ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହା ଗଧ

ଏଇ କେଇଦିନ ଭିତରେ ଆମେ ଆଶ୍ରମରେ ଚାକରଠାରୁ ବି ହୀନ ହେଇଯାଇଚେ । ପେଟପୂରା ଗଣ୍ଡେ ଖାଇବାକୁ ମଧ୍ୟ ପାଇନେ । ଗୁରୁଜୀଙ୍କ ନିର୍ଦ୍ଧେଶରେ ଗଞ୍ଜେଇ ନେଇ ସହରର ବେପାରିମାନଙ୍କୁ ଦଉଚେ । ବିଦ୍ୟା ବଦଳରେ ଏ ଗୁରୁଜୀ ଆମ୍ଭମାନଙ୍କୁ ସବୁ କୁ ବିଦ୍ୟା ଶିକ୍ଷା ଦଉଛନ୍ତି । ଏଠୁ ଗଲାପରେ ଆମ୍ଭେମାନେ ଯେ ମଣିଷ ହେଇଥିବା ଏହାର କିଛି ମାନେ ହିଁ ନାହିଁ ବରଂ ଗୋଟାଏ ଗୋଟାଏ ଡକାଏତ୍ ହେଇ ବାହାରିବାର ଯଥେଷ୍ଟ ସମ୍ଭାବନା ରହିଛି । ଡକାଏତ୍ ହବାକୁ ଆମେ କ’ଣ ଏ ଆଶ୍ରମକୁ ଆସିଥିଲେ?

ମୋ ମତରେ ଏ ଗୁରୁଜୀଙ୍କୁ ଆମେ ଏମିତି ପାନେ ଚଖେଇବା ଯେ ତାଙ୍କର ଜ୍ଞାନ ଉଦୟ ହୋଇଯିବ । ୟାଙ୍କୁ ଗୁରୁଜୀ ବୋଲି ସମ୍ମାନ ଦେଲେ ଆମେ ନିଶ୍ଚୟ ମହା ବିପଦରେ ପଡିବା ।

-ନା ଗୋପୀ, ତୁମେ ଠିକ୍ କହୁନ ଭାଇ । ଏ ଗୁରୁଜୀ ଜଣେ ବିଦ୍ୱାନ, ମହାଜ୍ଞାନୀ! ମହାରାଜ ୟାଙ୍କୁ ଅନେକଥର ସମ୍ମାନିତ କରିଛନ୍ତି ଆଉ ମଧ୍ୟ ପୁରସ୍କୃତ କରିଛନ୍ତି । ଗୁରୁ ପରମାନନ୍ଦ ହେଉଛନ୍ତି ଏ ରାଜ୍ୟର ଶ୍ରେଷ୍ଠ ଗୁରୁଙ୍କ ମଧ୍ୟରୁ ଜଣେ ।

ଗୋପୀ-ମୁଁ ଜାଣେ, ଏଗୁରୁ କେମିତି ରାଜ୍ୟର ଣ୍ରେଷ୍ଠ ଗୁରୁ ରୂପେ ପୁରସ୍କୃତ ହେଲେ । ସମାଜରେ ଭଦ୍ର ବୋଲାଉଥିବା ରାକ୍ଷସମାନଙ୍କୁ ଆମ ଗୁରୁ ଗଞ୍ଜେଇ ଯୋଗାନ୍ତି । ଗରିବ ଘରର ଝିଅମାନଙ୍କୁ ଆଶ୍ରମରେ ରଖିବା, ଆଉ ସେହି ଝିଅମାନଙ୍କୁ ପ୍ରଲୋଭନ ଦେଖାଇ ରାକ୍ଷସମାନଙ୍କୁ ଭେଟି ଦିଅନ୍ତି । ସେହିମାନଙ୍କ ସୁପାରିଶ କ୍ରମେ ଏ ପାଇଛନ୍ତି ରାଜ୍ୟର ସର୍ବଶ୍ରେଷ୍ଠ ଗୁରୁ ପୁରସ୍କାର ।

ଏ ଯୁଗ ତ ତେଲିଆ, ଧୋକାବାଜ୍ ଟାଉଟରମାନଙ୍କ ଯୁଗ । ଏମାନେ ଯାହା କହିବେ ମହାରାଜ ସେଇଆ ହିଁ କରିବେ । ଏଠି କ’ଣ ଜ୍ଞାନୀ ପଣ୍ଡିତମାନେ ସମ୍ମାନ ପାଆନ୍ତି? ପାଆନ୍ତି କେବଳ ୟାଙ୍କପରି ଭଣ୍ଡ ପ୍ରତାରକ ।

-ଏ ଗୁରୁ ଜଣେ ଭଣ୍ଡ ପ୍ରତାରକ ।

-ତା’ପରେ ପୁଣି ସେ ଏ ରାଜ୍ୟର ସର୍ବଶ୍ରେଷ୍ଠ ଗୁରୁରୂପେ ସମ୍ମାନିତ ହେଇଛନ୍ତି ।

-ମୁର୍ଖ ମହାରାଜ ୟାଙ୍କୁ ସମ୍ମାନିତ କରିଛନ୍ତି । କିନ୍ତୁ ଆମ୍ଭେମାନେ ୟାଙ୍କୁ ଉଚିତ୍ ଶାସ୍ତୀ ନିଶ୍ଚୟ ଦବା । ଏହାର ଦାୟିତ୍ୱ ଆମ୍ଭେମାନେ ଗୋପୀ ଉପରେ ନ୍ୟସ୍ତ କଲୁ ।

-ଗୋପୀଭାଇ-

-ଜିନ୍ଦାବାଦ୍…ଜିନ୍ଦାବାଦ୍…

ଗୋପୀ ସବୁଠୁ ଚାଲାକ୍ ତଥା ବୁଦ୍ଧିମାନ୍ ଥିଲା । ସେ ବହୁତ ଚିନ୍ତାକରି ଦିନେ ସମସ୍ତଙ୍କ ଅଜାଣତରେ ଜଙ୍ଗଲକୁ ଚାଲିଗଲା । ଗୁରୁଙ୍କଠାରୁ ଶିକ୍ଷା କରିଥିବା ଔଷଧିୟ ଗୁଣଥିବା ଘାସ ସଂପର୍କରେ ଚିନ୍ତା କଲା ଏବଂ ଶେଷରେ ଗୋଟାଏ ଘାସର ଶୁଖିଲା ପତ୍ର କେତୋଟି ଆଣିଲା ।

-ମାରିଲାବାଲା ସେମିତି ମାରୁଥିବ, ଯେପର୍ଯ୍ୟନ୍ତ ମାଡ ଖାଇବା ଲୋକ ବିରୋଧ ନ କରିଚି । ଗୁରୁଦେବ! ଏଇଠି ମୁଁ ଆପଣଙ୍କୁ ବିରୋଧ କରୁଚି । ଅଖା ଧୋଉଥିବେ, ଗୁଣ ଗାଉଥିବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ