ସେଠାରେ ଅବସ୍ଥାନ କରିବାର ଷଷ୍ଠ ଦିବସରେ, ଏକ ଅପୂର୍ବ ପୁଷ୍ପ ପାଣ୍ଡବଙ୍କ ନିକଟରେ ଆସି ପଡିଲା । ହଜାର ପାଖୁଡା ବିଶିଷ୍ଟ ଏହା ଏକ ରକ୍ତବର୍ଣ୍ଣର କୁମୁଦ ପୁଷ୍ପ । ଏହା ଦେଖିବାକୁ ଯେପରି ସୁନ୍ଦର, ସୁଗନ୍ଧ ମଧ୍ୟ ତା’ର ସେତିକି ଓ ପୁଲକଭରା । ଦ୍ରୌପଦୀ ସେହି ପୁଷ୍ପଟିକୁ ହାତରେ ଧରି ଭୀମଙ୍କୁ କହିଲେ, “ଏହା ମୁଁ ଧର୍ମରାଜଙ୍କୁ ଅର୍ପଣ କରିବି । ମୋ’ ପାଇଁ ଏହି ପୁଷ୍ପରୁ ଅଧିକ କିଛି ଆଣି ଦିଅ । ତାହା କାମ୍ୟକ ବନରେ ମୁଁ ସୁରକ୍ଷିତ କରି ରଖିବି ।”
ଦ୍ରୌପଦୀଙ୍କ ଇଚ୍ଛା ପୂରଣ କରିବା ନିମନ୍ତେ ଭୀମ ସଙ୍ଗେ ସଙ୍ଗେ ବାହାରି ପଡିଲେ । ବାୟୁର ଯେଉଁ ଦିଗରୁ ପୁଷ୍ପର ସୁଗନ୍ଧ ଆସୁଥିଲା, ସେହି ଦିଗରେ ସେ ଧନୁର୍ବାଣ ନେଇ ବାହାରି ପଡିଲେ । କୋଇଲି କୁହୁତାନ, ଭଅଁରଙ୍କ ଗୁଞ୍ଜନ, ଝରଣା ଓ ପ୍ରପାତର ବାରିଧାରାର ଅପୂର୍ବ ଧ୍ୱନି ତାଙ୍କ ମନକୁ ଉଚ୍ଚାରିତ କରୁଥାଏ । ପଥରେ କିଛି ପ୍ରତିବନ୍ଧକ ଆସିବା ମାତ୍ରେ ସେ ତାକୁ ଦୂର କରି ଦେଉଥାନ୍ତି । ଜଳଚର ପକ୍ଷୀମାନେ ତ ଆକାଶରେ ଉଡୁଥିଲେ । ଉଡୁଥିବା ଏହି ପକ୍ଷୀମାନଙ୍କୁ ଲକ୍ଷ୍ୟ କରି ଭୀମ ଜାଣି ପାରିଲେ ଯେ, ଏଠାରେ ନିକଟରେ କେଉଁଠି ଜଳ ଅଛି । ସେହି ଦିଗରେ ଯିବାରୁ ଏକ ବିଶାଳ ସରୋବର ତାଙ୍କର ଦୃଷ୍ଟିଗୋଚର ହେଲା ।
ସେହି ସରୋବରରେ ସ୍ନାନ କରି ଭୀମ ନିଜ ଶରୀରକୁ ଶୀତଳ କଲେ । ଏକ କଦଳୀବନ ମଧ୍ୟରେ କିଛି ବାଟ ଆଗେଇ ବାହୁସ୍ଫୋଟ ମାରି ସେ ସିଂହନାଦ କଲେ । ଏହି କଦଳୀବନରେ ହନୁମାନ ବାସ କରନ୍ତି । ସିଂହନାଦରୁ ସେ ଜାଣି ପାରିଲେ ଯେ, ଭୀମ ଆସୁଛନ୍ତି । ଭୀମଙ୍କ ସହିତ ଦେଖା ହେବ ଭାବି ସେ ଖୁବ୍ ଆନନ୍ଦ ଅନୁଭବ କଲେ । ଜାଣି ଶୁଣି ହନୁମାନ ପଥ ଅବରୋଧ କରି, ନିଜର ଲାଙ୍ଗଡକୁ ଏପଟ ସେପଟ ହଲେଇ ତାଳି ମାରିଲେ । ଏହାର ପ୍ରତିଧ୍ୱନି ବନଭୂମିରେ ଖେଳିଗଲା ।
ଏହି ଧ୍ୱନି ଶୁଣି ଭୀମ, ହନୁମାନଙ୍କ ନିକଟକୁ ଆସିଲେ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।