ଏ ସମସ୍ତ କଥା ଶୁଣି ସେ ଭଜନା କହିଲା ହଉ । ଧୈର୍ଯ୍ୟଧର ପୂର୍ଣ୍ଣିମା । ଏ ଅଘଟଣ ହରି ହିଁ ଘଟାଇଛନ୍ତି । ଦେଇଥିଲେ ପୁଣି ନେଇଗଲେ । ନେଇ ଯାଆନ୍ତୁ । ଏତିକି କହି ଗୋଟିଏ ମାଟି ହାଣ୍ଡି ଭିତରେ ସେ ମଲା ପୁଅର ଗଣ୍ଡି ମୁଣ୍ଡକୁ ପୂରାଇ ଦେଲା ଭଜନା । ତା’ପରେ ଢାଙ୍କୁଣିଟି ଘୋଡାଇ ଦେଲା । କୀର୍ତ୍ତନ ମଣ୍ଡଳୀରେ କୀର୍ତ୍ତନ ଦଳ ମଝିରେ ରଖି ଭଜନା କହିଲା ଏ ହାଣ୍ଡିକୁ ସମସ୍ତେ ଅକ୍ଷତ ଅବସ୍ଥାରେ ରଖ । ହାଣ୍ଡିରେ କେହି ବି ଲାଗ ନାହିଁ । ଏହା କହି ଭଜନା ମୃଦଙ୍ଗ ଧରି ନାଚିଲା । ଏଣେ ସେ ମଲା ପୁଅର ଗଣ୍ଡି ଆଉ ମୁଣ୍ଡ ତ ହାଣ୍ଡି ଭିତରେ ପଶିଛି । ତା’ପରେ ଘୋଡାଣୀ ବି ଘୋଡା ଯାଇଛି । କାନ୍ଦି କାନ୍ଦି ଭଜନା ଗାଉଥାଏ । “ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ଏ ଜୀବନ” ଏମିତି ଗାଇ ଗାଇ ଭଜନା ସେ ହାଣ୍ଡି ଚାରିପଟେ ମୃଦଙ୍ଗ ବଜାଇ କାନ୍ଦି କାନ୍ଦି ନାଚୁଥାଏ । କୀର୍ତ୍ତନିଆମାନେ ସମସ୍ତେ ବି ନାଚୁଥା’ନ୍ତି । ତେଣେ ଭଜନ ପରେ ଭଜନ ବୋଲା ବି ହେଉଥାଏ, ନାଚ ହେଉଥାଏ । ହଠାତ୍ କ’ଣ ହେଲା ହାଣ୍ଡିର ଘୋଡଣୀ ଧଡ ଧଡ ହୋଇ ଉପରକୁ ଉଠିଲା । ତାପରେ ସେ ଘୋଡଣୀ ହାଣ୍ଡିରୁ ବାହାରି ତଳେ ପଡିଲା । ହାଣ୍ଡି ଭିତରୁ ଭଜନାର ପୁଅ କୃଷ୍ଣିଆ ତା’ ମୁହଁଟି ଦେଖାଇ ସମସ୍ତଙ୍କୁ ଖାଲି ଜୁଳୁ ଜୁଳୁ କରି ଚାହିଁଥାଏ । ଅକ୍ଷତ ଅବସ୍ଥାରେ ପୁଅଟିକୁ ଦେଖି ସେ ଭଜନା ଯେତିକି ଆଶ୍ଚର୍ଯ୍ୟ ନ ହେଲା; ତା’ଠାରୁ ବେଶୀ ଆଶ୍ଚର୍ଯ୍ୟ ହେଲେ ଦର୍ଶକମାନେ । ଧନ୍ୟ ହରିଙ୍କ ମାୟା । ଧନ୍ୟ ହରିଙ୍କ ଦୟା! ମଲା ପୁଅ ପୁଣି ବଂଚିଲା । ନଦୀଆ କୀର୍ତ୍ତନ ବି ସରିଲା । ଭଜନା ଭଗବାନପୁର ଗ୍ରାମବାସୀମାନଙ୍କୁ ତା’ମଲା ପୁଅ କିପରି ବଂଚିଲା ଘଟି ଯାଇଥିବା ସମସ୍ତ ଘଟଣା ଶୁଣାଇଲା । ସବୁ ଶୁଣି ଶେଷରେ ସମସ୍ତେ କହିଲେ ରଖେ ହରି ମାରେ କିଏ? ମାରେ ହରି ରଖେ କିଏ? ଅର୍ଥାତ୍ ‘ହରି’ ଭଗବାନ ଯାହାକୁ ରଖିବେ ତାକୁ ବା ମାରିବ କିଏ? ଭଗବାନ ଯାହାକୁ ମାରିବେ ତାକୁ ରଖିବ ବି କିଏ?
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଏହି ଗପଟି ଭଗବାନଙ୍କ ପ୍ରତି ଅନ୍ଧବିସ୍ଵାଶ ସୃଷ୍ଟି କରିବା ପାଇଁ ଏକ ଧୂର୍ତ୍ତ ଗପ ।