ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମଲାପୁଅ ବଂଚିଲା

ସବୁବର୍ଷ ପରି ସେ ଭଗବାନପୁର ଗାଆଁରେ ଅଷ୍ଟପ୍ରହର ହରି ଉତ୍ସବହେଲା । ଭଜନାର ତ ସେ ବର୍ଷ ପୁଅଟିଏ ହୋଇଛି । କୀର୍ତ୍ତନ ମଣ୍ଡଳୀ ଗହଣରେ ସେ ଭଜନାର ନୃତ୍ୟ ପୁଣି ଆଉ ଦେଖେ କିଏ? ଭଜନ ଗାଉଥାଏ, ମୃଦଙ୍ଗ ଧରି ନାଚୁଥାଏ, “ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ଏ ଜୀବନ” ପୁଅ ମୋର କୃଷ୍ଣଚନ୍ଦ୍ର କୃଷ୍ଣିଆ ସେ ଶ୍ରୀ ମଧୁସୂଦନ । ଏହିପରି ଗାଇ କୀର୍ତ୍ତନ କରି ଭଜନା ନାଚୁଥାଏ, ଅଷ୍ଟପ୍ରହର ଉତ୍ସବର ଅନ୍ତିମ ଦିନ ହେଲା । ଗାଆଁରେ ନଦିଆ କୀର୍ତ୍ତନ ଆରମ୍ଭ କରି ଭଜନା ଆଉ କୀର୍ତ୍ତନ ଦଳ ଚାଲି ଥାଆନ୍ତି । ଏଣେ କ’ଣ ହୋଇଛିକିନା ଭଜନାର ସ୍ତ୍ରୀ ପନିକି ଧରି ଲାଉ କାଟୁଛି । ଆଉ ସେ ଭଜନାର ପୁଅଟି ବି ସେଇଠି ଶୋଇଛି, ଏଣେ ଭଜନାର ସ୍ତ୍ରୀର ମନ ଯାଇ ସେ କୀର୍ତ୍ତନ ପାଖରେ ଓ ହରିଙ୍କ କୀର୍ତ୍ତନ ତା’ ସ୍ୱାମୀ ଭଜନା କଣ୍ଠରୁ ବାହାରୁଥିବା ଭଜନ ସ୍ୱର ଉପରେ ପୂର୍ଣ୍ଣିମା କାନ ଡେରିଥାଏ ଭଜନ ଶୁଣିବାକୁ । ଭଜନ ଶୁଭୁଥାଏ –

ପାପର ମଇଳା ଦାଗ ମୁଁ ଲଗାଇ

                                                ପିନ୍ଧିଛି କଳା ଚାଦର

ଆହେ ଗଦାଧାରୀ ପାପୀ ଦେହ ଧରି

                                                କେମିତି ଯିବି ମନ୍ଦିର ।

                ଭଜନରେ ଭାବ ବିହ୍ୱଳିତ ହୋଇଯାଇଛି ଭଜନା ସ୍ତ୍ରୀ ପୂର୍ଣ୍ଣିମା । ଲାଉ କ’ଣ କାଟିବ ଓଲଟି ତା’ ନିଜ ପୁଅକୁ ଧରି ଲାଉ ଭାବି କାଟି ଦେଇଛି, ଯେତେବେଳେ ଦେଖି ଦେଇଛି ପୂର୍ଣ୍ଣିମା ହାତସାରା ରକ୍ତ ଜୁଡୁ ବୁଡୁ ନିଜ ପୁଅକୁ ସେ ନିଜ ହାତରେ ଲାଉ ଭାବି କାଟି ଦେଇଛି, ଆଉ କି ସେ ପୂର୍ଣ୍ଣିମାର ଧୈର୍ଯ୍ୟ ରହେ । ହେଲେ କାନ୍ଦି ପାରୁନି ପୂର୍ଣ୍ଣିମା, କିନ୍ତୁ ତା ଆଖିରୁ ପାଣି ଝର ଭଳି ଧାର ଧାର ହୋଇ ଲୁହ ଗଦା ହୋଇପଡୁଛି । ଆଉ ସେହି ଲୁହରେ ପୂର୍ଣ୍ଣିମାର ଶାଢି ପୁରାପୁରି ଭିଜି ଗଲାଣି । ଠିକ୍ ସେହି ସମୟରେ ଭଜନା କୀର୍ତ୍ତନ ମଣ୍ଡଳୀ କୀର୍ତ୍ତନୀୟାମାନଙ୍କୁ ଧରି ତା’ରି ଘର ପାଖରେ ହାଜର । ଦେଖିଦେଲା ତା’ ସ୍ତ୍ରୀ ମୁହଁ ଫୁଲେଇ କାନ୍ଦୁଛି, ଆଉ ଆଖିରୁ ତା’ର ପାଣି ସୁଅ ଭଳି ଧାର ଧାର ହୋଇ ଲୁହ ବୋହିପଡୁଛି । ଯେମିତି ଶ୍ରାବଣ ମାସର ବର୍ଷା ପାଣି ନିଗିଡେ ଠିକ୍ ସେହିଭଳି ପୂର୍ଣ୍ଣିମା ଆଖିର ଲୋତକ ବିନ୍ଦୁ । ଭଜନା ତା ଘର ଭିତରେ ପ୍ରବେଶ କରି ଦେଖିଲା ତା’ ପୁଅ କୃଷ୍ଣିଆର ଗଣ୍ଡି ମୁଣ୍ଡ ଅଲଗା । ପନିକିରେ କାଟି ଦେଇଛି ପୂର୍ଣ୍ଣିମା । ଭଜନା ଏସବୁ ଦେଖି ପଚାରିଲା ଏ ସର୍ବନାଶ ତା’ର କିଏ କଲା? ପୂର୍ଣ୍ଣିମା ତା ଛାତିର କୋହ ଆଖିର ଲୁହକୁ ଚାପିଧରି ଖନେଇ ଖନେଇ କହିଲା, ତୁମେ କୀର୍ତ୍ତନ ମଣ୍ଡଳୀରେ ହରିଙ୍କ ଭଜନ ଗାଉଥିଲ, ସେ ଭଜନ ଶୁଣୁଥିଲି । ସେ ଭଜନରେ ମନ ଥିଲା ମୋର । ହରି ଭଜନରେ ଭାବ ବିହ୍ୱଳିତ ହୋଇ ଲାଉ ଭାବି ମୁଁ ନିଜେ ମୋ ପୁଅକୁ ପନିକିରେ କାଟି ଦେଇଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ