ଏଥର ସେ ସ୍ୱାମୀ ନିତ୍ୟାନନ୍ଦ ସରସ୍ୱତୀ ତୀର୍ଥଯାତ୍ରାରେ ବାହାରି ଗଲେ । ଏଣେ ତାଙ୍କ ଆଶ୍ରମର ଗୁରୁଦାୟିତ୍ୱ ବହନ କଲେ ସ୍ୱାମୀ ପରମାନନ୍ଦ ।
ସେଦିନ ସଞ୍ଜରେ ଗୁରୁ ପରମାନନ୍ଦ ପ୍ରଶ୍ନକଲେ-ଶିଷ୍ୟଗଣ! ସ୍ୱାମୀ ତ ତୀର୍ଥଯାତ୍ରାରେ ଗଲେ । ତେଣୁ ମୁଁ ତୁମମାନଙ୍କର ନୂତନ ଗୁରୁରୂପେ ଏ ଆଶ୍ରମର ଦାୟିତ୍ୱ ନେଲି । ମୁଁ ତୁମମାନଙ୍କୁ କେତେଗୁଡିଏ କଥା କହିବି ।
ଶିଷ୍ୟଗଣ-କୁହନ୍ତୁ ଗୁରୁଦେବ?
ଗୁରୁଦେବ-ପ୍ରାତଃ ଭୋଜନରେ ସ୍ୱାମୀ କ’ଣ ଗ୍ରହଣ କରୁଥିଲେ?
ଶିଷ୍ୟଗଣ-ଦୁଇଟା ତୁଳସୀ ପତ୍ର ।
ଗରୁଦେବ-ମଧ୍ୟାହ୍ନ ସମୟରେ?
ଶିଷ୍ୟଗଣ-ଯାହା ରୋଷେଇ ହୁଏ ।
ଗୁରୁଦେବ-ରାତ୍ରିରେ?
ଶିଷ୍ୟଗଣ-ଦୁଇଟା ଫଳ… ।
ଗୁରୁଦେବ-ଦେଖ ଶିଷ୍ୟଗଣ-ସ୍ୱାସ୍ଥ୍ୟ ହିଁ ସମ୍ପଦ । ମନୁଷ୍ୟର ସ୍ୱାସ୍ଥ୍ୟ ଠିକ୍ ରହିଲେ ଯାଇ, ତାର ମାନସିକ ସୁସ୍ଥତା ବି ଠିକ୍ ରହେ । ଆଉ ମାନସିକ ସୁସ୍ଥତା ଠିକ୍ ରହିଲେ, ବିଦ୍ୟାଳୟରେ ତାର ଅଧିକ ସ୍ପୃହା ଓ ଉତ୍ସାହ ସୃଷ୍ଟି ହୁଏ । ଏହି କାରଣରୁ ମୁଁ ଖାଦ୍ୟ ଉପରେ ଅଧିକ ଗୁରୁତ୍ୱ ଦିଏ । ପ୍ରାତଃ ସମୟରେ ତୁଳସୀପତ୍ର ପରିବର୍ତ୍ତେ ମୁଁ ଦୁଇସେର ଗୋରସ ପାନ କରିବି ।