ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାସାଗର ଜାତକ

       ସେଠ୍ କହିଲେ – “ଆଜ୍ଞା, ରାଜାଙ୍କ ପାଖେ ଆମ ଦୁହିଁଙ୍କର ଖାତିର ରହିଚି । ମୁଁ ଭାବିଲି ଯେ ଆପଣଙ୍କ ନାଁ କହିଦେଲେ ରାଜା ଆମ ଦୁହିଁଙ୍କୁ ଛାଡିଦେବେ । ମୁଁ ମିଛରେ ଏମିତି କହିଦେଇଥିଲି । ହାର ମୁଁ ମୋଟେ ଦେଖିନି ।”

       ଏ କଥା ଶୁଣି ଗାୟକ ପୁରୋହିତଙ୍କୁ ପଚାରିଲେ – “ଆପଣ ଜଣେ ପଣ୍ଡିତଲୋକ । ରାଜା ଆପଣଙ୍କୁ ମାନନ୍ତି । ଆପଣ ତ ସେଠ୍ଙ୍କ ଠାରୁ ହାର ପାଇନଥିଲେ, ତେବେ ମତେ କେମିତି ଦେଲେ? ଏତେ ବଡ ମିଛ କଥା ଆପଣ କିପରି କହିଲେ?”

       ପୁରୋହିତ କହିଲେ – “ସେଠ୍ ମତେ ହାର ଦେଇନଥିଲେ ଏ କଥା ସତ । ମୁଁ ଭାବିଲି ଯେ ଆପଣଙ୍କ ନାମ କହିଦେଲେ ଆପଣ କିଛି ଗୋଟାଏ ବାଟ ବାହାର କରିପାରିବେ । ସେଥିପାଇଁ ମୁଁ ମିଛରେ କହିଦେଲି ଯେ ହାରଟା ଆପଣଙ୍କୁ ଦେଇଚି ।”

       ନାଚବାଲୀ ଶେଷରେ ଗାୟକଙ୍କୁ କହିଲା – “ଆପଣ ପରା ଜଣେ ଭଦ୍ରଲୋକ! ଏପରି ମିଛ କଥା କିପରି କହିଲେ? ଆପଣ କେମିତି କହିଲେ ଯେ ମତେ ହାରଟା ଦେଇଚନ୍ତି? ମତେ କାହିଁକି ମିଛରେ ନିନ୍ଦା ଦେଲେ?”

       ଗାୟକ କହିଲେ – “ମୋ ଉପରେ ରାଗକର ନାହିଁ । ମୁଁ ନିଜକୁ ବଂଚାଇବାକୁ ମିଛ କଥା କହିଚି । ମତେ ତ କେହି ହାର ଦେଇନଥିଲେ – ମୁଁ କୁଆଡୁ ତୁମକୁ ହାର ଦେଇଥାନ୍ତି? ଆମ ପାଂଚଜଣଙ୍କର ଅବସ୍ଥା ସମାନ । ଏବେ ଆମ ଭିତରେ କଳିକରି ଆଉ କି ଲାଭ? ଯାହା ହେବାର ଥିଲା ତା ହୋଇଯାଇଚି ।”

       ପ୍ରହରୀମାନେ ବାହାରେ ଲୁଚି ରହି ସେମାନଙ୍କର କଥା ଶୁଣୁଥିଲେ । ସକାଳ ହେବା ପରେ ସେମାନେ ଯାଇ ମନ୍ତ୍ରୀଙ୍କୁ ସବୁ କଥା ଜଣାଇଲେ । ମନ୍ତ୍ରୀ ବୁଝିପାରିଲେ ଯେ ଏ ପାଂଚଜଣଙ୍କର କିଛି ଦୋଷନାହିଁ । ସେ ମନେ ମନେ ଭାବିଲେ – ଆଉ କେହି ନିଶ୍ଚୟ ହାରଟି ନେଇଚି । ଏଇମାନେ ନିର୍ଦୋଷ । କିଛି ଗୋଟାଏ ଉପାୟ କରି ହାର ବାହାର କରିବାକୁ ହେବ ।

       ଏପରି ବିଚାରି ମନ୍ତ୍ରୀ ଗୁଡିଏ କାଚମାଳି ତିଆରି କରାଇଲେ । ସେ ପ୍ରହରୀମାନଙ୍କୁ ଡାକି କହିଲେ – “ତମ୍ବୁ ପାଖରେ ଥିବା ଗଛମାନଙ୍କରେ ବହୁତ ମାଙ୍କଡ ଅଛନ୍ତି । ସେମାନଙ୍କ ଭିତରୁ କେତେଟାଙ୍କୁ ଧରିଆଣ । ସେମାନଙ୍କ ବେକରେ ଗୋଟିଏ ଲେଖାଏଁ କାଚମାଳି ପିନ୍ଧାଇଦେଇ ଛାଡିଦିଅ । ତାପରେ ଦେଖ ସେମାନେ କଣ କରୁଚନ୍ତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ