ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହତ ଦାନ

                ତହୁଁ ସେ ବୃଦ୍ଧଜଣକ ଉତ୍ତର ଦେଲେ, “ବାବୁ! ମୁଁ ବଡ ଖରାପ ପରିସ୍ଥିତିରେ ଗତି କରୁଛି । ମୁଁ ଜଣେ ଗରିବ ବ୍ରାହ୍ମଣଟିଏ । ମୁଁ ମୋର ଘର ଖଣ୍ଡିକ ବନ୍ଧାଦେଇ ଝିଅ ବାହାଘର ଲାଗି ମହାଜନଠାରୁ କରଜ କରିଥିଲି । ମାତ୍ର ମହାଜନ ଏବେ ଟଙ୍କା ଫେରାଇ ନେବାଲାଗି ଜିଦ୍ ଧରି ବସିଛନ୍ତି । ସମୟ ସୀମା ଭିତରେ ଟଙ୍କା ନ ଦେଲେ ମୋ’ ଘର ସେ ଦଖଲ କରିନେବେ । ମୁଁ ଏଥିପାଇଁ ଓକିଲ ନୋଟିସ୍ ପାଇଲାବେଳଠାରୁ ବିବ୍ରତ ହୋଇପଡିଛି । ମୋର ପରିବାର ରହିବେ କେଉଁଠି? ଏତିକି କଥା କହୁ କହୁ ସେ ବୃଦ୍ଧଜଣକ ଆପଣା କୋହ ଆଉ ସମ୍ଭାଳି ନପାରି କଇଁ କଇଁ ହୋଇ ଖାଲି କାନ୍ଦିବାକୁ ଲାଗିଲେ ।

ସେ ବୃଦ୍ଧଠାରୁ ସମସ୍ତ କଥା ଶୁଣିଲା ପରେ ବିଦ୍ୟାସାଗର କେଉଁ ମହାଜନଠାରୁ କେତେ ଟଙ୍କା ଆଣିଛନ୍ତି ବୋଲି ତାଙ୍କଠାରୁ ବୁଝିନେଲେ । କେଉଁ ଅଦାଲତରେ ତାଙ୍କର ମାମଲା ଅଛି ବୋଲି ସେକଥା ବି ଜାଣିଗଲେ । ତା’ପରେ ସେ ଚୁପ୍ଚାପ୍ ସେଠାରୁ ଚାଲିଗଲେ ।”

ଯେଉଁଦିନ ମୋକଦ୍ଦମା ଫଇସଲା ହେବାର ଥିଲା, ସେଦିନ ସେ ବୃଦ୍ଧବ୍ରାହ୍ମଣ ଅଦାଲତରେ ମନଦୁଃଖରେ ଯାଇ ହାଜର ହେଲେ । ସେଠାରେ ପହଁଚି ସେ ଜାଣିବାକୁ ପାଇଲେ ଯେ, ତାଙ୍କ ନାମରେ ଥିବା ମୋକଦ୍ଦମା ଖାରଜ ହୋଇଯାଇଛି । କୌଣସି ସହୃଦୟ ବ୍ୟକ୍ତି ତାଙ୍କର ସମସ୍ତ କରଜ ଟଙ୍କା କୋର୍ଟରେ ଦାଖଲ କରି ଦେଇଛନ୍ତି ।

ଠିକ୍ସେତିକିବେଳେ ସେ ବୃଦ୍ଧବ୍ରାହ୍ମଣ ମନରେ ଭାବିଲେ ତାହେଲେ କିଏ ସେହି ସହୃଦୟ ବ୍ୟକ୍ତିଜଣକ? ହଠାତ୍ ପୁଣି ସେ ମନେ ପକାଇଲେ କିଛିଦିନ ତଳେ ରାସ୍ତାକଡରେ ପଚାରିଥିବା ଇଏ ଆଉ ସେହି ବ୍ୟକ୍ତିଜଣକ ନୁହଁନ୍ତି ତ? ହେଲେ ସେ ଏବେ ତାଙ୍କୁ କୃତଜ୍ଞତା ଜଣାଇବା ପାଇଁ ପାଇବେ ବା କେଉଁଠି? କାହିଁକିନା ବୃଦ୍ଧଜଣକ ତ ଆଉ ତାଙ୍କ ନାମ କି ଠିକଣା ଜାଣିନଥିଲେ ।

ପ୍ରକୃତରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଜଣେ ମହାନ୍ ବ୍ୟକ୍ତି ଥିଲେ । ସେ ଆଜି ମାନବସମାଜକୁ ଏହି ଶିକ୍ଷା ଦେଇଯାଇଛନ୍ତି, ଯେ ଆଶା କିମ୍ବା ପ୍ରତିଦାନ ଉଦ୍ଧେଶ୍ୟରେ ଦାନ କେବେବି ସନ୍ତୋଷ ଦେଇନଥାଏ । ଯେଉଁ ଦାନ ମନରେ କୌଣସି ଆଶା ନରଖି କରାଯାଇଥାଏ, ତାହାହିଁ ହେଉଛି ମହତ ଦାନ, ଯେଉଁ ଦାନ ଅତୀତରେ ବିଦ୍ୟାସାଗର ସେଇ ବୃଦ୍ଧବ୍ରାହ୍ମଣକୁ ହିଁ ଦେଇଥିଲେ ।

ସୁତରାଂ କୁହାଯାଇଛି –

 “ଦାନ ଦେଲେ କେବେ ପ୍ରତିଦାନ ଅବା କୃତଜ୍ଞତା ଲୋଡ ନାହିଁ କା’ଠାରୁ

ଏହିଭଳି ଦାନ ମହତ ଦାନର ମାନ୍ୟତା ପାଇବ ଲୋକମୁଖରୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ