ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

ଦୁର୍ବାସା ଓ ତାଙ୍କ ଏକ ହଜାର ଶିଷ୍ୟଙ୍କୁ କିପରି ଭୋଜନ ପ୍ରଦାନ କରିବେ, ଦ୍ରୌପଦୀ କିଛି ସ୍ଥିର କରି ପାରୁ ନ ଥାନ୍ତି । ଶେଷରେ କୌଣସି ଉପାୟ ନ ପାଇ ସେ ଶ୍ରୀକୃଷ୍ଣଙ୍କର ଶରଣାପନ୍ନ ହୋଇ ତାଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ । ସଂଗେ ସଂଗେ କୃଷ୍ଣ ଦ୍ରୌପଦୀଙ୍କ ସମ୍ମୁଖରେ ଦୃଶ୍ୟମାନ ହେଲେ । ତାଙ୍କର ପଦଯୁଗଳ ସ୍ପର୍ଶ କରି ଦ୍ରୌପଦୀ କହିଲେ, “ଦୁର୍ବାସା ମହାମୁନି ଏବେ ଗଙ୍ଗାସ୍ନାନ ସମାପ୍ତ କରି ଭୋଜନ କରିବା ପାଇଁ ଆସିବେ । ଏଣେ ଅକ୍ଷୟ-ପାତ୍ରରେ ଅନ୍ନକଣାଟିଏ ବି ନାହିଁ । ମୁଁ ଏବେ କଣ କରିବି?”

                ଦୁର୍ବାସାଙ୍କ କଥା ତ ଭଗବାନ ଜାଣନ୍ତି । ତେଣୁ ଶ୍ରୀକୃଷ୍ଣ କହିଲେ “ମୁଁ ଖୁବ୍ କ୍ଷୁଧାର୍ତ ଅଟେ । ପ୍ରଥମେ ମୋର କ୍ଷୁଧା ଦୂର କର ।”

                ତାଙ୍କ କଥା ଶୁଣି ସଙ୍କୋଚ ବୋଧ କରି ଦ୍ରୌପଦୀ କହିଲେ, “ଯେତେବେଳ ଯାଏଁ ମୁଁ ଆହାର ଗ୍ରହଣ କରି ନ ଥାଏ, ସେହି ସମୟ ପର୍ଯ୍ୟନ୍ତ ଅକ୍ଷୟପାତ୍ରରେ ଅନ୍ନ ଥାଏ । ହେଲେ ମୁଁ ତ ଏବେ ଖାଇ ସାରିଲିଣି । ତୁମେ ମଧ୍ୟ ଯଦି ମୋର ପରୀକ୍ଷା ନେବା ପାଇଁ ଚାହିଁବ, ତେବେ ମୋର ଅନ୍ୟ ଉପାୟ ଆଉ କଣ ବା ଅଛି ।”

                ତହୁଁ ଶ୍ରୀକୃଷ୍ଣ ହସି ହସି କହିଲେ, “ମୁଁ ଅସହ୍ୟ କ୍ଷୁଧାରେ ରହିଛି, ଅଥଚ ତୁମେ ମୋ ସହିତ କୌତୁକ କରୁଛ । ତୁମର ଅକ୍ଷୟପାତ୍ରରେ ଯେତିକି ଅଛି ମତେ ସେତିକି ହେଲେ ଖାଇବାକୁ ଦିଅ । ସେ ପାତ୍ରଟିକୁ ଏଠିକୁ ଆଣିଲ, ଦେଖିବା ।”

                ତା’ପରେ ଦ୍ରୌପଦୀ ଅକ୍ଷୟ ପାତ୍ର ଆଣିଲେ । ଏହାର ଗୋଟିଏ କୋଣରେ ଗୋଟିଏ ମାତ୍ର ଅନ୍ନକଣା ଲାଖିରହିଥିଲା । କୃଷ୍ଣ ସେଇଟିକୁ ଆଣି ପାଟିରେ ପକେଇ କହିଲେ, “ମୋ ପାଇଁ ଏତିକି ହିଁ ପେଟପୁରା ଭୋଜନ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ