅ ନ ଥିବାର ଦୁଃଖରେ ପୂର୍ଣ୍ଣିମା ଅତିଷ୍ଠ ହୋଇ ପଡିଲେଣି । ଭଜନାକୁ ଶ୍ରଦ୍ଧା କରୁଥିବା ଲୋକମାନଙ୍କର ଅଭିଯୋଗ ତଥା ସେ ପୂର୍ଣ୍ଣିମାର ବି ଅଭିଯୋଗ ହରିଙ୍କ କାନରେ ବାଜିଲା । ଭଗବାନ ହରିଙ୍କ ଦୟାରୁ ଭଜନା ସ୍ତ୍ରୀ ପୂର୍ଣ୍ଣିମାର କୋଳ ପୂର୍ଣ୍ଣ ହେଲା । ଦୀର୍ଘ ସାତ ଆଠ ବର୍ଷ ପରେ ସେ ଭଜନାର ପୁଅଟିଏ ଜନ୍ମ ହେଲା । ଭଜନା, ପୂର୍ଣ୍ଣିମା ତଥା ଭଗବାନପୁର ଗାଆଁର ଲୋକମାନେ ସମସ୍ତେ ଯେ ଶୁଣିଲେ ଭଜନାର ପୁଅ ହୋଇଛି ସମସ୍ତେ ଖୁସି ହେଲେ । ଭଜନା ଭୋଜି ଭାତ କଲା । ପୁଅ ଏକୋଇଶା ଦିନ ଭଜନ ସମାରୋହର ବି ଆୟୋଜନ ହେଲା । ଭଜନ କୀର୍ତ୍ତନ ହେଲା । ଭଜନାର ପୁଅ ହେବା ଛ’ମାସ ଗତ ହେଲାଣି, ଭଜନା ‘ହରି’ଙ୍କ କରୁଣାରୁ ପୁତ୍ର ସନ୍ତାନଟି ପାଇଛନ୍ତି । ତେଣୁ ଅତି ଶ୍ରଦ୍ଧାରେ ପୁଅଟିର ନାମ ରଖିଲେ କୃଷିଆ । ପୂରା ନାମ କୃଷ୍ଣଚନ୍ଦ୍ର । ଡାକ ନାମ କୃଷ୍ଣିଆ ।


ଗପ ସାରଣୀ

ତାଲିକାଭୁକ୍ତ ଗପ