ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

ଦ୍ରୋଣ କହିଲେ, “ପାଣ୍ଡବମାନଙ୍କୁ ଜିତିବା ତ ଦୁଃସାଧ୍ୟ । କିନ୍ତୁ ମୁଁ ଦୁର୍ଯ୍ୟୋଧନଙ୍କ ପକ୍ଷ ନେବି । କାରଣ ସେମାନଙ୍କର ମୋ ପ୍ରତି ଯଥେଷ୍ଟ ଭକ୍ତିଭାବ ଅଛି । ପାଣ୍ଡବମାନେ ଅବଶ୍ୟ ନିୟମ ପାଳନ କରିହିଁ ଯୁଦ୍ଧ କରିବାକୁ ଆସିବେ । ଦ୍ରୁପଦ ମୋ ପାଖରେ ହାରିଗଲେ ମଧ୍ୟ ମୋତେ ମାରିବାକୁ ସେ ଯଜ୍ଞରୁ ପୁତ୍ର ଉତ୍ପନ୍ନ କରିଛନ୍ତି, ପୁଣି ଯାଜ୍ଞସେନୀଙ୍କୁ ସେ ଅର୍ଜୁନଙ୍କୁ ବିବାହ ଦେଇଛନ୍ତି । ଏଭଳି ପରିସ୍ଥିତିରେ ମୁଁ କିପରି ପାଣ୍ଡବଙ୍କ ତରଫରେ ରହିପାରିବି? ଏକଥା ନିଶ୍ଚିତ ଓ ନିଃସନ୍ଦେହ ଯେ ଅର୍ଜୁନ ପରି ବୀର ଏ ତିନି ଲୋକରେ ଆଉ କେହିବି ନାହିଁ । ଏକଥା ତ ସମସ୍ତେ ଜାଣନ୍ତି ଯେ ମୋର ମୃତ୍ୟୁ କେବଳ ଧୃଷ୍ଟଦ୍ୟୁମ୍ନ ଦ୍ୱାରାହିଁ ହେବ । ସମସ୍ତ କିଛି ଆଲୋଚନା କରାଗଲେ ମଧ୍ୟ ଆମ ପକ୍ଷ ତାଙ୍କ ପକ୍ଷ ଅଳ୍ପ କିଛି କମ୍ ବେଶି ହେବ । କିନ୍ତୁ ତୁମେମାନେ ଏକଥା ଭୁଲିଯାଉଛ କି ଭଗବାନ ଶ୍ରୀକୃଷ୍ଣଙ୍କର ଶକ୍ତି ତାଙ୍କୁ ସଦା ସର୍ବଦା ରକ୍ଷା କରିବ । ତାଙ୍କ ସହିତ ସମାନ ଆମ ପକ୍ଷରେ କିଏ ଅଛି କୁହ? ସେହିଠାରେହିଁ ଆମପଟ ତଳକୁ ଗଲା । ଏଣିକି ତୁମେମାନେ ଧର୍ମକାର୍ଯ୍ୟ କର, ପରୋପକାର କର, ତେବେ ଧର୍ମମାର୍ଗରେ ଚାଲିବା ଦ୍ୱାରା ଧର୍ମର ଶକ୍ତି ପାଇପାରିବ । ନଚେତ ସେମାନେ ବନବାସ କରିବା ସମୟରେ ତୁମେମାନେ ଆରାମ୍ କର, ରାଜ୍ୟସୁଖ ଉପଭୋଗ କର, କାରଣ ତା’ପରେ ଯୁଦ୍ଧରେ ଆମପଟ ସମୂଳେ ଧ୍ୱଂସ ହେବ ।”

ଧୃତରାଷ୍ଟ୍ର ଏପରି କଥା ଶୁଣି ବ୍ୟତିବ୍ୟସ୍ତ ହୋଇପଡିଲେ । ସେ ବିଦୁରଙ୍କୁ କହିଲେ, “ବିଦୁର, ଦ୍ରୋଣାଚାର୍ଯ୍ୟ ଯାହା କହିଲେ ତାହା ନିରାଟ ସତ୍ୟ । ତୁମେ ଏବେ ବନକୁ ଯାଇ ସେମାନଙ୍କୁ ଫେରାଇ ଆଣ । ସେମାନେ ରାଜି ନହେଲେ ସେମାନଙ୍କୁ ବୁଝାଇ ନେଇ ଆସ ।”

ସେତେବେଳେ ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କହିଲେ “ମହାରାଜ, ପାଣ୍ଡୁ କେତେ କେତେ ରାଜ୍ୟ ଜିତି ଆପଣଙ୍କୁ ଦେଲେ । ଅଥଚ ଆପଣ ତାଙ୍କ ପ୍ରତି କୃତଜ୍ଞତା ଭାବ ନ ଦେଖାଇ ତାଙ୍କ ପିଲାଙ୍କୁ ଓଲଟି କଷ୍ଟ ଦେଲେ? ଆପଣଙ୍କ ପୁତ୍ରମାନଙ୍କର ଦୁଷ୍ଟବୁଦ୍ଧିରେ ପଡି ପାଣ୍ଡବମାନଙ୍କୁ ଦଣ୍ଡ ଦେଲେ? ପୁଣି ତେରବର୍ଷ ପାଇଁ ବନବାସ । ସେମାନେ ଏମିତି କି ଜଘନ୍ୟ ଅପରାଧ କରିଥିଲେ? ସେମାନେ ତ ସଦା ସର୍ବଦା ଧର୍ମମାର୍ଗରେହିଁ ଥା’ନ୍ତି । ସେପରି ଲୋକଙ୍କୁ ପୁଣି ଏପରି ଦଣ୍ଡ? ଧର୍ମ ଏକଥା କ’ଣ କେବେବି ସହି ପାରିବେ? ତଥାପି ମଧ୍ୟ ସେମାନେ କୌଣସି ପ୍ରକାର ଆପତ୍ତି ଅଭିଯୋଗ ନକରି ଛଳନାପୂର୍ଣ୍ଣ, ମିଥ୍ୟାଚାରରେ ଦୂଷିତ ସର୍ତ୍ତ ସବୁ ମାନିନେଲେ ଓ ନୀରବରେ ବନକୁ ଚାଲିଗଲେ । ଆପଣଙ୍କର ବିବେକ ନିଜକୁ ଟିକେ ଦଂଶନ କରୁନାହିଁ? ଇଏ କି ପ୍ରକାର ରାଜ୍ୟ ଶାସନ ଏବେ ଭୟରେ ବ୍ୟସ୍ତ ହେବାରେ ପ୍ରୟୋଜନ କ’ଣ?”

ଧୃତରାଷ୍ଟ୍ର କହିଲେ “ବ୍ୟସ୍ତ ନ ହୋଇ ମୁଁ ଆଉ କ’ଣ କରିବି? ପାଣ୍ଡବମାନେ ଯେ ଯୁଦ୍ଧବିଦ୍ୟାରେ ସିଦ୍ଧହସ୍ତ । ସେମାନେ ଅଜେୟ । ସେପରି ମହାବୀରଙ୍କର ମୁଁ ଶତୃ ହୋଇ ଚିନ୍ତା କରିବି ନାହିଁ?”

ସଞ୍ଜୟ କହିଲେ “ଏହି ଶତୃତା ତ ଆପଣ ନିଜେ ଜାଣି ଶୁଣି ନିଜ ଉପରକୁ ଆଣିଛନ୍ତି । ପିତାମହ ଭୀଷ୍ମ, ଗୁରୁଦ୍ରୋଣ ଓ ବିଦୁର ଆପଣଙ୍କୁ କେତେଥର ଏ ବିଷୟରେ ସାବଧାନ କରି ଦେଇଛନ୍ତି, ହେଲେ କ’ଣ ହେବ ଆପଣ ତ କାହିଁ କାହାର କିଛି କଥା ମୋଟେ ଶୁଣିଲେ ନାହିଁ । ଆପଣଙ୍କ ପୁତ୍ରମାନେ ତ ଅଜ୍ଞାନୀ, ଉଦ୍ଧତ, ବର୍ବର ଓ ଦୁଷ୍ଟବୁଦ୍ଧି ସମ୍ପନ୍ନ । ସେମାନଙ୍କର ନା ଅଛି ବୁଦ୍ଧି ନା ଲଜ୍ଜା । ଆହୁରି ପୁଣି ଦୂରଦୃଷ୍ଟି ତ ଟିକିଏ ବୋଲି ନାହିଁ । ଦ୍ରୌପଦୀଙ୍କ ପ୍ରତି ଯେଉଁ ବ୍ୟବହାର କରାଗଲା ତାହା ଜଣେ ସାଧାରଣ ପ୍ରଜା ମଧ୍ୟ କେବେବି କଳ୍ପନା ସୁଧା କରିପାରିବ ନାହିଁ । ଏହାର ପରିଣାମ କିଛି ଭଲ ହେବ ନାହିଁ । ବିନାଶକାଳେ ବିପରୀତ ବୁଦ୍ଧି ।”

ଧୃତରାଷ୍ଟ୍ର କହିଲେ “ତମେ ଯାହା କହୁଛ ତାହା ଯେ ଅକ୍ଷରେ ଅକ୍ଷରେ ସତ୍ୟ ତାହା ମୁଁ ଏବେ ଉପଲବ୍ଧି କରୁଛି । ମୁଁ ପୁତ୍ରମୋହ ଯୋଗୁଁ ସମସ୍ତ ଉତ୍ତମ ପରାମର୍ଶକୁ ଶୁଣି ନାହିଁ । ଏବେ ଆଉ ପୁଣି କ’ଣ ବା କରାଯାଇ ପାରେ? କିପରି ଏହି ଭୟଙ୍କର ଯୁଦ୍ଧ ଓ ସର୍ବନାଶକୁ ବନ୍ଦ କରାଯିବ, ତୁମେ ଏ ବିଷୟରେ ଟିକିଏ ଭାବିଚିନ୍ତି କୁହ ।”

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ । ମହାଭାରତର ଅର୍ଥ କଣ? ଭାରତ କଣ ଏକ ଯାଗାର ନାମ ନା ଜଣେ ମଣିଷର ନାମ? ଯଦି ଏହା ଏକ ଯାଗାର ନାମ ତେବେ “ମହା ଜାଗା” ର ଅର୍ଥ କଣ? ଯଦି ଏହା ଜଣେ ମଣିଷର ନାମ ତେବେ “ମହା ମଣିଷର” ଅର୍ଥ କଣ? କିଛି ବିଦ୍ୱାନ କୁହନ୍ତି ମହାଭାରତ ହେଉଛି ମହାନ୍ ଭାରତ । ଅର୍ଥାତ ଆମଦେଶର ପୁରାତନ ଇତିହାସ ନାମ ଭାରତ ଥିଲା ଏବଂ ପଣ୍ଡୁ/ପାଣ୍ଡୁ ଏବଂ କୌରବଙ୍କର ଆଦିଜନକ “ଭାରତ” ବା ଶକୁନ୍ତଳା ଏବଂ ଦୁଷ୍ୟନ୍ତଙ୍କ ପୁତ୍ରଥିଲେ । କୁରୁ କିମ୍ବା ପାଣ୍ଡୁ ବଂଶ ଏବେକାର ଇଣ୍ଡିଆକୁ ଯେ ଦିନେ ସାଶନ କରୁଥିଲେ ବା ତାଙ୍କର କୌଣସି ଅଖଣ୍ଡ ରାଜ୍ୟ ଏତେ ବିଶାଳ ଥିଲା କୌଣସି ପ୍ରମାଣ ନାହିଁ । ଏହାସବୁ ମନ ଗଢା ଏବଂ କଳ୍ପନା ମାତ୍ର । ଏମିତି କିଏ ଉଡନ୍ତା କ୍ୟାମେରା ନେଇ ପ୍ରତି ମହାଭାରତର “ଚରିତ୍ର” ସାଥିରେ ବୁଲୁଥିଲାଯେ କୋଉ ଚରିତ୍ର କେତେବେଳେ କଣ କରୁଥିଲା ସେମାନଙ୍କର ପ୍ରତି ମୁହୂର୍ତ୍ତର ଖବର ମହାଭାରତର ରଚନାକାରୀଙ୍କୁ (ବ୍ୟାସ) ମିଳିଯାଉଥିଲା ଆଉ ସେ ତାଙ୍କ ଲେଖାରେ ଲେଖି ପକାଉଥିଲେ । ମହାଭାରତରେ “ଭାରତ” କଣ ତାହା ମଧ୍ୟ ଉଲ୍ଲେଖ ନାହିଁ । ମହାଭାରତ ହେଉଛି ନିଜ ପରିବାର ଭିତରେ, ମାନେ ଭାଇ ଭାଇଙ୍କ ଭିତରେ ସମ୍ପତ୍ତି ପାଇଁ ଲଢେଇ ଯାହା ଜୁଆ ଖେଳ, ନାରୀ ନିର୍ଯ୍ୟାତନା, ସୁରା ପାନ ଇତ୍ୟାଦି ମନ୍ଦ ଅଭ୍ୟାଷରୁ ପ୍ରାରମ୍ଭ । ମହାଭାରତ ଯଦି ମହା ଯୁଧ୍ୟ ହୁଏ ତେବେ ଭାରତ ମାନେ ହେଉଛି ଯୁଧ୍ୟ । ମହାଭାରତ ସଂସ୍କୃତରେ ଲିଖିତ ଏବଂ ଅନ୍ୟ ଭାଷାମାନଙ୍କୁ ଅନୁବାଦିତ; ଅର୍ଥାତ ମହାଭାରତ ସହ ସଂସ୍କୃତ ଭାଷା ବ୍ୟବହାରୀକାରୀଙ୍କ ଛଡା ଅନ୍ୟଭାଷୀ ଲୋକମାନଙ୍କର କୌଣସ ସମ୍ପର୍କ ନାହିଁ । ତେବେ ଏହାକୁ ଆମର ନୈତିକତା ଜ୍ଞାନର ଉତ୍ସ ରୂପେ କାହିଁକି ଥୋପାଯାଉଛି ଏହା ତର୍କର ବାହାରେ । ଇତିହାସରେ ଏମିତି କୌଣସି ପ୍ରମାଣ ନାହିଁ ଏବେକାର ଇଣ୍ଡିଆ ଦିନେ ଭାରତ ନାମ ଧାରୀ ରାଜା ରାଜୁତି କରୁଥିଲେ ବା ତାଙ୍କ ରାଜ୍ୟର ନାମ ଭାରତ ଥିଲା । ଭ୍ରମ ସୃଷ୍ଟିକାରୀ ବୈଦିକ ପ୍ରଚାରକଙ୍କ ମିଥ୍ୟା ପ୍ରଚାର ଇତିହାସଠାରୁ ନିଜକୁ ଦୁରେଇ ରଖନ୍ତୁ । କଛି ଧୂର୍ତ୍ତ, “ମାନସିକ ବିକୃତିକୁ” ଆମର ସଂସ୍କୃତି ରୂପେ ଆମଉପରେ ଥୋପେଇ ଆମ ମନକୁ ତାଙ୍କ ମନ ମୁତାବକ ନିୟନ୍ତ୍ରଣ କରିବାକୁ ଚାହାନ୍ତି । ସେପରି ଧୂର୍ତ୍ତମାନଙ୍କୁ ଚିହ୍ନନ୍ତୁ ଏବଂ ସେମାନଙ୍କୁ ବିରୋଧ କରନ୍ତୁ, ତାହା ସହିତ ସେମାନଙ୍କ ବିକୃତ ମାନସିକତା ଠାରୁ ଦୁରେଇ ରୁହନ୍ତୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ