ଥରେ ବଣରେ ଗୋଟିଏ ବିଲୁଆର ଲାଞ୍ଜ ବୁଦାରେ ଛନ୍ଦି ହୋଇଗଲା । ଯେତେ ଛାଟିପିଟି ହେଲେ ବି ସେ ବିଲୁଆ ସେ ବିପଦରୁ ଆଦୌ ମୁକୁଳି ପାରିଲା ନାହିଁ । କିଛି ସମୟ ପରେ ବଣୁଆ ମଶାମାନେ ଆସି ସେ ବିଲୁଆ ଲାଞ୍ଜକୁ ବେଢିଗଲେ । ଫଳରେ ମଶାଙ୍କୁ ପ୍ରଚୁର ଖାଦ୍ୟ ମିଳିଗଲା ।
ଗୋଟିଏ ଝିଙ୍କ ସେ ବାଟେ ଯାଉଥିଲା । ବିଲୁଆର ଦଶା ଦେଖି ତାକୁ ଭାରି କଷ୍ଟ ଲାଗିଲା । ତେଣୁ ସେ ପଚାରିଲା – ଏ ବଦମାସ ମଶାପଲଙ୍କୁ ତଡି ଦେବି କି? ଏ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଲୁଆ ମନାକଲା । ଝିଙ୍କ ଆଶ୍ଚର୍ଯ୍ୟ ହୋଇ ଚାହିଁବାରୁ ବିଲୁଆ ତାକୁ ବୁଝାଇଲା- ଦେଖ, ଏ ମଶାପଲ ତ ମୋ ଠାରୁ ଯେତିକି ରକ୍ତ ଶୋଷିବା କଥା ଶୋଷି ସାରିଲେଣି । ତମେ ଏଗୁଡାକୁ ଘଉଡେଇ ଦେଲେ ଆଉ ପଲେ ନୂଆ ମଶା ଆସିବେ ଓ ପୁଣି ମୋର ହିଁ ରକ୍ତ ଶୋଷିବେ ।
ବିପଦରେ ବିଚଳିତ ହୋଇ ବୁଦ୍ଧି ହରାଅ ନାହିଁ ।