ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାବଳୀ

ଶରଭ କୂଅରେ ଗାଗରା ପକାଇ ସେଥିରେ ପାଣି ଭରିଲା ଓ ମନକୁ ମନ କହୁଥାଏ, “ଏତେ ଛୋଟ ଗାଗରା କୂଅରୁ ଟାଣିବା ପାଇଁ ବଳଶାଳୀ ଲୋକର କଣ ଦରକାର?” କିନ୍ତୁ ଗାଗରା ଟାଣିବା ବେଳକୁ ତାର ଦୀର୍ଘଶ୍ୱାସ ବାହାରି ପଡିଲା, ନିଜର ସବୁତକ ବଳ ଲଗାଇ, ଶେଷରେ ବଡ କଷ୍ଟରେ ସେ ଗାଗରାକୁ ଅଳ୍ପ ଉପରକୁ ଆଣିବାରେ ସକ୍ଷମ ହେଲା । ମାତ୍ର ପରକ୍ଷଣରେ ଗାଗରା ଶରଭକୁ କୂଅ ଭିତରକୁ ଟାଣିବାରେ ଲାଗିଲା । ଯଦି ସେହି ସ୍ତ୍ରୀ ଲୋକଟିର ବଳିଷ୍ଠ ଶିଶୁ ଶରଭକୁ ଧରିପକେଇ ନ ଥାନ୍ତା, ତେବେ ସେ ନିଶ୍ଚୟ କୂଅ ଭିତରେ ପଡି ଯାଇଥା’ନ୍ତା । ତା ପରେ ସେହି ଶିଶୁଟି ଶରଭ ହାତରୁ ଦଉଡି ନେଇ ଅନାୟାସରେ ଜଳପୂର୍ଣ୍ଣ ଗାଗରା ବାହାରକୁ ଟାଣି ଆଣିଲା । ଏସବୁ ଦେଖି ଦୁର୍ଗା ତା’ପତିକୁ ବୁଝେଇଲା “ଏବେ ତ ତୁମେ ସତକଥା ସବୁ ଜାଣି ପାରିଲ? ଚାଲ ଏଥର ଚୁପ୍ଚାପ ଘରକୁ ଫେରିଯିବା ।” ମାତ୍ର ଶରଭ ଜିଦ୍ କରି କହିଲା “ଏଥିରେ ନିଶ୍ଚୟ କୌଣସି ତନ୍ତ୍ରମନ୍ତ୍ର ରହିଛି । କୌଣସି ପରିସ୍ଥିତିରେ ମଧ୍ୟ ମୁଁ ସେହି ମହାଭୀମକୁ ନ ଭେଟି ଘରକୁ ଫେରୁନାହିଁ ।”

“ତୁମର ଭାଗ୍ୟରେଖାକୁ ତ ବଦଳାଇବାର କ୍ଷମତା ମୋର ନାହିଁ । ତୁମେ ଯାହାଇଚ୍ଛା ତାହା କର । ମାତ୍ର ମୁଁ ତୁମ ସହିତ ଯିବିନାହିଁ ।” ଦୁର୍ଗା ଏପରି କହି ଜଳ ଗାଗରା ଧରି ଘର ଅଭିମୁଖେ ଚାଲିଲା । ଅପର ସ୍ତ୍ରୀଲୋକଟି ଶରଭକୁ କହିଲା, “ମୋ କଥା ମାନ, ତୁମେ ମଧ୍ୟ ଘରକୁ ଫେରିଯାଅ । କାହିଁକିନା ମୁଁ ଚାହୁଁ ନାହିଁ, ମୋ ପତିଙ୍କ ନଜରକୁ ତମେ ଆସ ।” କିନ୍ତୁ ଶରଭ ତାର କଥା ଅମାନ୍ୟ କରି, ସେହି ସ୍ତ୍ରୀ ଲୋକ ପଛେ ପଛେ ତାର ଘରେ ଯାଇ ପହଁଚିଲା ।

“ମୋର ପତି ଶିକାର କରିବାକୁ ଯାଇଛନ୍ତି । ସେ ଥରକେ ପୁରା ଗୋଟିଏ ହାତୀ ଭୋଜନ କରନ୍ତି । ତେଣୁ ତୁମେ ଯାଇ କେଉଁଠାରେ ଲୁଚିଯାଇ ତାଙ୍କୁ ଦେଖ । ଯଦି ତୁମେ ତାଙ୍କ ସମ୍ମୁଖରେ ପଡିଯିବ, ତେବେ ସେ ତୁମକୁ ବି କଂଚା ଖାଇଯିବେ । ଏଥିରେ କୌଣସି ସନ୍ଦେହ ନାହିଁ ।” ମହାଭୀମର ପତ୍ନୀ, ଶରଭକୁ ଏପରି ସାବଧାନ କରି ତାକୁ ଏକ ବଡବୁଦା ଆଢୁଆଳରେ ଲୁଚାଇ ଦେଲା ।

ଠିକ୍ ସନ୍ଧ୍ୟା ହୋଇଆସିବା ବେଳକୁ ଖୁବ୍ ଜୋର୍ରେ ପବନ ବହିଲା । ମହାଭୀମ ନିଜ ଘର ସମ୍ମୁଖକୁ ଆସି ଚିତ୍କାର କଲା, “ଆଜି ହାତୀ ରାନ୍ଧିଛୁ?” ତାର ଚିତ୍କାରରେ ସବୁଜିନିଷ ହଲି ଦୋହଲି ଯାଉଥାଏ । ଶରଭ ଯେଉଁ ବୁଦାରେ ଲୁଚିଥିଲା, ତାହା ମଧ୍ୟ ହଲିଗଲା । ଏଣେ ଶରଭ ଭୟରେ କଂପୁଥାଏ । ଏବେ ସେ ସ୍ପଷ୍ଟ ଜାଣିପାରିଲା ଯେ, ତା’ଠାରୁ ମଧ୍ୟ ଢେର ମହାବଳଶାଳୀ ଲୋକମାନେ ଅଛନ୍ତି ।

ମହାଭୀମଙ୍କୁ ତାଙ୍କ ପତ୍ନୀ ଡାକି କହିଲା “ତୁମର ହାତୀ ରନ୍ଧା ସରିଯାଇଛି । ଏବେ ଆସି ଖାଇଯାଅ ।” ମାତ୍ର ମହାଭୀମ କହିଲା “ରୁହ, ଟିକିଏ ଅପେକ୍ଷା କର । କେଉଁଠାରୁ ମଣିଷର ଗନ୍ଧ ଆସୁଛି । ବହୁତ ଦିନ ହେଲା ମଣିଷ ମାଂସ ଖାଇ ନାହିଁ ।” ଏପରି କହି ମହାଭୀମ ଏପଟସେପଟ ବୁଲି ଖୋଜିବାରେ ଲାଗିଲା ।

ମହାଭୀମ ଖୋଜି ଖୋଜି ଟିକେ ଦୂରକୁ ଚାଲିଯିବାପରେ, ତା’ର ପତ୍ନୀ ଧୀରେ ଶରଭକୁ ଆସି କହିଲା, “ମୋ ପତି ଖାଇସାରିବା ପରେ ନିଘୋଡ ନିଦରେ ଶୋଇପଡିବେ । ସେ ଶୋଇ ପଡିବା ପରେ ମୁଁ ଏକ ଜଳନ୍ତା ବତୀ ଝରକା ପାଖରେ ରଖି ଦେବି । ତୁମେ ତାହା ଦେଖିବାମାତ୍ରେ, ଜୀବନ ବଂଚାଇ ଏଠାରୁ ପଳାଇଯିବ । ପୁଣି ଏହି ଘର ପାଖଦେଇ ଆସିବାକୁ କେବେବି ସାହସ କରିବ ନାହିଁ ।”

ଏହା ଶୁଣି ଶରଭ ଭୟାତୁର ହୋଇ କହିଲା, “ଦେବୀ, ମୁଁ ଏଠାକୁ ଆସି ପ୍ରକୃତରେ ବହୁତ ବଡ ଭୁଲ୍ କରିଛି । ମୁଁ ଆଉ କେବେ ମଧ୍ୟ ଏଠାକୁ ଆସିବି ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ