ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାଗ୍ୟ

ଶ୍ରୀପତି ଆତ୍ମବିଶ୍ୱାସ ସହିତ ପଚାରିଲା “ଆଚ୍ଛା, ମୋର କାହିଁ ମନେ ହେଉଛି ଯେ ତମେସବୁ ମୋର ନାମ ଶୁଣିନାହଁ । କ’ଣ ମହାବୀର ଶ୍ରୀପତିକୁ ଏଠାରେ କେହିବି ଜାଣେନାହିଁ?”

“ଆପଣ ତାହେଲେ ମହାବୀର ଶ୍ରୀପତି? ତେବେ ଆସନ୍ତୁ, ଆସନ୍ତୁ” ଏହା କହି ସୈନିକ ତାକୁ ରାଜାଙ୍କ ପାଖକୁ ନେଇଗଲା ।

ସେ ସିଂହାସନ ପାଖରେହିଁ ରାଜକୁମାରୀ ବସିଥିଲେ । ତାଙ୍କୁ ଦେଖି ଶ୍ରୀପତି ଭାବିଲା ତା’ର ସ୍ୱପ୍ନ ସତ୍ୟ ହେବାକୁ ଯାଉଛି । ସେ ତା’ ସ୍ୱପ୍ନରେ ଯେଉଁ ରାଣୀଙ୍କୁ ଦେଖିଥିଲା, ଇଏତ ସେଇ ।

ରାଜା ପଚାରିଲେ, “କୁହ, ତୁମର ଏବେ କ’ଣ ଆବଶ୍ୟକ ।” ତହୁଁ ସେ ଶ୍ରୀପତି କହିଲା, “ମୋ ପାଖରେ କିଛି ବିଚିତ୍ର ଜିନିଷ ଅଛି ଯାହାର ଶକ୍ତିରେ ମୁଁ ସାରା ପୃଥିବୀକୁବି ଜିତି ପାରେ ଓ ଆପଣଙ୍କୁ ତାହାର ରାଜା ମଧ୍ୟ ବନାଇ ଦେଇପାରେ ।”

ରାଜା ତା’ କଥାରେ ଖୁସି ହୋଇ କହିଲେ, “ଠିକ୍ ଅଛି । ସାରା ପୃଥିବୀ ପରେ ଜିତିବ । ହେଲେ ଏବେ ମୋ ରାଜ୍ୟ ଉପରେ ଆକ୍ରମଣ କରୁଥିବା ଗାନ୍ଧାର ରାଜାଙ୍କୁ ହରାଇ ଆଗେ ଦେଖାଅ ତ?”

ତହୁଁ ସେ ଶ୍ରୀପତି କହିଲା “ଇଏ ତ ମୋ ଶକ୍ତି ଅନୁସାରେ କିଛି ବି ନୁହେଁ । କିନ୍ତୁ ମୋର ଗୋଟିଏ ଅନୁରୋଧ । ମୁଁ ସେ ଗାନ୍ଧାରରାଜାଙ୍କୁ ଯୁଦ୍ଧରେ ପରାଜିତ କଲେ ଆପଣ ଆପଣଙ୍କ ଝିଅକୁ ମୋ ସହିତ ବାହା ଦେବେ ।”

ରାଜା ହସିହସି ତାର କଥା ସ୍ୱୀକାର କଲେ । ସେ ଭାବିଲେ “ଯଦି ଜଣେ ଗାନ୍ଧାର ରାଜାଙ୍କୁ ହରାଇ ପାରିବ, ତେବେ ତ ସେ ବଡ ପରାକ୍ରମୀ । ସେପରି ଯୁବକକୁ ଝିଅ ଦେବାରେ ମୋର କ’ଣ ବା କ୍ଷତି?”

ଏହାପରେ ସେ ଶ୍ରୀପତି ଅଳ୍ପ ସୈନ୍ୟଧରି ଯୁଦ୍ଧକରିବାକୁ ଗଲା, ନିଜର ମୁକୁଟ ଓ ତଲବାରର କରାମତି ଯୋଗୁଁ ଗାନ୍ଧାରରାଜାଙ୍କୁ ଶ୍ରୀପତି ଯୁଦ୍ଧରେ ଅନାୟାସରେ ହରାଇ ଦେଲେ । ଶେଷରେ ସେ ଗାନ୍ଧାରରାଜା କୌଣସିମତେ ଅଳ୍ପସଂଖ୍ୟକ ସୈନ୍ୟ ଧରି ନିଜ ଜୀବନ ଧରି ସେଠାରୁ ପଳାଇଲେ । ଏଣେ ଏ ରାଜ୍ୟର ସୈନ୍ୟମାନେ ଜୟଧ୍ୱନି କରି ଶ୍ରୀପତିକୁ ନେଇ ରାଜଧାନୀରେ ପହଁଚିଲେ । ସେମାନେ ସିଧା ରାଜାଙ୍କ ପାଖକୁ ଗଲେ । ରାଜା ଶ୍ରୀପତିକୁ ଅଭିନନ୍ଦନ କରି କହିଲେ, “ଶ୍ରୀପତି, ଏବେ କେବଳ ତୁମେହିଁ ମୋ ଝିଅ ପାଇଁ ଯୋଗ୍ୟ ବର । ଅଳ୍ପଦିନ ମଧ୍ୟରେ ମୁଁ ତୁମର ରାଜ୍ୟାଭିଷେକ ଅବଶ୍ୟ କରାଇବି ।”

ରାଜକୁମାରୀଙ୍କ ସହ ଶ୍ରୀପତିର ବିବାହ ବଡ ଆଡମ୍ବରରେ ସମ୍ପନ୍ନ ହେଲା । ଏଥିଉତାରେ ସେ ସେଠିକାର ରାଜା ହୋଇ ସିଂହାସନରେ ବସିଲା । ତା’ପାଖରେ ରାଜକୁମାରୀ ମଧ୍ୟ ରାଣୀ ହୋଇ ମୁକୁଟ ପିନ୍ଧି ସିଂହାସନରେ ବସିଲେ । ଏହିପରି ଭାବେ ସେ ଶ୍ରୀପତିର ସ୍ୱପ୍ନ ସଫଳ ହେଲା । ରାଜା ଶ୍ରୀପତିଙ୍କ ରାଜ୍ୟଶାସନରେ ପ୍ରଜାମାନେ ଅତି ଖୁସି ତଥା ଆନନ୍ଦରେ ଥା’ନ୍ତି । କାରଣ ସେ ବଡ ଦୟାଳୁ, ଉଦାର ଓ ପର ଉପକାରୀ ଥିଲା । କିଛିଦିନ ପରେ କଥାବାର୍ତ୍ତାରେ ଶ୍ରୀପତି, ରାଣୀଙ୍କୁ ଓ ବୁଢାରାଜାକୁ ନିଜ ବିଷୟରେ ସବୁକିଛି ଟିକିନିଖି କରି କହିଲେ । ତାଙ୍କର ସବୁକଥା ଶୁଣି ରାଣୀ କହିଲେ, “ମଣିଷକୁ ତା’ର ଗୁଣ ଦ୍ୱାରା ଚିହ୍ନା ଯାଏ, ମାତ୍ର ଧନ ବା ଜାତି ଦ୍ୱାରା ନୁହେଁ ।”

ଶ୍ରୀପତି ତ ତା’ର ଯାଦୁକୁର୍ତ୍ତା ବିଷୟରେ ପୁରାପୁରି ଭୁଲିଯାଇଥିଲା । ବୃଦ୍ଧରାଜା ଓ ତା’ର ସ୍ତ୍ରୀ ରାଣୀ କଳାବତୀ ଏପର୍ଯ୍ୟନ୍ତ ସେ ବିଷୟରେ କିଛିବି ଜାଣି ନଥିଲେ । କିଛିବର୍ଷ ପରେ ଥରେ ତାଙ୍କ ଦେଶରେ ଫସଲ ନହେବାରୁ ରାଜ୍ୟରେ ଘୋର୍ ବିପଦ ପଡିଲା । କୁର୍ତ୍ତାକଥା ଶ୍ରୀପତିର ମନେ ନଥିଲା । ହଠାତ୍ ତା’ର ମନେ ପଡିଲା । ସେ କୁର୍ତ୍ତାରୁ ଝାଡି ଅପର୍ଯ୍ୟାପ୍ତ ଟଙ୍କା ପାଇଲା ଓ ପାଖ ରାଜ୍ୟରୁ ଯଥେଷ୍ଟ ଶସ୍ୟ ଆଣି ପ୍ରଜାଙ୍କୁ ବାଂଟି ଦେଲା । ପ୍ରଜା ଖୁବ୍ ଖୁସି ହେଲେ, ଅକାଳ ଦୁର୍ଭିକ୍ଷରୁ ପ୍ରଜାମାନେ ରକ୍ଷା ପାଇଲେ ।

ଶ୍ରୀପତି ଭାବିଲା, “ଭଗବାନଙ୍କ ଦୟାରୁ ମୋତେ ଏହି ସବୁ ଆଶ୍ଚର୍ଯ୍ୟ ଜିନିଷ ମିଳିଲା ଏବଂ ତଦ୍ୱାରା ମୁଁ ପ୍ରଜାଙ୍କର ଦୁଃଖ ଦୂର କରି ପାରିଲି, ଏହାଠାରୁ ବଳି ଆଉ ମହାଭାଗ୍ୟ କ’ଣ ବା ଥାଇପାରେ?” ପ୍ରକୃତରେ ମୁଁ ଜଣେ ମହାଭାଗ୍ୟବାନ୍ ।

କଳାବତୀ ଓ ତାଙ୍କ ପିତା ତଥା ସେ ବୃଦ୍ଧରାଜା କୁର୍ତ୍ତା ବିଷୟରେ ପଚାରିବାରୁ ସେ କହିଲେ, “ଏ ବିଷୟରେ ମୋର ସେପରି କୌଣସି ଆବଶ୍ୟକତା ନଥିଲା ବୋଲି ମୁଁ ପୁରାପୁରି ଭୁଲି ଯାଇଥିଲି; କିନ୍ତୁ ଭଗବାନଙ୍କ କୃପାରୁ ଏବେ ସବୁକିଛି ଠିକ୍ ଅଛି । ଯାହାର ଫଳ ସ୍ୱରୂପ ପ୍ରଜାଙ୍କ ଦୁଃଖ ଆଜି ଦୂର ହେଲା । ଆଜି ଠିକ୍ ସମୟରେ ତାହା କାମରେ ଲାଗିଲା । ତା’ଠାରୁ ଆଉ ଅଧିକ ମୂଲ୍ୟ କ’ଣ ବା ହୋଇପାରେ? ଏସବୁ ସେଇ ଭଗବାନଙ୍କର ଅପାର କୃପା, ତାଙ୍କରି ଦାନ ।”

ଏପରି ଜାମାତା ପାଇ ରାଜା ଓ ଏପରି ସ୍ୱାମୀ ପାଇ ସେ କଳାବତୀ ବହୁତ ଖୁସି ଓ ସନ୍ତୁଷ୍ଟ ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ