ହନୁମାନ ଆଶ୍ୱାସନା ଜଣାଇ କହିଲେ, କାଲି ପ୍ରତ୍ୟୁଷରେ ନିଶ୍ଚୟ ଦର୍ଶନ ହେବ । ସେଦିନ ଥିଲା ମୌନୀ ଅମାବାସ୍ୟା । ପ୍ରାତଃକାଳରେ ଗୋସ୍ୱାମୀ ତୁଳସୀ ଠାକୁରଙ୍କୁ ପୂଜା କରିବା ଉଦ୍ଧେଶ୍ୟରେ ଚନ୍ଦନ ଘୋରୁଥିଲେ । ଭଗବାନ ରାମ ଓ ଲକ୍ଷ୍ମଣ ସେଠାକୁ ଆସି ତାଙ୍କୁ ତିଳକ ଲଗାଇ ଦେବାପାଇଁ କହିଲେ । ହନୁମାନ ଅନ୍ତରାଳରେ ଥାଇ ଭାବିଲେ ଏଥର ମଧ୍ୟ ତୁଳସୀ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଚିହ୍ନିପାରିବେ ନାହିଁ । ଶୁଆ ରୂପ ଧରି ହନୁମାନ ଚିତ୍ରକୂଟ ପର୍ବତ ତଥା ସ୍ମରଣ କରି ଦୋହା ବୋଲିଲେ । ଦୋହାଶୁଣି ତୁଳସୀ ଦାସଙ୍କ ଅତୃପ୍ତ ନେତ୍ରରେ ଭଗବାନ ରାମଙ୍କ ଅପୂର୍ବ ମନୋମୋହନ ଛବି ନାଚି ଉଠିଲା । ଆଖି ଲୁହରେ ଛଳଛଳ ହୋଇଗଲା । ଏବେ ଚନ୍ଦନ କିଏ ବା ଘଷିବ? ଭଗବାନ ପୁଣି କହିଲେ ବାବା ! ମୋତେ ଚନ୍ଦନ ଦିଅନ୍ତୁ । କିନ୍ତୁ ଶୁଣୁଛି କିଏ? ତୁଳସୀ ଯେ ଭାବବିହ୍ୱଳ, ଆତ୍ମହରା । ପ୍ରଭୁ ଶ୍ରୀରାମ ଆପଣା ହାତରେ ଚନ୍ଦନ ନେଇ ନିଜ ଲଲାଟ ଓ ତୁଳସୀଙ୍କ ଲଲାଟରେ ତିଳକ ଭଳି ଲେପିଦେଇ ଅନ୍ତର୍ଦ୍ଧାନ ହୋଇଗଲେ । ତୁଳସୀ ଦାସ ଆଖିଖୋଲି ଦେଖନ୍ତି ତ ସମ୍ମୁଖରେ ସେହି ଅପୂର୍ବ ଶ୍ରୀ, କାନ୍ତିଯୁକ୍ତ ଶ୍ରୀରାମଚନ୍ଦ୍ର ନାହାଁନ୍ତି । ପାଣିବିହୀନ ମାଛ ଭଳି ତୁଳସୀ ଦାସ ଯନ୍ତ୍ରଣାରେ ଛଟପଟ ହେଲେ, ମନୋବେଦନା ବଢିଗଲା । ସାରାଦିନ ଏହିଭଳି ମର୍ମାନ୍ତିକ ଯନ୍ତ୍ରଣାରେ ବିତିଲା । ଦିନଯାଇ ରାତି ହେଲା ହନୁମାନ ତାଙ୍କ ନିକଟକୁ ଆସି ତାଙ୍କୁ ସମସ୍ତ କଥା ବୁଝାଇଲେ । ଏହାପରେ ଆଚାର୍ଯ୍ୟ ତୁଳସୀଙ୍କ ଗ୍ଳାନି ଦୂରହୋଇଥିଲା । ଭାବର ଠାକୁର ବିହ୍ୱଳିତ ଭକ୍ତର ମନୋବେଦନା ବୁଝିଲେ, ତାଙ୍କ ନିକଟରେ ଧରାଦେଲେ, ଶେଷରେ ତାଙ୍କ ପ୍ରେମରେ ବାନ୍ଧି ହୋଇଯାଇ ନିଜେ ତିଳକ ଗ୍ରହଣ କରିବା ସହ ଭକ୍ତର କପାଳରେ ତିଳକ ଲଗାଇଦେଲେ । ଏହାହିଁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ବୈଶିଷ୍ଟ୍ୟ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ ।
ରାମାୟଣର ପ୍ରକୃତ ରଚୟିତା ହେଉଛନ୍ତି ରତ୍ନାକର ଯିଏକି ବୈଦିକ ଜାତିପ୍ରଥା ପ୍ରଚଳକଙ୍କ ଅନୁଯାଇ ଜଣେ ଶୁଦ୍ର । ଯେହେତୁ ରାମାୟଣ ଏକ ପୁରାତନ ଲୋକପ୍ରିୟ ରଚନା ସେଥିପାଇଁ ବ୍ରାହ୍ମଣବାଦୀ ପ୍ରଚାରକମାନେ ରତ୍ନାକରଙ୍କୁ ମିଥ୍ୟା ମହର୍ଷି ବାଲ୍ମୀକିର ପ୍ରମାଣ ପତ୍ର ଦେଇ ତାଙ୍କ ରଚନାକୁ ନିଜ ଧର୍ମ ପ୍ରଚାର ନିମନ୍ତେ ବ୍ୟବହାର କରିଆସୁଛନ୍ତି । ରାମ ହେଉଛନ୍ତି ଅଯୋଧ୍ୟାର ରାଜା ଯାହାକି ଉତ୍ତରପ୍ରଦେଶର ଏକ ଅଂଶ ବିଶେଷ ଯାହାକି ମାତ୍ର ୨୫ ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ଏକ କ୍ଷେତ୍ର, ଏହା ସମ୍ପୂର୍ଣ୍ଣ ଇଣ୍ଡିଆ ନୁହଁ ଯାହାକି ୩,୨୮୭,୨୬୩ ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ଏକ କ୍ଷେତ୍ର । ଜଣେ ଜାତିରେ ଶୁଦ୍ର କେବେ ମଧ୍ୟ ଉଚ୍ଚ ଜାତି ପାଇଁ ରଚନା ସୃଷ୍ଟି କରିବନାହିଁ ତେଣୁ ପ୍ରକୃତରେ ରାମାୟଣ ହେଉଛି ଏକ ଜାତିପ୍ରଥା ବିହୀନ ରଚନା ଯାହା ସମୟ ସହ ଜାତିପ୍ରଥା ଧାରୀ ଲେଖଙ୍କ ଦ୍ୱାରା କ୍ରମପରିବର୍ତ୍ତନ ହୋଇ ଆଜିର କାଳ୍ପନିକ ଜାତିପ୍ରଥା ଧାରୀ ରାମାୟଣରେ ପରିଣତ ହୋଇଛି । ରାମ ସଂସ୍କୃତ ଭାଷାରେ କଥା ହେଉଥିଲେ ବୋଲି କୌଣସି ପ୍ରମାଣ ନାହିଁ ତେଣୁ ଉତ୍ତରପ୍ରଦେଶର ଯେକୌଣସି ସ୍ଥାନୀୟ ଭାଷାରୁ ଏହା ସଂସ୍କୃତକୁ ଅନୁବାଦ କରାଯାଇଥାଇପାରେ; ପରେ ତୁଳସି ଦାସ ସଂସ୍କୃତ ରାମାୟଣକୁ ନାଗରୀ ବା ଦେବନାଗରୀ ବା ହିନ୍ଦୀକୁ ଅନୁବାଦକରିଥିଲେ ଯାହା ବ୍ରାହ୍ମଣବାଦୀ ପ୍ରଚାର ଉଦ୍ଧେଶ୍ୟରେ ବ୍ୟବହୃତ ହୋଇଆସୁଛି । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।